ହାଡବାଇ କଥା

         ପୁଅ କହିଲା ନାହିଁ ନାହିଁ ମାଆ । ୟେ ଯଦି ଆମ ଘର ତାହା ହେଲେ ମୋର ମାମୁଁ ଘର କେଉଁ ଗ୍ରାମରେ କହିବୁ ତ । ଯଦି ଏ କଥା ଆଜି ମୋତେ ନକହିବୁ ତାହା ହେଲେ ତୁ ମୋତେ ଆଉ ଏଠାରେ ଦେଖିବାକୁ ପାଇବୁ ନାହିଁ ।

         ପୁଅ ଏବେ ଯିଦ୍ ଧରି ବସିଲାଣି । ୟାକୁ ସତ ନକହି ଆଉ ମିଛଟା କ’ଣ କହିବ । ମାମୁଁ ଘରକୁ ନିଜ ଘର କହିବା ପରେ ପୁଣି ସେ ମାମୁଁ ଘର କଥା ପଚାରୁଛି । ନାଁ ଏବେ ପୁଅ ଆଗରେ ତାକୁ ସମସ୍ତ ସତ କଥା କହିଦେବା ଦରକାର ।

       ଏହା ପରେ ମାଆ ପୁଅ ପାଖରେ ସବୁ ସତ କଥା ଖୋଲି କରି କହିଲା । ପୁଅ ଯେତେ ବେଳେ ମାଆଙ୍କ ଠାରୁ ହାଡବାଇ କଥା ଶୁଣିଲା – ସେ କହିଲା ମାଆ ତୁ ମୋତେ ତାହା ହେଲେ ଆମ ଘର ଚାବି ଦେ । ମୁଁ ଆଜି ଆମ ଘରକୁ ଯିବି ।

         ଏମିତି କହି ପୁଅ ଯେତେ ବେଳେ ଯିଦ୍ ଧରିଲା, ସେତେବେଳେ ମାମୁଁ, ମାଇଁ, ଆଈ ଏ ସମସ୍ତେ ମିଶି ତାକୁ ବହୁତ ବୁଝାଇ କହିଲେ, ହେଲେ ପୁଅ ଆଉ କାହା କଥା ଶୁଣିଲା ନାହିଁ, ସେ ଚାବି ଧରି ନିଜ ଗ୍ରାମ ଭଦ୍ରପୁରକୁ ଚାଲି ଗଲା ।

         ପୁଅ ଯାଇ ନିଜ ଗ୍ରାମ ଭଦ୍ରପୁର ଠାରେ ପହଁଚି ଘରର ଚାବି ଖୋଲନ୍ତେ ତାହା ଦେଖି ହାଡବାଇ ତା’ ଉପରେ ଭୀଷଣ ଭାବରେ ରାଗିଗଲା ପୁଅକୁ ଖୁବ୍ ଧମକାଇ କହିଲା – ଦେଖ ସାବଧାନ୍ ଟୋକା, ଚାବି ଖୋଲ ନାହିଁ କିମ୍ବା ସେହି ଘର ଭିତରକୁ ଯାଅ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ