ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ ପରୀକ୍ଷା କରିବା ଲାଗି ଚିନ୍ତା କରୁଥିବା ସମୟରେ ମୁନିଶ୍ରେଷ୍ଠ ନାରଦ ରାସ୍ତାରେ ଯାଉ ଯାଉ ମାତାପିତାଙ୍କୁ ଏକତ୍ର ବସି ଥିବାର ଦେଖି ଆସି ସେଠାରେ ଉପସ୍ଥିତ ହେଲେ ।
ନାରଦଙ୍କୁ ମାତା ପାର୍ବତୀ ପଚାରିଲେ, “ଆଜି କେଉଁ ଆଡକୁ ଯାତ୍ରା ଆରମ୍ଭ କରିଛ ନାରଦ?’ ତହୁଁ ନାରଦ କହିଲେ, ‘ମାତା ମୁଁ ତ ଏମିତି ସବୁଦିନ ସବୁଆଡେ ଘୂରି ବୁଲୁଛି । ସେଥିରେ ପୁଣି ମୋର ଯାତ୍ରା ଆଉ କଅଣ ହେବ?’ ତେବେ ମାତାପିତା ଗୋଟିଏ ସ୍ଥାନରେ ଉପସ୍ଥିତ ଥିବା ଦେଖି ଆପଣଙ୍କର କରୁଣା ଟିକିଏ ପାଇବା ପାଇଁ ମୁଁ ଚାଲି ଆସିଲି ।
ତହୁଁ ଦେବ ଦେବ ମହାଦେବ କହିଲେ, ‘ତଥାପି ତୁମ ଯାତ୍ରାରେ କୌଣସି ଉଦ୍ଧେଶ୍ୟ ଅଛି ନିଶ୍ଚୟ ।’ ନାରଦ କହିଲେ, ‘ନାଁ ପିତା ! ମୋର କୌଣସି ଉଦେଶ୍ୟ ନେଇ ଏ ଯାତ୍ରା ନୁହେଁ । ତେବେ ଆପଣ ଯଦି ଅନୁମତି ଦିଅନ୍ତି, ‘ତେବେ ମୁଁ ଗୋଟାଏ ବିଷୟରେ ମୋର ଅବଗତି ନିମନ୍ତେ ପଚାରନ୍ତି ।’ ଏକଥା ଶୁଣି ମହାଦେବ କହିଲେ, ‘ମୁଁ ଜାଣିଛି ! ତଥାପି କଅଣ ପଚାରିବ ତୁମେ ପଚାରୁ ନାହଁ?’ ନାରଦ କହିଲେ, ‘ପିତା ! ଆପଣ ତ ସବୁ କିଛି ଜାଣନ୍ତି, ତେବେ ଆପଣଙ୍କର ଏଇ ଦୁଇ ପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ? ଏହା ହିଁ ମୁଁ ଜାଣି ପାରିଲି ନାହିଁ । ତେଣୁ …