ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜପୁତ୍ର ଓ ମନ୍ତ୍ରୀପୁତ୍ର

ପୁଷ୍କରବତୀ ରାଜ୍ୟରେ ରାଜୁତି କରୁଥିବା ରାଜା ପ୍ରମୋଦବର୍ମାଙ୍କର ଗୋଟିଏ ମାତ୍ର ପୁତ୍ର ଥାଏ । ପୁଣି ମନ୍ତ୍ରୀ ସୁନୀତିଚନ୍ଦ୍ରଙ୍କର ମଧ୍ୟ ଗୋଟିଏ ମାତ୍ର ପୁତ୍ର ଥାଏ । ରାଜପୁତ୍ର ଓ ମନ୍ତ୍ରୀ ପୁତ୍ର ଦୁହିଁଙ୍କର ବୟସ ଏକ । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥାନ୍ତି । ଦେଖିଲେ ମନେ ହେଉଥିଲା ସେମାନେ ଯେପରି ଯାଆଁ ଳା ଭାଇ ।

ଯୁବରାଜଙ୍କର ବିବାହ ଆନନ୍ଦପୁରର ରାଜକୁମାରୀଙ୍କ ସହ ସ୍ଥିର ହୋଇଥିଲା । ସେ ବିବାହ ପାଇଁ ଆନନ୍ଦପୁର ଅଭିମୁଖେ ଯାତ୍ରା କଲେ । ସେତେବେଳେ ତାଙ୍କ ସାଥିରେ ମନ୍ତ୍ରୀପୁତ୍ର ଓ ଅନ୍ୟ ବନ୍ଧୁବାନ୍ଧବମାନେ ମଧ୍ୟ ଥିଲେ । ସଂଧ୍ୟା ହେବା ବେଳକୁ ସେମାନେ ଇଷୁମତି ନଦୀକୂଳରେ ପହଁଚି ସେଠାରେ ତମ୍ବୁ ପକାଇ ରହିଲେ । ଭୋଜନ ଶେଷ ହେବା ପରେ ଯୁବରାଜ ତାଙ୍କ ଆଈଙ୍କଠାରୁ ଗଳ୍ପ ଶୁଣିବାକୁ ଚାହିଁଲେ । ଆଈ ଗଳ୍ପ କହିଲେ । ହେଲେ ଯୁବରାଜ କ୍ଳାନ୍ତ ହୋଇଥିବାରୁ ଗଳ୍ପ ଅଧା ହୋଇଛି ସେ ଶୋଇଗଲେ । ତେଣୁ ତାଙ୍କ ଆଈମା ବାଧ୍ୟ ହୋଇ ଗଳ୍ପ ସେହିଠାରେ ହିଁ ବନ୍ଦ କଲେ । କିନ୍ତୁ ମନ୍ତ୍ରୀ ପୁତ୍ରଙ୍କ ଆଖିରେ ଆଦୌ ନିଦ ନାହିଁ । ସମସ୍ତେ ଶୋଇଗଲେଣି । ହଠାତ୍ ମଧୁରସ୍ୱରରେ ଝିଅମାନେ କଥାବାର୍ତ୍ତା ହେଉଥିବାର ସେ ଶୁଣିପାରିଲେ । ସେ ଚମକି ଉଠି ଦେଖିଲେ କେତେଗୁଡିଏ ଦେବକନ୍ୟା ନିଜନିଜ ଭିତରେ କଥାବାର୍ତ୍ତା ହେଉଛନ୍ତି । ଜଣେ ଦେବକନ୍ୟା କହିଲା, “ଏହି ଯୁବରାଜ ଗୋଟାଏ ପାଜି ଲୋକ । ପୁରା କାହାଣୀ ନ ଶୁଣି ଶୋଇ ଗଲା । ଏଣୁ ମୁଁ ତାକୁ କଦାପି କ୍ଷମା କରି ନ ପାରେ । ମୁଁ ଏହି ଚନ୍ଦ୍ରହାରଟିକୁ ତଳେ ପକାଇ ଦେଉଛି । ସକାଳୁ ଉଠି ଯେମିତି ସେ ଏହାକୁ ଛୁଇଁବ ସେମିତି ତା’ର ମୃତ୍ୟୁ ହୋଇଯିବ ।”

ଦ୍ୱିତୀୟ ଦେବକନ୍ୟା କହିଲା, “ଯଦି କୌଣସି କାରଣରୁ ସେ ଏହି ହାରକୁ ନ ଛୁଏଁ, ତେବେ ନଦୀକୂଳରେ ଥିବା ପାଚିଲା ଆମ୍ବ ତୋଳିଲେ ସେ ଅବଶ୍ୟ ମରିଯିବ ।”

ତୃତୀୟ ଦେବକନ୍ୟା କହିଲା, “ଏହି ଦୁଇ ବିପଦରୁ ଯଦିବା ଯୁବରାଜ କୌଣସି ମତେ ବଂଚିଯାଏ ତେବେ ସେ ତା’ର ଶ୍ୱଶୁର ଘରର ସିଂହଦ୍ୱାରରେ ପ୍ରବେଶ କରିବା ବେଳେ ସିଂହଦ୍ୱାର ତା’ମୁଣ୍ଡ ଉପରେ ଭାଙ୍ଗି ପଡିବ ଓ ସେ ମରିଯିବ ।”

ଚତୁର୍ଥ ଦେବକନ୍ୟା କହିଲା, “ଯଦି ଯୁବରାଜ ଏହି ତିନୋଟି ବିପଦରୁ ବଂଚିଯାଏ, ତେବେ ସେ ଶୟନ କକ୍ଷରେ ପ୍ରବେଶ କରିବାମାତ୍ରେ ତାର ଶହେ ଥର ଛିଙ୍କ ହେବ । ସେତେବେଳେ ଯଦି କେହି ପ୍ରତ୍ୟେକଥର ଛିଙ୍କ ପରେ “ଦୀର୍ଘାୟୁ ଭବ” କହି ଆର୍ଶିବାଦ ଦିଏ ତ ସେ ବଂଚିଯିବ, ନ ହେଲେ ତା’ର ମୃତ୍ୟୁ ଅନିବାର୍ଯ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ