ଶୁଆ ପକ୍ଷୀର ଚାତୁରୀ

 ଶେଷରେ ମାଲୁଣୀ ବିରକ୍ତ ହୋଇ ଯାଇ ରାଜ କୁମାରୀ ଛଇଳାଙ୍କ ନିକଟରେ ଏକଥା ପ୍ରକାଶ କରନ୍ତେ, ରାଜ କୁମାରୀ ଛଇଳା ରାଗରେ ପଂଚମ ହୋଇ ନିଜର ସଖୀ ସହଚରୀ ମାନଙ୍କୁ ସାଙ୍ଗରେ ଧରି ଆସି ଉଦ୍ୟାନରେ ପହଁଚି ଗଲେ ।

ସେମାନଙ୍କୁ ଦେଖିବା ମାତ୍ରେ ବିଜୟ ସେନ୍ ସହଜରେ ରାଜ କୁମାରୀଙ୍କୁ ଚିହ୍ନି ପାରିଲା । କାରଣ ଶୁଆ ରାଜକୁମାରୀଙ୍କ ଗାଲରୁ ମାଂସ ପୁଳାଏ ଉଠାଇ ନେଇ ଥିଲା । ସେ ତହୁଁ ରାଜକୁମାରୀଙ୍କୁ ଦେଖୁ ଦେଖୁ କହିଲେ ମୁଁ ତୁମକୁ ବିବାହ କରିବାକୁ ଆସି ଅଛି ।

 ରାଜ କୁମାରଙ୍କ ଠାରୁ ଏକଥା ଶୁଣି ରାଜ କୁମାରୀ କହିଲା – ମୋତେ ବିବାହ କରିବାକୁ ହେଲେ ମୋର ପ୍ରତିଜ୍ଞାତ ପୂରଣ କରିବାକୁ ହେବ । ମୋର ପ୍ରଶ୍ନର ଉତ୍ତର ଯେ ଦେଇ ପାରିବ ମୁଁ ତାଙ୍କୁ ବିବାହ କରିବି ।

 ବିଜୟ ସେନ୍ କହିଲେ – ମୁଁ ତୁମ ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁତ ପ୍ରସ୍ତୁତ ହୋଇ ଆସିଛି । ଏହା ପରେ ରାଜ କୁମାରୀ ଯେତେ ପ୍ରଶ୍ନ ପଚାରିଲେ ବିଜୟ ସେନ୍ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ଦେଲେ । ଏଥର ରାଜ କୁମାରୀ ଆବାକ୍ ହୋଇ ବିଜୟ ସେନ୍ଙ୍କ ମୁଖକୁ ଚାହିଁ ରହିଲେ ।

 ତା’ପରେ ରାଜ କୁମାରୀ ବିଜୟ ସେନ୍ଙ୍କୁ ରାଜ ଉଆସକୁ ନେଇ ଯାଇ ଉପଯୁକ୍ତ ଆସନ ଦେଇ ବସାଇଲେ ଆଉ ପିତାଙ୍କ ଆଗରେ ସମସ୍ତ କଥା କହିଲେ ।

 ରାଜା ଖୁସି ହୋଇ ଯାଇ କହିଲେ – ଏଥର ମୁଁ ତୁମ ସହିତ ମୋର କନ୍ୟାକୁ ବିବାହ ଦେବି । ସେଥି ଲାଗି ଆଗ ଶୁଭ ଦିବସ ସିଦ୍ଧାନ୍ତ କରିବାକୁ ହେବ ।

 ରାଜାଙ୍କ ଠାରୁ ଏକଥା ଶଣି ବିଜୟ ସେନ୍ କହିଲେ ମୁଁ ଆପଣଙ୍କ କନ୍ୟାକୁ ବିବାହ କରି ପାରିବି ନାହିଁ । ସେ ମୋର ସ୍ତ୍ରୀ ନୁହଁ । ଯେହେତୁ ସେ ପରର ସ୍ତ୍ରୀ ଜାଣୁ ଜାଣୁ ତାଙ୍କୁ ବିଭା ହେବି କାହିଁକି? ପାପରେ ପଡିବି କାହିଁକି?

 ବିଜୟ ସେନଙ୍କର ମୁଖରୁ ଏ କଥା ଶୁଣି ରାଜା ବିସ୍ମୟ ହୋଇ ପଚାରିଲେ ତୁମେ ଏ ସବୁ କାହିଁକି କହୁଛ ରାଜ କୁମାର ।

 ରାଜ କୁମାର କହିଲା – ରାଜ କୁମାରୀଙ୍କର ପ୍ରଶ୍ନର ଉତ୍ତର ଦେଇ ନପାରି ଅନେକ ରାଜ ପୁତ୍ର ବନ୍ଦୀରେ ଜୀବନ ବିତାଉ ଛନ୍ତି । ସେଥି ମଧ୍ୟରୁ ଜଣେ ରାଜ ପୁତ୍ର କାରାଗାରରୁ ପଳାଇ ଯାଇ ସିନା କାରାଗାରରୁ ମୁକ୍ତ ହେଲେ । ସେତ ରାଜ କୁମାରୀଙ୍କୁ ପାଇବା ଆଶାରୁ ମୁକ୍ତ ହୋଇ ପାରି ନାହିଁ । ସେ ପାଗଳ ପ୍ରାୟ ଅରଣ୍ୟରେ ଭୋକ ଉପାସରେ ଘୁରୁ ଥିଲା ।  ପାରିଧି କରିବାକୁ ଯାଇ ମୁଁ ତାଙ୍କୁ ଏହି ଦୁର୍ଦ୍ଧିନରୁ ରକ୍ଷା କରି ଆଣିଲି । ଯଦି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପରେ ରାଜ କନ୍ୟା ମୋତେ ବିବାହ କରିବ । ସେ ମୋର ହୋଇ ସାରିଛନ୍ତି, କିନ୍ତୁ ମୁଁ ଜାଣେ ଯେ ନ୍ୟାୟ ଦୃଷ୍ଟିରୁ ସେ ପଳାତକ ରାଜ କୁମାର ରାଜ କୁମାରୀଙ୍କର ପ୍ରକୃତ ସ୍ୱାମୀ ହେବାକୁ ଯୋଗ୍ୟ । ଏହା ଛଡା ମୁଁ ବିବାହିତ । ରାଜ କୁମାରୀ ବର୍ତ୍ତମାନ ନ୍ୟାୟ ଦୃଷ୍ଟିରୁ ମୋର, ତେଣୁ ମୁଁ ରାଜ କନ୍ୟାଙ୍କୁ ସେହି ରାଜ କୁମାରଙ୍କ ସହିତ ବିବାହ କରି ଦେବାକୁ ଚାହେଁ । ଆଉ ମଧ୍ୟ ରାଜ କୁମାରୀ ହାରି ଯାଇ ଥିବାରୁ ଏହି କଥା ଉପରେ ଆଉ ଅଙ୍କୁଶ ଲଗାଇ ପାରିବେ ନାହିଁ । ତା’ ଛଡା ମୋର ଯେ ପ୍ରତିଜ୍ଞା ଥିଲା, ତୁମର ବିବାହ ନିମନ୍ତେ ରାଜ କୁମାରୀଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇ ରାଜ କୁମାରଙ୍କ ସହିତ ତୁମ୍ଭଙ୍କୁ ବିବାହ ଦେବି ।

 ବିଜୟ ସେନ୍ଙ୍କର ଯୁକ୍ତିକୁ ସମ୍ମାନ ଦେଇ ରାଜା ନିଜର କନ୍ୟାକୁ ସେହି ପଳାତକ ରାଜ କୁମାରଙ୍କ ସହିତ ବିବାହ କରି ଦେଲେ ଓ ଯେଉଁ ରାଜ କୁମାର ମାନେ ବନ୍ଦୀ ଜୀବନ ଯାପନ କରୁ ଥିଲେ ସେମାନଙ୍କୁ ମୁକ୍ତ କରି ଦେଲେ ।

 ଶୁଆ କହିଲା ଏଥର ଶୁଣିଲୁତ ଶାରୀ । ପୁରୁଷ ମାନେ କିପରି ପରୋପକାରୀ ତାହା ଦେଖିଲୁତ?


ଗପ ସାରଣୀ

ତାଲିକାଭୁକ୍ତ ଗପ