ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଲାପୁଅ ବଂଚିଲା

ଅନେକ ବର୍ଷ ତଳର କଥା । ଭଗବାନପୁର ଗାଆଁରେ ଭଜନା ସାହୁ ଭଳି ହରି ଭକ୍ତ ସେ ଗାଆଁରେ ପ୍ରାୟ ଆଉ କେହି ବି ନଥିଲେ । ନିଜ ଗାଆଁରେ କହାର ପୁଅ କିମ୍ବା ଝିଅ ଜନ୍ମ ହେବାର ଖୁସିରେ ଏକୋଇଶା ଦିନ ଭଜନ ସମାରୋହର ଆୟୋଜନ ହେଲେ ସେ ଭଜନାକୁ ଆଗ ନିମନ୍ତ୍ରଣ ରହେ । ତହୁଁ ସେ ଭଜନା ମୃଦଙ୍ଗକୁ ନିଜ କାନ୍ଧରେ ପକାଇ ତା’ ସାଙ୍ଗରେ ଭଜନ ଗାୟକମାନଙ୍କୁ ସାଙ୍ଗରେ ଧରି ସେ ଜାଗାରେ ପହଁଚି ଯାଏ । ଭଜନ କୀର୍ତ୍ତନ ହୁଏ, ଗାଆଁରେ ଲକ୍ଷ୍ମୀପୂଜା, କାଳୀପୂଜା ଉତ୍ସବମାନଙ୍କରେ ମଧ୍ୟ ଭଜନ ସମାରୋହର ଆୟୋଜନ ହୁଏ । ଭଜନା ଯେତେବେଳେ ହରି ନାମ ଜପ କରେ ଏକବାର ପାଗଳ ହୋଇଯାଏ ।

(ଭଜ) ହରେ କୃଷ୍ଣ ହରେ ରାମ

(ଜପ) ନିତାଇ ଗୌର ରାଧେ ଶ୍ୟାମ ।

ହରି ନାମ ଜପ କଲାବେଳେ ଭଜନା ତା’ ମୃଦଙ୍ଗ ବଜାଇବା ତାଳେ ତାଳେ ମୁଣ୍ଡକୁ ଝୁଲାଇ ନାଚି ନାଚି ଯେପରି ନାମ କୀର୍ତ୍ତନ କରେ ନ ଦେଖିଲା ଲୋକ କେବେବି ବିଶ୍ୱାସ କରିବନି । ଭଜନାର ନୃତ୍ୟ ଆଉ ଭଜନ ଗାଇବାର ଦେଖିଲେ ଯେ କେହି ଲୋକର ବି ଭକ୍ତିଭାବ ଜନ୍ମ ହେବ । ଆନନ୍ଦରେ ଯେ କେହି ଲୋକର ବି ସେ ସମୟରେ ସବୁ ଦୁଃଖ କୁଆଡେ ଭୁଲିଯିବ । ଏପରିକି ସ୍ୱୟଂ ଭଗବାନ ମଧ୍ୟ ସ୍ୱର୍ଗରୁ ଓହ୍ଲାଇ ଆସିବେ, ସେ ଭଜନାର ହରିନାମ ଶୁଣିବାକୁ । ଆଖ ପାଖ ଗାଆଁରେ କିମ୍ବା ନିଜ ଗାଆଁରେ ଅଷ୍ଟପ୍ରହର ହେଲେ ଆଗ ସେ ଭଜନାକୁ ନିମନ୍ତ୍ରଣ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ