ମନ୍ଦିର ଅମରନାଥ

ତା’ପରେ ସେ ପକ୍ଷୀଟି ଫୁର୍ର୍ କିନା ଉଡି ଚାଲିଗଲା । ସେଠାରୁ ବହୁ ଦୂରରେ ଥିବା ମହର୍ଷି ବ୍ୟାସଙ୍କ ଆଶ୍ରମରେ ଯାଇ ସେ ପହଁଚିଲା । ସେ ପକ୍ଷୀଟି ଜାତିରେ ଶୁଆ । ସେ ଯାଇ ବ୍ୟାସଦେବଙ୍କ ସ୍ତ୍ରୀଙ୍କ ଦେହରେ ଲୀନ ହୋଇଗଲା । ତାଙ୍କ ସନ୍ତାନ ରୂପେ ଜନ୍ମ ହୋଇ ସେ ଶୁକଦେବ ନାମରେ ଖ୍ୟାତ ହେଲା । ଯେଉଁ ଗୁମ୍ଫା ଭିତରେ ଶିବ ଅମରତ୍ୱର ରହସ୍ୟ ଉଚ୍ଚାରଣ କରିଥିଲେ, ତାହାର ସନ୍ଧାନ ବହୁ କାଳ ପରେ ମିଳିଲା । ଦିନେ ଗୋଟିଏ ଗୋରୁ ଜଗୁଆଳ ତା’ର ଗୋଟିଏ ଗୋରୁର ସନ୍ଧାନରେ ଯାଇ ସେ ଗୁମ୍ଫାରେ ପହଁଚିଗଲା । ସେଠାରେ ସେ ଦେଖିଲା ବରଫରେ ନିର୍ମିତ ଅପୂର୍ବ ଶିବଲିଙ୍ଗ । ଶ୍ରଦ୍ଧା ଓ ଭକ୍ତିରେ ହଠାତ୍ ତା’ ହୃଦୟ ଭରିଗଲା । ସେ ଲୋକଟି ଆସି କାଶ୍ମୀର ରାଜାଙ୍କୁ ସେ ଗୁମ୍ଫାର ସନ୍ଧାନ ଦେଲା । ସପରିବାରେ ରାଜା ଯାଇ ସେଠାରେ ପହଁଚିଲେ । ସେ ଅଂଚଳରେ ଥିବା କେତେକ ଋଷି ତାଙ୍କୁ ସେ ଗୁମ୍ଫାର ଇତିହାସ କହିଲେ ଓ ତାକୁ ପ୍ରକୃତି ହାତରେ ଛାଡିଦେବା ହିଁ ଠିକ୍ ହେବ ବୋଲି ମତ ଦେଲେ ।

ପ୍ରତିବର୍ଷ ଅଗଷ୍ଟ ମାସରେ ଭକ୍ତମାନେ ଏ ଗୁମ୍ଫାଠାରୁ ୪୬ କିଲୋମିଟର୍ ଦୂରବର୍ତ୍ତୀ ପହେଲ୍ଗାଓଁ ଠାରେ ଏକତ୍ର ହୁଅନ୍ତି । ସେଠାରୁ ଜଣେ ମହନ୍ତଙ୍କ ନେତୃତ୍ୱରେ ସେମାନେ ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରନ୍ତି । ଅସାଧାରଣ ପ୍ରାକୃତିକ ଦୃଶ୍ୟାବଳି ମଧ୍ୟ ଦେଇ, ରମଣୀୟ ସରୋବର ପାଖଦେଇ ଏବଂ ତୁଷାରମୟ ଉପତ୍ୟକା ଅତିକ୍ରମ କରି ଯାତ୍ରୀମାନେ ପ୍ରାୟ ପାଞ୍ଚଦିନ ପରେ ଯାଇ ସେ ଗୁମ୍ଫାରେ ପହଁଚନ୍ତି ଏବଂ ଶିବଲିଙ୍ଗ ଦର୍ଶନ କରନ୍ତି । ନୈସର୍ଗିକ ଉପାୟରେ ତୁଷାର-ସଂଚାର ଦ୍ୱାରା ଏ ଅଦ୍ଭୁତ ଶିବଲିଙ୍ଗ ପ୍ରସ୍ତୁତ ହୋଇଥାଏ । କୁହାଯାଏ ପ୍ରଥମେ ମହର୍ଷି ଭୃଗୁ ଏହା ଦର୍ଶନ କରିଥିଲେ । ତାହା ବହୁ ଯୁଗ ତଳର କଥା । ଅମରନାଥ ନାମରେ ଖ୍ୟାତ ଏହି ମହାତୀର୍ଥ ଦର୍ଶନକୁ ଭକ୍ତମାନେ ପରମ ସୌଭାଗ୍ୟର କଥା ବୋଲି ମଣିଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ