ଟମଥମ୍ବ

ମର୍ଲିନ ସ୍ତ୍ରୀଲୋକଟିର ଏହି ବୁଢାଅଙ୍ଗୁଳି ଭଳି ପୁଅ କଥା ଶୁଣି ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ତାଙ୍କର ମନୋବାଂଛା ପୂରଣ କରିବାକୁ ସ୍ଥିର କଲା । ଏହାର କିଛି ଦିନ ପରେ ସେଇ କୃଷକ ଦମ୍ପତିଙ୍କର ଏକ ପୁତ୍ର ଜାତ ହେଲା ଏବଂ ସେ ଦେଖିବାକୁ ଠିକ୍ ତା ପିତାର ବୁଢାଆଙ୍ଗୁଳି ଭଳି ।

ଏ ଖବର ଶୁଣି ପରୀମାନଙ୍କ ରାଣୀ ଦିନେ ଏଇ ପିଲାଟିକୁ ଦେଖିବାକୁ ଆସିଲେ । ଏହି ସମୟରେ ପିଲାଟିକୁ ତା ମା’ ଶେଯରେ ଖେଳାଉଥିଲା । ପରୀମାନଙ୍କ ରାଣୀ ଝରକା ଦେଇ ଆସି ପିଲାଟିକୁ ଗେଲ କଲେ ଏବଂ ତା ନାଁ ଦେଲେ ଟମଥମ୍ବ । ସେ ଅନ୍ୟ ପରୀମାନଙ୍କୁ ଆଦେଶ ଦେଲେଯେ ତାଙ୍କର ଏଇ ସ୍ନେହର ଧରମ ପୁଅକୁ ବେଶ କରି ସଜେଇବାକୁ । ତହୁଁ ସେ ପରୀମାନେ ଟମଥମ୍ବକୁ ବେଶକରି ସଜାଇଲେ ।

ଓଅକ ଗଛର ପତ୍ରରେ କଲେ ଟୋପି ତିଆରି

ବୁଢୀଆଣି ଜାଲ ପରାୟେ ସୂକ୍ଷ୍ମ ତନ୍ତୁକୁ ବୁଣି

ପାଇଜାମା ସେତ କରିଲେ ପକ୍ଷୀ ପରକୁ ଆଣି । ୨ ।

ଆତପତରେ କରିଲେ ସେ ଯେ ମୋଜା ନିର୍ମାଣ

ଆଖିରଲୋମରେ ତିଆରି କଲେ ଗଳାବଂଧନ । ୩ ।

ମୂଷାର ଚମରେ ଯୋତା ଯେ କଲେ ତିଆରି ସେହି

କୋମଳ ଚମରେ କୋମଳ ହେଲା ସେ ଯୋତା ଦୁଇ । ୪  ।

ଟମ୍ ତା ବାପାର ବୁଢାଆଙ୍ଗୁଳି ଅପେକ୍ଷା ଆଉ ଅଧିକ ଉଚ୍ଚ ହେଲା ନାହିଁ । ତାର ବୟସ ବଢିବା ସଙ୍ଗେ ସଙ୍ଗେ ସେ ଅତି ଚତୁର ଓ କୌଶଳୀ ହୋଇ ଉଠିଲା । ସେ ବଡ ହୋଇ ସାଙ୍ଗ ପିଲାମାନଙ୍କ ସହିତ ଖେଳିବାବେଳେ ତାର ସବୁ ମାର୍ବଲ ଗୁଲି ଗୁଡିକ ହଜେଇ ଦେଉଥିଲା ଓ ତାର ସାଙ୍ଗମାନଙ୍କର ମାର୍ବଲ ଗୁଲି ସବୁ ଲୁଚାଇ ଆଣି ତାର ପକେଟରେ ଲୁଚାଇ ରଖୁଥିଲା । ସାଙ୍ଗମାନେ ତାହା ଜାଣିବା ପୂର୍ବରୁ ପୁଣି ସେମାନଙ୍କ ସହିତ ଯୋଗ ଦେଉଥିଲା ।

ସବୁଦିନ ଭଳି ଦିନେ ମାର୍ବଲ ଗୁଲିଚୋରି କରି ଆଣୁଥିବା ବେଳେ ଗୁଲିଗୁଡିକ ଯାହାର ସେ ପିଲାଟି ଦୈବାତ୍ ଦେଖି ପକାଇ ପାଟି କରି ଉଠିଲା –

‘ହେ ହେ ଟମି, ଶେଷରେ ତୁ ମୋ ମାର୍ବଲ ଗୁଲି ଚୋରିକଲୁ? ତୋର ଏ କାମ ପାଇଁ ତୋତେ ପାନେ ଦେଉଛି ରହ ।’ ଏହା କହି ସେ ପିଲାଟି ଟମକୁ ଗୋଟାଏ ସୂତାରେ ବାନ୍ଧିଦେଇ ମାର୍ବଲ ଗୁଲିଥିବା ବ୍ୟାଗକୁ ତା ଦେହରେ ଏମିତି ବାଡେଇ ଦେଲା ଯେ ତା ଦେହ ସାରା ଆବୁ ହୋଇଗଲା । ସେ ଟମଥମ୍ବ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା ଓ ତା’ପରେ ସେ ଟମଥମ୍ବ ପିଲାଟି ଆଗରେ ପ୍ରତିଜ୍ଞା କରି କହିଲା ଯେ ସେ ଆଉ କେବେବି ଚୋରି କରିବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ