ଶିବି ଜାତକ

       କିଛି ସମୟ ବିତିଗଲା ପରେ ଏକ ଅଦ୍ଭୁତ ଘଟଣା ଘଟିଲା । ରାଜାଙ୍କର ଯନ୍ତ୍ରଣା ଉଭେଇଗଲା । ଶୂନ୍ୟ ଆଖିକୋରଡରେ ଦୁଇଟି ନୂଆ ଆଖି ବାହାରିଆସିଲା । କିନ୍ତୁ ସେ ଆଖିରେ ରାଜା ଦେଖି ପାରିଲେନାହିଁ ।

       ରାଜା ଅନ୍ଧହୋଇ ରହିଲେ । ଦିନେ ସେ ଭାବିଲେ- “ଜଣେ ଅନ୍ଧଲୋକ ରାଜ୍ୟର ରାଜା ହୋଇ ରହିବା ଠିକ୍ ନୁହେଁ । ମୁଁ ରାଜଗାଦି ଛାଡିଦେବି ଓ ସନ୍ନ୍ୟାସୀ ହୋଇଯିବି । ମନ୍ତ୍ରୀମାନଙ୍କ ଉପରେ ରାଜ୍ୟର ଭାର ଦେଇଦେବି ।”

       ଏପରି ଭାବି ସେ ମନ୍ତ୍ରୀମାନଙ୍କୁ ଡକାଇ ନିଜର ମନକଥା ଜଣାଇଲେ । ମନ୍ତ୍ରୀମାନେ ତାଙ୍କୁ ସନ୍ନ୍ୟାସୀ ନହେବାପାଇଁ ନିବେଦନ କଲେ । କିନ୍ତୁ ରାଜା ନିଜ କଥାରେ ଅଟଳ ରହିଲେ । ସେ ସନ୍ନ୍ୟାସୀ ହୋଇ ନଅର ଛାଡି ଚାଲିଗଲେ । ସହର ବାହାରେ ଗୋଟିଏ ପୋଖରୀ ଥିଲା । ରାଜା ସେଇ ପୋଖରୀ କୂଳରେ କୁଡିଆଟିଏ କରି ରହିଲେ ।

       ଇନ୍ଦ୍ରଦେବତା ତ ରାଜାଙ୍କ ଆଖି ନେଇ ସ୍ୱର୍ଗକୁ ଚାଲିଯାଇଥିଲେ – ସେଠାରେ ତାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ସେ ତା’ର କାରଣ ବୁଝିପାରିଲେ । ସେ ଠିକ୍କଲେ ଯେ ରାଜାଙ୍କୁ ବରଦେଇ ଆଖି ଫେରାଇଦେବେ । ଇନ୍ଦ୍ରଦେବତା ରାଜା ରହୁଥିବା କୁଡିଆକୁ ଆସିଲେ । ରାଜା ପାଦଶବ୍ଦ ଶୁଣିପାରି ପଚାରିଲେ – “ଆପଣ କିଏ ଆସିଚନ୍ତି?” ଇନ୍ଦ୍ର କହିଲେ – “ମୁଁ ଦେବତାମାନଙ୍କର ରାଜା ଇନ୍ଦ୍ର । ତୁମେ ମୋଠାରୁ ଗୋଟିଏ ବର ମାଗିନିଅ ।”

       ରାଜା କହିଲେ – “ମୋର ଧନ-ସଂପଦ, ରାଜ୍ୟ, ସବୁକିଛି ଥିଲା । ସେସବୁ ତ ମୁଁ ଛାଡିଦେଇ ଆସିଚି – ସେସବୁ ମୁଁ ଆଉ ଚାହେଁନା । ମୁଁ ଅନ୍ଧ ହୋଇଥିବାରୁ କାହାର କିଛି ଉପକାର କରିପାରିବିନାହିଁ । ତେଣୁ ମୁଁ ଭାବୁଚି ଯେ ମରିଯିବା ଭଲ । ମତେ ମରଣ ବର ଦିଅନ୍ତୁ ।”

       ଇନ୍ଦ୍ରଦେବତା କହିଲେ – “ତୁମେ କ’ଣ ସତରେ ମରିବାକୁ ଚାହୁଁଚ? ଅନ୍ଧ ହୋଇଯିବା ଦୁଃଖରେ ମରିବାକୁ ଚାହୁଁ ନାହଁ ତ? ସଂସାରରେ ମଣିଷ ଯେଉଁ କାମ କରେ ତା’ର ଗୋଟାଏ କାମନା ଥାଏ । ଅନ୍ଧ୍ର ବ୍ରାହ୍ମଣ ତୁମକୁ ଗୋଟିଏ ଆଖି ମାଗିଥିଲା । ତୁମେ ତାକୁ ଦୁଇଟିଯାକ ଆଖି କାହିଁକି ଦେଇଦେଲ? ଏକଥା କହିଲେ ତମେ ପୁଣି ଦେଖିପାରିବ ।”

       ରାଜା କହିଲେ – “ଯଦି ଆପଣ ଚାହାଁନ୍ତି ଯେ ମତେ ଗୋଟାଏ ଆଖି ଦେବେ, ତେବେ ତାହା ଦିଅନ୍ତୁ । ମୁଁ ଭାବିବି ସେ ମୋର ଦାନର ଫଳ । ଯେଉଁ ଲୋକ ମାଗିବାକୁ ଆସେ, ମୁଁ ଭାବେ ସେ ମୋର ନିଜଲୋକ, ପର ନୁହେଁ । ଏପରି ଭାବି ମୁଁ ଦାନଦିଏ । ଯଦି ଏ କଥା ସତ ତେବେ ମୋର ଗୋଟିଏ ଆଖିକୁ ଦେଖାଯାଉ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ