ଶିବି ଜାତକ

       ଏ କଥା କହି ସାରିବା ପରେ ରାଜା ଗୋଟିଏ ଆଖିରେ ଦେଖିପାରିଲେ ।

       ରାଜା ପୁଣି କହିଲେ – “ବ୍ରାହ୍ମଣ ମତେ ଗୋଟିଏ ଆଖି ମାଗିଥିଲେ – ମୁଁ ତାଙ୍କୁ ଦି’ଟାଯାକ ଆଖି ଦେଇଦେଲି । ମୁଁ ଏଥିରେ ଅଧିକ ଆନନ୍ଦ ପାଇଥିଲି । ଏ କଥା ଯଦି ସତ, ତେବେ ମୋର ଆର ଆଖିଟିକୁ ଦେଖାଯାଉ ।”

       ଏହା ପରେ ରାଜା ତାଙ୍କର ଦ୍ୱିତୀୟ ଆଖିଟିରେ ବି ଦେଖିପାରିଲେ ।

       ଏହି ଘଟଣା ଦେଖି ସମବେତ ଲୋକମାନେ ଆନନ୍ଦରେ ନାଚିଉଠିଲେ । ଇନ୍ଦ୍ରଦେବତା କହିଲେ – “ମହାରାଜ ! ଆପଣ କରିଥିବା ଭଲ କାର୍ଯ୍ୟ ପାଇଁ ଦୁଇଟି ଦେବ ଆଖି ପାଇଚନ୍ତି । ସେଇ ଆଖିରେ ଆପଣ ହଜାର ହଜାର କୋଶ ଦୂରରେ ଥିବା ଜିନିଷ ଦେଖିପାରିବେ । ବଣ, ପାହାଡ ଓ ପର୍ବତ ଆପଣଙ୍କୁ ସେସବୁ ଦେଖିବାରେ ବାଧା ଦେଇ-ପାରିବନି ।”

       ଏହା କହି ଇନ୍ଦ୍ରଦେବତା ଉଭାନ ହୋଇଗଲେ । ରାଜା ନଅରକୁ ଫେରିଗଲେ । ରାଜା ଆଖି ଫେରିପାଇଚନ୍ତି ବୋଲି ଚାରିଆଡେ ଚହଳ ପଡିଗଲା । ପ୍ରଜାମାନେ ରାଜାଙ୍କୁ ଦେଖିବାକୁ ଆସିଲେ । ରାଜା ସେମାନଙ୍କୁ କହିଲେ – “ଦାନ କଲେ କ’ଣ ହୁଏ ତାହା ତୁମେମାନେ ଦେଖିଲ । କେହି କିଛି ମାଗିଲେ, ତାକୁ ମନାକରିବନି । ମାଗୁଥିବା ଲୋକକୁ କିଛି ହେଲେ ଦେବ । ନିଜର ଅତି ପ୍ରିୟ ଜିନିଷ ଦାନକରିଦେବା ହେଉଚି ସବୁଠାରୁ ବଡ ଦାନ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ