ଭୀଷ୍ମ ପିତାମହ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବମାନଙ୍କୁ ପରାସ୍ତ କରିବା ସମ୍ଭବ ହୋଇନଥାଏ । ଦୁର୍ଯ୍ୟୋଧନ ଏଥିରେ ଅତି ମାତ୍ରାରେ ବ୍ୟତି ବ୍ୟସ୍ତ ହୋଇପଡିଲେ । କ୍ରୋଧ ଜର୍ଜରିତ ହୋଇ କହିଲେ – ପିତାମହ ! ପାଣ୍ଡବମାନେ ଆପଣଙ୍କର ଅତି ପ୍ରିୟ । ସେଇ କାରଣରୁ ବୋଧହୁଏ ଆପଣ ସେମାନଙ୍କୁ ନମାରି ଖେଳାଉଛନ୍ତି । ଏହି ଆକ୍ଷେପୋକ୍ତି ପିତାମହଙ୍କୁ ବଜ୍ରତୁଲ୍ୟ ଆଘାତ ଦେଲା...
Category - ପୌରାଣିକ
କୁରୁକ୍ଷେତ୍ର ପ୍ରାଙ୍ଗଣ । କୌରବ ଓ ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରଣ ଭେରୀ ବାଜିବାମାତ୍ରେ ଉଭୟ ପକ୍ଷ ଯୁଦ୍ଧରେ ଲିପ୍ତ ରହିବେ । ସେଥିପାଇଁ ପ୍ରତୀକ୍ଷା । ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ଯୁଧିଷ୍ଠିର ରଥରୁ ଓହ୍ଲାଇ ଚାଲି ଚାଲି କୁରୁସେନାଙ୍କ ଆଡକୁ ଅଗ୍ରସର ହେଲେ । ଏହା ଦେଖି ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ସହ...
ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ । ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ । ନାରଦଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ । ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ । ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା...
କୁବେର ତ ହେଉଛନ୍ତି ଧନର ଅଧିପତି । ସେ ଧନର ଅଧିପତି ହୋଇଥିବାରୁ ତାଙ୍କ ମନରେ ବହୁତ ଗର୍ବଥିଲା । ସେ ଧନର ଆଧିପତ୍ୟ ଦେଖାଇବା ପାଇଁ ଥରେ ସେ ଈଶ୍ୱରଙ୍କର ସହିତ ଶ୍ରୀମାଟିର ମୂର୍ତ୍ତିଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ । ଶ୍ରୀମାଟିର ମୂର୍ତ୍ତି ସମସ୍ତ ଦେବତାଙ୍କ ଆଗରୁ ପୂଜା ପାଉଥିବାରୁ କୁବେରଙ୍କର ତାଙ୍କ ପ୍ରତି ମନରେ ଈର୍ଷାଭାବଥିଲା । କୁବେର ସେହି କାରଣରୁ ମାଟିର...
ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ...
ଏକଦା ଦୈତ୍ୟରାଜ ପ୍ରହ୍ଲାଦ ରାଜସିଂହାସନରେ ବସିଥିବା ସମୟରେ ମହା ତେଜସ୍ୱୀ ଚ୍ୟବନ ଋଷି ତାଙ୍କ ରାଜ ଦରବାରରେ ଆସି ଉପସ୍ଥିତ ହେଲେ । ରାଜା ଋଷିଙ୍କୁ ଆସୁଥିବାର ଦେଖି ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣି ଯଥା ସ୍ଥାନରେ ନେଇ ବସାଇଲେ । ରାଜାଙ୍କର ଏପରି ବ୍ୟବହାରରେ ସନ୍ତୁଷ୍ଟ ହୋଇ ଋଷି ପଚାରିଲେ, ‘ମହାରାଜ ! ଆପଣଙ୍କ ରାଜ୍ୟ ଭଲରେ ଚାଲିଛି ତ?’ ...
ପ୍ରାଚୀନ କାଳର କଥା । ସେ ସମୟରେ ଶିଷ୍ୟମାନେ ଗୁରୁ ଆଶ୍ରମରେ ରହି ଶିକ୍ଷା ଅର୍ଜନ କରୁଥିଲେ । ଏମିତି ପ୍ରଥା ଦୀର୍ଘଦିନ ପର୍ଯ୍ୟନ୍ତ ଚଳି ଆସିଥିଲା । ସେ ସମୟରେ ଶିଷ୍ୟମାନଙ୍କୁ ଶିକ୍ଷା ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଗୁରୁଙ୍କ ଆଶ୍ରମରେ ହିଁ ରହିବାକୁ ପଡୁଥିଲା । ଶିକ୍ଷାକାଳ ଶେଷ ହେଲେ ଶିଷ୍ୟମାନେ ଗୁରୁଙ୍କୁ ଯଥାର୍ଥ ଦକ୍ଷିଣା ଦେଇ ଘରକୁ ଫେରି...
ପୂର୍ବ କାଳରେ ବିଦ୍ୟାର୍ଥୀମାନେ ଗୁରୁ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବାର ପରମ୍ପରା ରହିଥିଲା । ପିଲାମାନେ ପାଂଚ ବର୍ଷ ବୟସରେ ଉପନୀତ ହେବା ପରେ ତାଙ୍କ ପିତାମାତା ମାନେ ସେମାନଙ୍କୁ ନେଇ ଗୁରୁ ଆଶ୍ରମରେ ଛାଡି ଦେଇ ଆସୁଥିଲେ । ସେହି ପିଲାମାନେ ସେଠାରେ ରହି ଗୁରୁଙ୍କ ସେବା କରିବା ସହିତ ଆଶ୍ରମରେ ରହିଥିବା ଗୋରୁ ଗାଈଙ୍କ ସେବା, କୃଷିକ୍ଷେତ୍ରରେ କୃଷିକାର୍ଯ୍ୟ...
ପୁରାଣ ଯୁଗର କଥା । ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି...
ଗୁରୁ ଧୈମ୍ୟ ମୁନିଙ୍କ ଆଶ୍ରମର ଜଣେ ଶିଷ୍ୟ ଥିଲେ ଉପମନ୍ୟୁ । ସେ ଥିଲେ ଗୁରୁ ଆଶ୍ରମର ଗାଈମାନଙ୍କୁ ପାଳନ କରିବାର ଦାୟିତ୍ୱରେ । ଦିନ ତମାମ୍ ସେ ସେହି ଗାଈମାନଙ୍କ ସେବାରେ ବ୍ୟସ୍ତ ରହୁଥିଲେ । ଦିନରେ ଏହି କାର୍ଯ୍ୟ କରିସାରି ରାତିରେ ସେ ଭିକ୍ଷା ମାଗିବା ପାଇଁ ଯାଉଥିଲେ । ଗୁରୁଦେବ ଥରେ ଉପମନ୍ୟୁଙ୍କର ଐକାନ୍ତିକ ଗୁରୁଭକ୍ତିକୁ ପରୀକ୍ଷା କରିବା ଲାଗି ଚିନ୍ତା କଲେ ।...
ଏମିତି ଅନେକ ଗୁରୁକୁଳ ଆଶ୍ରମ ମଧ୍ୟରେ ଗୁରୁ ରାମାନନ୍ଦଙ୍କର ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମର ଚତୁଃପାଶ୍ୱର୍ରେ ଅନୁପମ ପରିବେଶ । ବିଶାଳ ବୃକ୍ଷ ସବୁ ସୁସ୍ୱାଦୁ ଫଳରେ ପରିପୂର୍ଣ୍ଣ । ବଗିଚାଟି ରଙ୍ଗ ବେରଙ୍ଗର ସୁଗନ୍ଧିତ ପୁଷ୍ପରାଜିରେ ପରିଶୋଭିତ । ପୁନଃଶ୍ଚ ତାଙ୍କ ଆଶ୍ରମ ନିକଟରେ ଏକ ସୁବିସ୍ତୀର୍ଣ୍ଣ ସ୍ୱଚ୍ଛ ନୀରଯୁକ୍ତ ପୁଷ୍କରିଣୀ । ଏସବୁ ସତ୍ତ୍ୱେ ଗୁରୁ...
ପ୍ରାଚୀନ କାଳର କଥା । ଋଷି ଜମଦଗ୍ନିଙ୍କର ପାଂଚଜଣ ପୁତ୍ର ଥିଲେ । ସମସ୍ତଙ୍କ ଭିତରେ ରାମ ଥିଲେ ସବୁଠାରୁ ସାନ । ସେ ବୁଦ୍ଧିରେ ଯେମିତି ଧୁରନ୍ଧର, ଜ୍ଞାନରେ ମଧ୍ୟ ସେମିତି ତୀକ୍ଷ୍ନ ଥିଲେ । ହେଲେ ସେ ଭାରି ଦୁଷ୍ଟ ଥିଲେ । ସେ ପିଲା କାଳରୁ ମାତୃଭକ୍ତ ଥିବା ହେତୁ ମାଆଙ୍କୁ ଗଭୀର ଭକ୍ତି କରୁଥିଲେ । ତାଙ୍କ ନିକଟରେ ମାଆଙ୍କ କଥା ହିଁ ସବୁଠାରୁ ବଡ...
ପ୍ରାଚୀନ କାଳର କଥା । ମହର୍ଷି ଜମଦଗ୍ନି, ପତ୍ନୀ ରେଣୁକା ଏବଂ ତାଙ୍କର ପୁତ୍ରମାନଙ୍କ ସହିତ ଯେଉଁଠି ଆଶ୍ରମ ନିର୍ମାଣ କରି ରହୁଥିଲେ, ସେହି ଆଶ୍ରମ ପାଖରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ସହିତ ଆଶ୍ରମବାସୀ ଖୁବ୍ ପରିଚିତ ହୋଇ ଉଠିଲେ । ସେତେବେଳେ ସେଠାକାର ରାଜା ଥିଲେ ସହସ୍ର ବାହୁ । ସେ ଅତ୍ୟନ୍ତ ବଳବାନ ତଥା ଅହଙ୍କାରୀ ରାଜା ଥିଲେ । ଅତଏବ ସେ...
ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ...
ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର...