ଯୀଶୁ ଓ ତିନି ଗଛ କାହାଣୀ

         ସେଇଭଳି ତୃତୀୟ ଗଛଟିକୁ କାଟିବାକୁ ଆସିଥିବା କାଠୁରିଆ କହିଲାଯେ ସେ ଗଛଟିକୁ କାଟିଦେବ କିନ୍ତୁ ସେଥିରେ କିଛି ତିଆରି କରିବ ନାହିଁ । ତେଣୁ ସେ କେବଳ ଗଛଟିକୁ କାଟି ଦେଇ ଚାଲିଗଲା । ଏହା ପରେ ବଢେଇଟି ପ୍ରଥମ ଗଛର କାଠ ଗଣ୍ଡିରୁ ପଶୁ ମାନଙ୍କ ଖାଇବା ପାଇଁ ଗୋଟିଏ ପାତ୍ର ତିଆରି କଲା ଏବଂ ତାକୁ ଏକ ଅସ୍ତାବଲ ମଧ୍ୟରେ ରଖିଦେଲା । ସେହିପରି ଜାହାଜ ମିସ୍ତ୍ରୀ ଦ୍ୱିତୀୟ ଗଛର କାଠରୁ ଛୋଟ ମାଛମରା ଡଙ୍ଗାଟିଏ କଲା ଏବଂ ତୃତୀୟ ଗଛର କାଠ ଗଣ୍ଡି ସେଇଠି ପଡିରହିଲା । ଏଥିରେ କୌଣସି ଗଛ ଖୁସି ନଥିଲେ ।

         ଏହାର କିଛିଦିନ ପରେ ଜଣେ ପୁରୁଷ ଏବଂ ସ୍ତ୍ରୀ ସେହି ଅସ୍ତାବଲ ମଧ୍ୟରେ ଆଶ୍ରୟ ନେଲେ । ସେହି ସ୍ତ୍ରୀ ଲୋକଟି ସେହି ଅସ୍ତାବଲ ମଧ୍ୟରେ ଏକ ସନ୍ତାନ ପ୍ରସବ କଲା ଏବଂ ପ୍ରଥମ ଗଛରୁ ତିଆରି ହୋଇଥିବା ପାତ୍ରଟିରେ ତା’ର ପିଲାକୁ ରଖିଲା । ସେ ଶିଶୁଟି ଗୋଟିଏ ଦେବ ଶିଶୁ ଭଳି ଦେଖା ଯାଉଥିଲା । ତାକୁ ଦେଖି ପ୍ରଥମ ଗଛର ଆନନ୍ଦର ସୀମା ରହିଲା ନାହିଁ । କିଛି ବର୍ଷ ପରେ ଦଳେ ଲୋକ ଦ୍ୱିତୀୟ ଗଛରୁ ତିଆରି ହୋଇଥିବା ମାଛଧରା ଡଙ୍ଗା ନେଇ ଯାତ୍ରା ଆରମ୍ଭ କଲେ । ସେମାନଙ୍କ ମଧ୍ୟରୁ ଯିଏ ନେତା ଥିଲେ ସେ ସଙ୍ଗେ ସଙ୍ଗେ ଶୋଇ ପଡିଲେ । ଏତିକି ବେଳେ ଖୁବ୍ ଜୋର୍ରେ ଝଡ ତୋଫାନ ଆସିଲା । ଜୋର୍ରେ ପବନ ବହିବା ଦ୍ୱାରା ମାଛଧରା ଡଙ୍ଗାଟି ଖୁବ୍ ଜୋର୍ରେ ଟଳମଳ ହେଲା ବେଳକୁ ଅନ୍ୟ ଲୋକମାନେ ଶୋଇଥିବା ନେତାକୁ ଉଠାଇ ଦେଲେ । ସେ ଲୋକଟି ଉଠିପଡି ଶାନ୍ତି ବୋଲି ଉଚ୍ଚାରଣ କରିବା ମାତ୍ରେ ଝଡ ତୋଫାନ ବନ୍ଦ ହୋଇଗଲା ।

         ଦ୍ୱିତୀୟ ଗଛଟି ଏଥର ଜାଣିଲାଯେ ତା’ କାଠରୁ ତିଆରି ହୋଇଥିବା ଡଙ୍ଗାରେ ସ୍ୱୟଂ ଈଶ୍ୱରଙ୍କ ପୁତ୍ର ବିରାଜମାନ କରିଛନ୍ତି । ସେ ଆତ୍ମହରା ହୋଇଗଲା ।

         ବଣରେ ପଡିରହିଥିବା ତୃତୀୟ ଗଛର କାଠଗଣ୍ଡିଟିକୁ କିଛି ଲୋକ ଆସି ନେଇଗଲେ ଏବଂ ତା’ ଦେହରେ ଜଣେ ଲୋକଙ୍କୁ କ୍ରୁଶବିଦ୍ଧ କଲେ । ଏହାପରେ ଗଛଟି ଜାଣିଲା ଯେ ଯେଉଁ ଲୋକକୁ ତା’ର ଗଣ୍ଡିରେ କ୍ରୁଶବିଦ୍ଧ କରାଯାଇଛି ସେ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ । ତେଣୁ ତୃତୀୟ ଗଛର ମଧ୍ୟ ଖୁସିର ସୀମା ରହିଲା ନାହିଁ ।

         ଏହି ଗପରୁ ଶିଖିବାର କଥା ହେଉଛି – ଯେତେବେଳେ ନିଜେ ଚିନ୍ତା କରିଥିବା ଅନୁସାରେ ଘଟଣା ସବୁ ଘଟେ ନାହିଁ । କିନ୍ତୁ ସେଥିରେ ବ୍ୟସ୍ତ ହେବାର କିଛି ନାହିଁ । କାରଣ ସଂସାରରେ ପ୍ରତ୍ୟେକ ମନୁଷ୍ୟଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ଭବିଷ୍ୟତ କ’ଣ ହେବ ସେଥିପାଇଁ ଭଗବାନ୍ ଆଗରୁ ଯୋଜନା କରି ଥାଆନ୍ତି । ତେଣୁ ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ସେ ବ୍ୟକ୍ତିର ଚିନ୍ତାଧାରା ଠାରୁ ମଧ୍ୟ ଭଲ ଫଳ ପ୍ରଦାନ କରନ୍ତି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ଯୀଶୁ ମାଂସ ହାଡ ଧାରି କେବଳ ମନୁଷ୍ୟ ହିଁ ଥିଲେ । ଯୀଶୁ ଭଗବାନ ବୋଲି ତାଙ୍କର ଅନୁଗାମୀମାନେ ହିଁ ପ୍ରଚାର କରିଥିଲେ, ଯୀଶୁ ନୁହେଁ । ଯୀଶୁଙ୍କ ନାମରେ ଖ୍ରୀଷ୍ଟ ଧର୍ମର ସୃଷ୍ଟି; କିନ୍ତୁ ଖ୍ରୀଷ୍ଟ ଧର୍ମର ଜନକ ନିଜେ ଯୀଶୁ ଖ୍ରୀଷ୍ଟ ନୁହେଁ ବରଂ ତାଙ୍କର ଅନୁଗାମୀ । ଯୀଶୁଙ୍କୁ କ୍ରୁଶବିଦ୍ଧ କରିବାର କିଛି ସମୟପରେ ଯୀଶୁଙ୍କୁ ତାଙ୍କର ଅନୁଗାମୀମାନେ ଉଧାରକରି ବଂଚେଇ ଦେଇଥିଲେ । ସୁଯୋଗ ପାଇ ଯୀଶୁ ଜେରୁଜେଲମ୍ ରୁ ଖସି ପଳେଇଆସି ଇଣ୍ଡିଆର କାଶ୍ମୀର ଅଂଚଳରେ ବୁଦ୍ଧ ସନ୍ୟାସୀ ଭାବେ ଅବଶିଷ୍ଟ ଜୀବନ ବିତାଇଥିଲେ । ଏହି ସତ୍ୟ ଘଟଣାକୁ ଖ୍ରୀଷ୍ଟ ଧର୍ମୀ ପ୍ରଚାରକ ମାନେ ସେମାନଙ୍କ ଧର୍ମକୁ ଅନୁକରଣ କରୁଥିବା ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଲୁଚାଇ ଆସୁଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ