ଶୁଆ ପକ୍ଷୀର ଚାତୁରୀ

ରାଜ କୁମାରୀ କହିଲା – ଏଥର ପାଣି ପିଇ ସାରିଲୁତ, ପାଖକୁ ଆସି ମନ୍ତ୍ର ଦେ, ମନ୍ତ୍ର ଶୁଣିବା ଲାଗି ମୁଁ ଖୁବ୍ ବ୍ୟସ୍ତ ହେଲିଣି ।

ରାଜ କୁମାରୀଠାରୁ ଶୁଆ ଏପରି ଶୁଣି ସାରି ସେ ସେଠାକୁ ଯାଇ କହିଲା – ଏଥର ତୁମର କାନଟାକୁ ମୋର ଥଂଟ ଆଡକୁ ରଖନ୍ତୁ । ମୁଁ ଚୁପି ଚୁପି ସେହି ମନ୍ତ୍ରକୁ ତୁମ କାନରେ କହି ଦେଇ ମୋର କାମ ଶେଷ କରିବି ।

ଏହା ପରେ ରାଜ କୁମାରୀ ଛଇଳା ମୃତ୍ୟୁଞ୍ଜୟ ମନ୍ତ୍ର ଶୁଣିବା ଲାଗି ଶୁଆ ଆଡକୁ କାନ ଦେଖାଇବାକୁ ପ୍ରସ୍ତୁତ ହେଲାରୁ ରାଜ କୁମାରୀର କାନ୍ଧରେ ଯାଇ ଶୁଆ ବସିଲା । ଏହା ପରେ ରାଜ କୁମାରୀର କାନରେ ମନ୍ତ୍ର କହିବ କ’ଣ ଗାଲରୁ ପୁଳାଏ କାମୁଡି ମାଂସ ପୁଳାଏ ଧରି ପଳେଇ ଆସିଲା ।

ଶୁଆ ଯାଇ ରାଜା ବିଜୟ ସେନ୍ଙ୍କ ନିକଟରେ ସମସ୍ତ କଥା କହି ଖୁସି ହୋଇ ଗଲା, ବିଜୟ ସେ କଥା ଶୁଣି ଶୁଆକୁ ଧନ୍ୟବାଦ ଦେଇ କହିଲେ – ଆସନ୍ତାକାଲି ଆମେ ମାହେନ୍ଦ୍ର ବେଳା ଦେଖି ରାଜ କୁମାରୀ ଛଇଳାଙ୍କ ଦେଶକୁ ଯିବା ।

ଏହା ପରେ ରାଜା ବିଜୟ ସେନ୍ ଘୋଡା ଉପରେ ବସି ରାଜ କୁମାରୀଙ୍କ ରାଜ୍ୟରେ ଯାଇ ପହଁଚିଲା । ସାଥିରେ ଶୁଆକୁ ମଧ୍ୟ ନେଲା ।

ଶୁଆ ସହ ବିଜୟ ସେନ୍ଙ୍କୁ ସେହି ରାଜ୍ୟରେ ପହଁଚିବାକୁ ଗୋଟିଏ ଦିନ ଲାଗିଲା । ସେମାନେ ଯାଇ ରାଜ କୁମାରୀଙ୍କ ଫୁଲ ବଗିଚାରେ ରହିବା ଲାଗି ଡେରା ପକାଇଲେ । ଗୋଟିଏ ଦିନ ଉଦ୍ୟାନରେ ରହି ଯିବା ପରେ ମାଲୁଣୀ ଦେଖିଲା ଯେ ରାଜ କୁମାରୀଙ୍କ ଉଦ୍ୟାନରେ ରାଜ କୁମାର ବିଜୟ ସେନ୍ ଆସି ଡେରା ପକାଇ ରହି ଛନ୍ତି । ସେ ତହୁଁ ତାଙ୍କୁ ନାନା ପ୍ରକାର କଥା କହି ସେଠାରୁ ପଳାଇ ଯିବାକୁ କହନ୍ତେ ରାଜ କୁମାର ବିଜୟ ସେନ୍ ମାଲୁଣୀର କଥା ଶୁଣିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ