ମନ କିଣିନେଲା ଜନମ ମାଟି

ଏଥିରେ ବାସୁଆ ଖୁବ୍ ପଇସା ଖର୍ଚ୍ଚ କଲା । ସେ ବାସୁଆ ନିଜ ବାହା ପିଟି ଯାହା ସବୁ ଅର୍ଜିଲା, ତାକୁ ସେ ଦେବଦତ୍ତର ପାଠ ପଢାରେ ଲଗାଇଲା । ଭାଗ୍ୟ ବଳକୁ ପିଲାଗୁଡା ଖୁବ୍ ଭଲ ପଢ଼ିଲେ ନୈତିକ ଶିକ୍ଷା ତଥା ମୂଲ୍ୟବୋଧଭିତିକ ଶିକ୍ଷା ପାଇଁ ସେମାନେ ଖୁବ୍ ପ୍ରଶଂସା ବି ପାଇଲେ । କେବେ କେଉଁ ଜିନିଷରେ ଅଭାବ ବୋଲି ସେ ଆଦୌ ଜାଣି ପାରିଲା ନାହିଁ । ସହରର ପିଲାମାନଙ୍କ ସହ ସମତାଳରେ ଚାଲିଲା ସେ ଦେବଦତ୍ତ । ଯେତେବେଳେ ସେ ବଡ ହେଲା ମା’ଙ୍କୁ ଗାଁ କଥା ପଚାରିଲା । ତା’ର ମା’ ସେଇ ମଫସଲ ବରପାଟରାର ସବୁକଥା କହିଲା । ନଈ, ନାଳ, ମନ୍ଦିର, ବୋତଘର, ପଖାଳ, ଦାଣ୍ଡଧୂଳି, ଦୋଳ, ଦୋଳି, ପୋଖରୀ, କଇଁଫୁଲ, ଡାଳମାଙ୍କୁଡି, ଗାଈ, ଗୋବର କାନ୍ଥ, ଝୋଟି, ଝାଟି ପରି ଅନେକ କଥା । ଦେବଦତ୍ତର ଭାରି ଇଚ୍ଛା ହେଲା ସେଇ ଗାଁ ଟିକେ ଦେଖିବାକୁ । କିନ୍ତୁ ଅଶିକ୍ଷା, ଅସଂଗତି ଥିବା ସେଇ ପରିବେଶକୁ ଦେଖାଇବାକୁ ଚାହୁଁ ନଥିଲେ ଦେବର ବାପା ମାଆ ।

ଚାହୁଁ ଚାହୁଁ ସେ ଦେବର ମାଟ୍ରିକ୍ ପରୀକ୍ଷା ସରିଗଲା । ପ୍ରଥମ ଶ୍ରେଣୀରେ ସେ ଉତୀର୍ଣ୍ଣ ହେଲା । ତାପରେ ଖରା ଛୁଟିରେ ସେ ଦେବ ଆସିଲା ତା ଗାଁକୁ । ବରପଟରା ଗାଁର ସବୁଜିମା ପରିବେଶ, ସୁଲୁସୁଲିଆ ପବନ, କାଚକେନ୍ଦୁ ପାଣି ସେନେହ ବୋଳା ଡାକ ସବୁ ଜମାରୁ ଭୁଲି ପାରିଲା ନାହିଁ ସେ ଦେବଦତ୍ତ । ବାସୁଦେବ ତା ପୁଅକୁ ଯେତେଥର କହିଲା ସହରକୁ ଚାଲ କଲେଜରେ ପାଠ ପଢିବୁ । କିନ୍ତୁ ଦେବର ଏକା ଜିଦ୍ ସେ ଗାଁରେ ହିଁ ରହିବ । ଗାଁରେ ଥିବା ଜମିରେ ସେ ଚାଷ କରିବ । ଆଦର୍ଶ ଚାଷୀଟିଏ ବି ସେ ହେବ ।

ଗାଁର ସେ ମାଟିର ମୋହରେ ସେ ଦେବଦତ୍ତ ଲାଗିଗଲା ଯେ ଲାଗିଲା । ଗାଁକୁ ଭଲ ପାଉଥିବାରୁ ଲୋକେ ମଧ୍ୟ ଦେବକୁ ଅତ୍ୟନ୍ତ ପ୍ରଶଂସା କଲେ । ଦିନେ ବାସୁଆ ରାମଚଣ୍ଡୀଙ୍କ ପାଖରେ ପହଁଚି କହିଲା – “ମୋର ଆଉ କିଛି ବି ଲୋଡା ନାହିଁ ମା’ ଏବେ କେବଳ ଦେବର ମନକୁ ଟିକେ ବଦଳାଇ ତାକୁ ସହରକୁ ନେଇ ଯାଅ ।” ଏକଥା ଶୁଣି ବାସୁକୁ ମା’ କହିଲେ, ‘ନାଇଁରେବାସୁ, ଦେବଦତ୍ତ ଯାହା କରିଛି ଠିକ୍ କରିଛି । ଲୋକେ ଚାଷଛାଡି ପାଠକୁ ଗଲାବେଳେ ଦେବ ପାଠ ଛାଡି ଚାଷରେ ପଶିଚି । ସେ ହିଁ ତ ଆମ ଯୁବ ସମାଜର ଆଦର୍ଶ ।


ଗପ ସାରଣୀ

ତାଲିକାଭୁକ୍ତ ଗପ