ଆଗେ ଘରର ପଛେ ଅନ୍ୟର

       ଗୋଟିଏ ଗାଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଂଚାୟତ ସରପଂଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଚାଂୟତ ଅଧୀନରେ ଥିବା ଏକାଧିକ ଗାଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ ।

       ଦିନେ ସରପଂଚଙ୍କ ଗାଁକୁ ଅନ୍ୟ ଗାଁର କିଛି ବ୍ୟକ୍ତି କେତେଗୁଡିଏ ସମସ୍ୟା ନେଇ ବାହାରିଥାନ୍ତି । ସେମାନେ ସରପଂଚଙ୍କ ଗାଁକୁ ଆସିବା ବାଟରେ ଦେଖିଲେ ଏକ ଚାଷ ଜମିରେ ଚାରିଜଣ ଲୋକ ହଳ କରୁଥିଲେ । ସେମାନଙ୍କୁ ସରପଂଚଙ୍କ ନିକଟକୁ ଆସୁଥିବା ଲୋକମାନେ ପଚାରିଲେ, “ଭାଇମାନେ, ତୁମର ଘର କେଉଁଠି?”

       ଏହା ଶୁଣି ହଳୁଆ ଲୋକମାନେ କହିଲେ, “ଘରତ ଏଇ ସାମନାରେ । ହେଲେ ଘରର ମାଲିକ କିଛି ଶୁଣନ୍ତି ନାହିଁ ବୁଝନ୍ତି ନାହିଁ ।”

       ଏଥର ସରପଂଚଙ୍କ ନିକଟକୁ ଆସୁଥିବା ଲୋକମାନେ ଆଗକୁ ବଢିଲେ । ଗାଁ ମୁଣ୍ଡରେ ପହଂଚି ଦେଖିଲେ କେତେଜଣ ମହିଳା କୂଅରୁ ପାଣି ବାହାର କରୁଛନ୍ତି । ସେମାନଙ୍କୁ ଦେଖି ଆଗନ୍ତୁକ ଭଦ୍ରବ୍ୟକ୍ତିମାନେ ପଚାରିଲେ, “ସରପଂଚଙ୍କ ଘର କେଉଁଟା?”


ଗପ ସାରଣୀ

ତାଲିକାଭୁକ୍ତ ଗପ