ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଠକକୁ ଜିତେ ଠକ

ଛୋଟ ଗାଁଟିଏ । ସେଠାରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ପରିବାର କହିଲେ ସେ ଏବଂ ତାଙ୍କର ସ୍ତ୍ରୀ । ଜମିବାଡି ତାଙ୍କର କିଛି ବି ନ ଥିଲା । ପୁରୋହିତ କାମ କରି ଦୁଃଖେ ସୁଖେ ସେ ତାଙ୍କ ସଂସାର ଚଳାଉଥିଲେ ।

ଦିନକର କଥା । ରାତିରେ ସେ ବ୍ରାହ୍ମଣ ଜଣକ ସ୍ୱପ୍ନ ଦେଖିଲେ, ତାଙ୍କର ସ୍ୱର୍ଗତ ବାପା ବଳଦ ପିଠିରେ ବସି ତାଙ୍କ ପାଖରେ ଆସି ହାଜର । ପୁଅକୁ କହିଲେ, “ତୁ ମୋତେ ଶ୍ରାଦ୍ଧ ଦେଉ ନାହୁଁ କାହିଁକି?”

ସ୍ୱପ୍ନ ଦେଖିସାରିଲା ବେଳକୁ ହଠାତ୍ ସେ ବ୍ରାହ୍ମଣଙ୍କର ନିଦ ଭାଙ୍ଗିଗଲା । ତାପରେ ସେ ତାଙ୍କ ସ୍ତ୍ରୀଙ୍କ ଆଗରେ ସ୍ୱପ୍ନ କଥା ସବୁ କହିଲେ । ବ୍ରାହ୍ମଣଙ୍କର ଭାବନା କହିଲେ ନ ସରେ । ସେ ତ ଭାରି ଅଭାବି ଲୋକ । ଶ୍ରାଦ୍ଧଟିଏ କଲେ ତ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସି ଭୋଜନ କରିବେ । ନୂଆ ଲୁଗା ବି ସେମାନେ ପିନ୍ଧିବେ । ଶ୍ରାଦ୍ଧ ପତର ବଢାହେବ । ଏଥିରେ ତ ଖର୍ଚ୍ଚ ହେବ ଅନେକ ଗୁଡିଏ ଟଙ୍କା । ଏବେ ସେ ବ୍ରାହ୍ମଣ କେଉଁଠୁ ଏସବୁ ଯୋଗାଡ କରିପାରିବେ?

ସେ ବ୍ରାହ୍ମଣଙ୍କର ସ୍ତ୍ରୀ ତ ବଡ ଚତୁର । ତେଣୁ ସେ କହିଲେ, “ଏଥିପାଇଁ ଏତେ ଭାବନା କ’ଣ? ଆମର ଜମିବାଡି ତ କିଛି ନାହିଁ । ଘରେ ବଳଦଟିଏ ପୁଣି ଆମେ ପୋଷିବା କାହିଁକି? ବାପା ସ୍ୱପ୍ନରେ ତ ସେହିକଥା ହିଁ କହିଲେ । ବଳଦଟି ବିକ୍ରି କରି ଆମେ ସେହି ପଇସାରେ ବାପାଙ୍କୁ ଶ୍ରାଦ୍ଧ ଦେବା ।”

ଏପରି କଥା ଶୁଣି ସେ ବ୍ରାହ୍ମଣ ଜଣକ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କଲେ । ତାପରେ ସେ ପୁଣି ତାଙ୍କ ସ୍ତ୍ରୀକୁ ପଚାରିଲେ, “କେତେ ଦାମ୍ ପାଇଲେ ମୁଁ ଏ ବଳଦଟି ବିକ୍ରି କରିବି ।”

ଏହା ଶୁଣି ସେ ବ୍ରାହ୍ମଣଙ୍କର ସ୍ତ୍ରୀ କହିଲେ, “ଅତି କମ୍ରେ ଶହେଟଙ୍କା ପାଇଲେ ଏ ବଳଦକୁ ଦେଇଦେବ ।”

ତହିଁ ଆରଦିନ ବଳଦକୁ ଦଉଡିରେ ବାନ୍ଧି ସେ ବ୍ରାହ୍ମଣ ଚାଲିଲେ ହାଟ ଆଡକୁ । ବାଟରେ ଜଣେ ବାଟୋଇ ସହିତ ଏ ବ୍ରାହ୍ମଣଙ୍କର ଦେଖାହେଲା । କଥାବାର୍ତ୍ତାରୁ ସେ ବାଟୋଇ ଜଣକ ଜାଣିଲେ ଯେ, ବ୍ରାହ୍ମଣ ବଡ ସରଳ ଲୋକ । ତାଙ୍କୁ ଅତି ସହଜରେ ଠକିଦେଇ ହେବ । କାହିଁକିନା ସେ ଥିଲା ବାଟୋଇ ବେଶରେ ଠକଟାଏ । ବାଟୋଇଟି ବ୍ରାହ୍ମଣଙ୍କୁ ପଚାରିଲା, “କେତେ ମୂଲ୍ୟ ପାଇଲେ ତୁମେ ଏ ବଳଦକୁ ଦେଇପାରିବ?”

ତହୁଁ ସେ ବ୍ରାହ୍ମଣ କହିଲେ, “ମୋ ସ୍ତ୍ରୀ କହିଛନ୍ତି, ଅତି କମ୍ରେ ଶହେଟଙ୍କା ନ ହେଲେ ମୁଁ ଏ ବଳଦକୁ କାହାକୁବି ଦେବିନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ