ତା’ପରଦିନ ବୋଲକରା ଉପଦେଷ୍ଟାଙ୍କର ଗଣ୍ଠିଲି ଧରି ତାଙ୍କ ପଛେ ପଛେ ଚାଲି ଥାଏ । ଦୂର ଦେଶ, ଅଜଣା ରାସ୍ତା, ଦିନେ କେବେ ବି ବୋଲକରା ତା ଜୀବନରେ ଏପରି ପଥାଦି ଦେଖି ନଥିଲା, ରାସ୍ତା କଡେ କଡେ ସୁନ୍ଦର ସୁନ୍ଦର ପୁଷ୍ପ ବୃକ୍ଷ ମାନ ଦେଖି ସେ ବୋଲକରା ଆନନ୍ଦ ହୋଇ ଯାଉ ଥାଏ । ଅଦେଖା ନଦୀର ଜଳ ଭରା ଦେଖି କେତେ ଯେ ତା’ ମନରେ ଆନନ୍ଦ ଖେଳି ଗଲାଣି । ସେଥିରେ ପୁଣି ମଠ...
Tag - odia kahani
ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି...
ତା’ପର ଦିନ ରାତ୍ର ପାହିବା ମାତ୍ରେ ଗଙ୍ଗା କୂଳରୁ ବିଦାୟ ନେଇ ସେମାନେ ଯମୁନା ତୀର୍ଥକୁ ବାହାରିଲେ । ରାସ୍ତାରେ ଯାଉ ଯାଉ ସଂଧ୍ୟା ହୋଇ ଆସିଲା । ଚତୁର ବ୍ୟଙ୍ଗକାର କହିଲେ – ଆରେ ବାବା ବୋଲକରା ସଂଧ୍ୟା ତ ହୋଇଯିବ । ନିକାଂଚନ ରାସ୍ତାରେ ଗତି କରିବା କଥାକୁ କଥାକାର ନା କହିଛନ୍ତି । ସେଥି ଲାଗି ମୁଁ କହୁଥିଲି କି ଆମ ଆଗରେ ଦେଖା ଯାଉ ଥିବା ସ୍ଥାନରେ ଯାଇ...
ଯମୁନାର ଉତ୍ତର ଦିଗରେ ଯାତ୍ରା କରୁ କରୁ ଚତୁର କଥାକାର ଓ ବୋଲକରାକୁ ରାସ୍ତାରେ ସଂନ୍ଧ୍ୟା ହୋଇ ଗଲା । ଚତୁର ବ୍ୟଙ୍ଗକାର ବୋଲକରା ଆଡକୁ ଚାହିଁ କହିଲେ ଏଥର ବାବା ଅନ୍ଧାର ହୋଇ ଯିବ । ଅନ୍ଧାର ହୋଇ ଯିବା ପରେ ଆମେ ଆଗକୁ ଯିବା କିପରି ବରଂ ଦେଖ ୟେ ହେଉଛି ମହାରାଷ୍ଟ୍ରର ଏକ ଛୋଟିଆ ରାଜ୍ୟ ବିନୟ ନଗର । ଏଠାରେ ପୁରାତନ କାଳରୁ ଏପରି ଅତିଥି ଶାଳା ଗୋଟିଏ ଅଛି । ତୁମେ...
ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ । ଚତୁର ବ୍ୟଙ୍ଗକାର କହିଲେ – ଦେଖ ବୋଲକରା ହୋଇଲା ବେଳ ଆଉ କ୍ଷଣିକରେ ଅନ୍ଧାର...
ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ । ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ...
ଦେଶର ନାମ ପୁଣ୍ୟ ଇଣ୍ଡିଆ ବର୍ଷ । ଏହି ଦେଶରେ କାଶୀ ନାମରେ ଏକ ପବିତ୍ର ସ୍ଥାନ ଥିଲା । ଉପଦେଷ୍ଟା ଓ ବୋଲକରା ଦୁହେଁ ସେହି ପୁଣ୍ୟ ସ୍ଥାନ ଦର୍ଶନ କରିବା ନିମନ୍ତେ ପୁଣ୍ୟ ଗଙ୍ଗା ନଦୀର କୂଳେ କୂଳେ ଚାଲିଲେ । ଏମିତି ଅନେକ ଦୂର ଚାଲିଯିବା ପରେ ଉପଦେଷ୍ଟା କହିଲେ – ରହ ବୋଲକରା କଥା ମୋ ଶୁଣ ପୁଣ୍ୟତୀର୍ଥ ପୁଣି ଏ କାଶୀ ଜାଣ...
ଏହି ପରି ଭାବରେ ବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ତୀର୍ଥ ଭ୍ରମଣରେ ଥାଆନ୍ତି । ସେମାନେ ଗୋଟିଏ ବର୍ଷ ପରେ ଯାଇ କାଶ୍ମୀର ରାଜ୍ୟରେ ପହଁଚିଲେ । ଚତୁର ବ୍ୟଙ୍ଗକାର କହିଲେ ଏଠାରେ ଭଲ ସୁସ୍ୱାଦୁ ଫଳ ମିଳେ । ପାଖରେ ଥିବା ବଜାରକୁ ଯାଇ ସେଠୁ କିଛି ଫଳ କିଣି ଆଣ । ଅବୋଲକରା ଫଳ କିଣି ଆଣି ଉପଦେଷ୍ଟାଙ୍କୁ ଦିଅନ୍ତେ ଚତୁର ବ୍ୟଙ୍ଗକାର ସେହି ଫଳରୁ କିଛି...
ଏହା ପଢିବା ପୂର୍ବରୁ “କାହାଣୀରେ ଅବୋଲକରା” ପଢନ୍ତୁ ଏହି ପରି ଭାବରେ ବୋଲକରା ଉପଦେଷ୍ଟାଙ୍କ ସାଙ୍ଗରେ ପୁଣ୍ୟ ଇଣ୍ଡିଆ ବର୍ଷର ଚାରୋଟି ଧାମ ପରିଭ୍ରମଣ କଲା । ଯେଉଁ କାଳରେ ଆଜିପରି ଯାତ୍ରା ନିମନ୍ତେ ଯାତ୍ରୀଙ୍କ ଲାଗି କୌଣସି ଯାନ ବାହନ ନଥିଲା । ସେତେବେଳେ ତୀର୍ଥ ଯାତ୍ରୀ ମାନେ ଆବଶ୍ୟକ ଚୁଡା ଚାଉଳ ଡାଲିକୁ ଗଣ୍ଠିଲି କରି କାନ୍ଧରେ କାନ୍ଧେଇ ସାରା...
ଏହା ଅଜଣା କଥା, ଗୁରୁ କହିଛନ୍ତି – ଯାହା ନଦେଖିବୁ ଦୁଇ ନୟନେ, ପରତେ ନଯିବୁ ଗୁରୁ ବଚନେ । ଯାହା ନିଜ ଆଖିରେ କେବେ ଦେଖି ନଥିବ ତାହା କିନ୍ତୁ ଗୁରୁ ଯେତେ ବୁଝାଇଲେବି ବିଶ୍ୱାସ କରିବାର ନାହିଁ । କିନ୍ତୁ ଆଖିରେ ଦେଖି ନଥିବା କଥାତ ପୁଣି ସତ୍ୟ ହୁଏ । ସଂସାରରେ ସ୍ତ୍ରୀ ପୁରୁଷ ଦୁଇ ଜାତି । ସଙ୍ଗମ କାଳେ ରେତ ପଡିବା କିଏ କଣ କେବେ ନିଜ...
ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି ଯାଉଛି । ଗଙ୍ଗା ଯମୁନା କାଳେ ଦୁଇ ଭଉଣୀ । ଗଙ୍ଗା ନଦୀ ଯେପରି ପବିତ୍ର ସେହିପରି ଯମୁନା ନଦୀ ମଧ୍ୟ ପବିତ୍ର । ପବିତ୍ର ଯମୁନା ନଦୀର କୂଳେ କୂଳେ ଗଲେ ବହୁତ ଗୁଡିଏ ତୀର୍ଥ ସ୍ଥାନ ଦେଖିବାକୁ ପଡେ । ସେହି ଉପଦେଷ୍ଟାଙ୍କର ପଛେ...
ବହୁ ପୁରାତନ କଥା । ଥରେ ଇନ୍ଦ୍ର ସଭା ବସିଥାଏ । ସ୍ୱର୍ଗର ଅପସରା ମାନେ ନାଚ, ଗୀତ କରି ସମସ୍ତଙ୍କର ମନୋରଞ୍ଜନ କରୁଥାଆନ୍ତି । ହଠାତ୍ ନୃତ୍ୟ ମଝିରୁ ମାଧବୀ ନାମକ ଅପସରା ସଭା ତ୍ୟାଗ କରି କେଉଁ ଆଡେ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଇନ୍ଦ୍ର ଏକଥା ଜାଣି ପାରିଲେ । ବ୍ୟସ୍ତ ହୋଇ କହି ଉଠିଲେ – ଏତ ବିପରୀତ କଥା...
ବୃକ୍ଷ, ଲତା ଭରା ପ୍ରାଚୀ ନଦୀର ଏକ ପାଶ୍ୱର୍ରେ ଏକ ସୁରମ୍ୟ ଉପବନ ଥିଲା । ଠିକ୍ ପୁରାଣ ପ୍ରସିଦ୍ଧ ନିଆଳୀ ନଗରୀର ଉପକଣ୍ଠରେ । ଯେଉଁ ଉପବନରେ ଅନେକ ପ୍ରକାର ଫୁଲ ଫଳ ବୃକ୍ଷ ସୁଶୋଭିତ ହୋଇ ଥିଲା । ଆଉ ମଧ୍ୟ ମନ ଉଚ୍ଚାଟକାରୀ ପଦ୍ମ ପୋଖରୀ ସେଠାରେ ଥାଏ । ନାନା ରଙ୍ଗର ପକ୍ଷୀ କୋଇଲି, ହଳଦୀ ବସନ୍ତ, ଚକୋର, ହଂସ, ସାରସ ଏପରିକି ମୟୁର ପର୍ଯ୍ୟନ୍ତ ସେ ଉପବନରେ କ୍ରୀଡା...
ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ...
ଚନ୍ଦ୍ରପୁର ନାମକ ନଗରରେ ଚକ୍ରଦତ ନାମକ ରାଜା ରାଜୁତି କରୁଥିଲେ । କୌଣସି କାରଣ ବଶତଃ ସେ ନିଜ ପୁତ୍ର ମଦନପାଳକୁ ରାଜ୍ୟରୁ ବାହାର କରି ଦେଲେ । ରାସ୍ତାରେ ଖର୍ଚ୍ଚ ପାଇଁ କିଛି ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ଦେଇଥାନ୍ତି । ପୁତ୍ର ପିତାଙ୍କ ଆଜ୍ଞା ପାଳି ସେଠାରୁ ବାହାରି ଗଲା । କେତେ ଦିନ ପରେ ଜଣେ ସାଧୁ ଆଶ୍ରମରେ ଯାଇ ପହଁଚିଲା । ସାଧୁଙ୍କୁ ନିଜର ପରିଚୟ ଦେଲା ।...