ଗୁରୁ ମହାଶୟ ଗୋପାଳ

                 ଗୋପାଳ ଚତୁର ଲୋକ । ସେ ଠାକୁର ମହାଶୟଙ୍କ ପଣତରେ ହାତ ଦେଇ ଗୁରୁଙ୍କୁ ପଚାରିଲା କି ଗୁରୁ ମହାଶୟ ଏ ପତରରେ ବସିବି କି ନା ସେ ପତରରେ ବସିବି?

                 ଗୁରୁ ଦେଖି କହିଲେ – ସର୍ବନାଶ ।

                 ମୋ ପତର ଛୁଇଁ ଦେଲୁ । ଆଉ ତୋ ମୁଣ୍ଡ ଗଣ୍ଡି ଖାଇବି, ଏହା କହି ଗୋପାଳକୁ ବହୁତ ଗାଳି ଦେଲେ । ଗୁରୁ ଆଉ କ’ଣ କରିବେ । କର୍ମକୁ ଆଦରି ଗୋପାଳର ବଢା ହୋଇ ଥିବା ଭାତ ପତରରେ ବାଧ୍ୟ ହୋଇ ବସିଲେ । ଭାବିଲେ ମୁଁ ଚାଣ୍ଡାଳ କାହିଁକି ହାତ ଧୋଇବାକୁ ଗଲି । ହାତଟା ନ ଧୋଇ କରି ବସି ଯାଇଥିଲେ ଏ ବିପଦରେ ପଡି ନଥାନ୍ତି । ଗୋପାଳ ମଜା କରି ସବୁ ଖାଇ ଦେଲା । ଖାଇବା ପଦାର୍ଥରେ ଅନ୍ତର ପାତର କରିଲେ ଏପରି ଘଟିବା ସ୍ୱାଭାବିକ ।


ଗପ ସାରଣୀ

ତାଲିକାଭୁକ୍ତ ଗପ