ବାରୁଦର ଜନ୍ମ କଥା

ଦିନକର କଥା । ଉଦୁଉଦିଆ ଖରାବେଳ, ଖୁବ୍ ଗରମ ହେଉଥାଏ । ହଠାତ୍ ବଗିଚାରେ ପ୍ରଚଣ୍ଡ ଶବ୍ଦ ହେବା ସହିତ ଏକ୍ ବିସ୍ଫୋରଣ ବି ଘଟିଲା । ଫଳରେ ଚାହୁଁ ଚାହୁଁ ସାରା ବଗିଚାଟା ଧୂଆଁରେ ଅନ୍ଧାର ହୋଇଗଲା । ବଗିଚାରେ ଥିବା ସୁନ୍ଦର ଫୁଲଫଳ ଗଛ ସବୁ ପୋଡି ପାଉଁଶ ହୋଇଗଲା ।

କୌଣସି କାରଣ ନଥାଇ ଏଭଳି ଘଟଣା ଘଟିବା ଦେଖି ରାଜା ବି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ଶେଷରେ ଅନୁସନ୍ଧାନ କରିବାରୁ ଅସଲ କଥାଟି ପଦାକୁ ଆସିଲା । ସେଦିନ ସୈନିକ ଆଣିଥିବା ହଳଦିଆ ମାଟି ଝୁଡି ହିଁ ବିସ୍ଫୋରଣର ମୁଖ୍ୟ କାରଣ ଥିଲା । ଆହୁରି ମଧ୍ୟ ଜଣାଗଲା ଯେ, ସେହି ହଳଦିଆ ମାଟି ଥିଲା ଗନ୍ଧକ, ଯାହାକି ସେଦିନ କଳା କୋଇଲା ଗୁଣ୍ଡ ସହିତ ମିଶି ଏଭଳି ବିସ୍ଫୋରଣ ଘଟାଇଥିଲା । ଏହିଭଳି ଭାବେ ବାରୁଦର ପ୍ରଥମ ସନ୍ଧାନ ଲୋକଲୋଚନକୁ ଆସିଥିଲା ।

ଏଥର ସେ ରାଜାଙ୍କ ମନକୁ ଆସିଲା, ଏହି ବାରୁଦକୁ ଯଦି ବିଭିନ୍ନ କାର୍ଯ୍ୟରେ ଲଗାଯାଏ, ତେବେ ବହୁତ ଭଲ ହୁଅନ୍ତା । ପ୍ରଜାଙ୍କର ମଙ୍ଗଳ ବି ହୁଅନ୍ତା । ସୁତରାଂ ଏହା ଉପରେ ଗବେଷଣା ଚାଲିଲା । ଜଣାଗଲା, ଗନ୍ଧକ ହିଁ ହେଉଛି ବାଣର ଏନ୍ତୁଡିଶାଳ । ହେଲେ ତାଙ୍କ ରାଜ୍ୟର ନିରାପତ୍ତା ଦୃଷ୍ଟିରୁ ରାଜା ଏହାକୁ ଗୁପ୍ତ ରଖିବା ପାଇଁ ଚାହିଁଲେ । ମାତ୍ର ନିଆଁ ଧୂଆଁକୁ କ’ଣ କେହି କେବେ ବି ଗୁପ୍ତ ରଖିପାରେ?

ଦିନ କେଇଟାରେ ସାରା ଚୀନ ଦେଶରେ ଏହି ଖବର ପ୍ରଚାର ହୋଇଗଲା । ତା’ ପରେ ପରେ ଏହା ଅନ୍ୟଦେଶକୁ ମଧ୍ୟ ବ୍ୟାପିଗଲା । ସାରାବିଶ୍ୱରେ ସେଇ ମାଟିକୁ ସଂଗ୍ରହ କରି ଲୋକେ ବାଣ ଓ ବାରୁଦ କାରବାର କଲେ । ସମୟାନୁକ୍ରମେ ସେଥିରୁ ତିଆରି ହେଲା ଗୁଳିଗୋଳା ଓ ତୋପ ଇତ୍ୟାଦି ।

ଏହିଭଳି ଅନେକ ବର୍ଷ ବିତିଗଲା ପରେ ଅଷ୍ଟାଦଶ ଶତାଦ୍ଦୀର ମଧ୍ୟଭାଗରେ ବୈଜ୍ଞାନିକ ଆଲଫ୍ରେଡ୍ ନୋବେଲ ଏହି ସୂତ୍ରକୁ ଆଧାର କରି ଡିନାମାଇଟ୍ ଉଦ୍ଭାବନ କରିଥିଲେ, ଯାହା କି ଆଜି ମାନବ ସେବାରେ ଲାଗିଅଛି । ସେହି ବୈଜ୍ଞାନିକ ଜଣକ ଥିଲେ ଆଜିର ବିଶ୍ୱପ୍ରସିଦ୍ଧ ନୋବେଲ ପୁରସ୍କାରର ପ୍ରତିଷ୍ଠାତା । ତାଙ୍କରି ନାମାନୁସାରେ ନୋବେଲ ପୁରସ୍କାରର ଏଭଳି ନାମକରଣ କରାଯାଇଛି ।

ପ୍ରଥମକରି ଇଷ୍ଟଇଣ୍ଡିଆ କମ୍ପାନୀ ଇଣ୍ଡିଆରେ ବାଣ ତିଆରି କାରଖାନା ସ୍ଥାପନା କରିଥିଲେ । ପରବର୍ତ୍ତୀ କାଳରେ ବାରୁଦରୁ ମାରଣାସ୍ତ୍ର ଆଦି ତିଆରି କରାଯାଇଥିଲା । ଏବେ ଏହାକୁ ନେଇ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ