“ପାଂଚ ବରଷର ପିଲାଟିଏ ଦିନେ ପଡିଶା ଘରକୁ ଦଉଡି ଯାଇ
ମାଆ କହିଛନ୍ତି ଚୁଲି ଜାଳିବାକୁ ନିଆଁ ଟିକେ ଦେଲେ ଯିବି ମୁଁ ନେଇ ।
ପଡୋଶୀ କହିଲେ ଟିକି ହାତେ ତୋର ନିଆଁରଡ ନେଇ ପାରିବୁ ନାହିଁ
ପିଲାଟି ହାତରେ ବାଲି କିଛି ରଖି ନିଆଁ ପାଇଁ ଦେଲା ହାତ ପତେଇ ।”
ପାଂଚ ବରଷର ପିଲାଟିଏ, ସ୍କୁଲ ଦୁଆର ମାଟି ବି ସେ ମାଡିନି, ହେଲେ ତାର ବୁଦ୍ଧି ଅତି ସରସା ଥିଲା । ଦିନେ ସଂଧ୍ୟାବେଳେ ପିଲାଟି ତା’ର ସାଙ୍ଗସାଥି ମେଳରୁ ଖେଳିବୁଲି ଘରକୁ ଫେରୁଛି । ଠିକ୍ ଏତିକିବେଳେ ତାକୁ ତା’ ମାଆ କହିଲେ, “ବାପାରେ! ଦିଆସିଲି ସରିଯାଇଛି । ତୁ ଗଲୁ ପଡିଶାଘରୁ ନିଆଁ ଟିକେ ମାଗି ଆଣିବୁ ଚୁଲି ଲଗାଇବା । ରାତିବେଳା ପାଇଁ ଭାତ ରନ୍ଧା ହେବ ।”