ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି ନାହିଁ, କିଏବା ସେ ପିଲାଟାକୁ ସମ୍ଭାଳି ନେଉଛି? ଘରେ ବାରମାସିଆ ତିନିଜଣ ଥିଲେ ସତ; ହେଲେ, ସେମାନେ କ’ଣ ଜାଣନ୍ତି, କ’ଣ କରିବେ? ତେବେ କ’ଣ ସେ ବିରେଇ ଅନାଥ ହୋଇଯିବ? ନାହିଁ ନାହିଁ, ତିନି ପୁରୁଷର ଭିନ୍ନେ ହେଲା ଭାଇ, ଲେଖାରେ ବିରେଇର ଖୁଡୁତା ଜେଡୁତା ଆଉ ମଉସା ପିଉସାମାନେ ଏକଥା ଶୁଣି ଧାଇଁଆସିଲେ । ସେମାନଙ୍କର ଦୟାର ଶରୀର, ବିରେଇର ବିକଳ କାନ୍ଦଣା ଶୁଣି ସମସ୍ତେ ଧାଇଁଆସିଲେ, ତା’ପରେ ସମସ୍ତେ ଏକାବେଳକେ ମିଶି ସେ ପିଲାଟିକୁ ଝାଡିଝୁଡି ଦେଇ କାଖେଇ ନେବାଲାଗି ଟଣାଟଣି କଲେ । ଏହିଭଳି ଟଣାଓଟରାରେ ସେ ପିଲାକୁ ବହୁତ ବାଧିଲାଣି, ଫଳରେ ସେ ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ହେଲେ ସେକଥା ଶୁଣୁଛି ବା କିଏ? ଦାଦି ପିଉସା, ମଉସା ମଧ୍ୟରେ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, “ମୁଁ ଥାଉଁ ଥାଉଁ ଏ ପିଲାଟିକୁ ପାଳିବାର ଆଉ କାହାର ଅଧିକାର?” ଏମାନଙ୍କ ଗୋଳମାଳ ଶୁଣି ସେ ଗାଁ ଲୋକେ ବି ଆସି ସେଠାରେ ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କର ମୁହଁକୁ ଚାହୁଁଛି – ସମସ୍ତେ ତ ଅଛନ୍ତି, ହେଲେ ତା ମା’ ବାପା କାହାନ୍ତି? ଠିକ୍ ଏତିକିବେଳେ ସେଠାରେ ପହଁଚିଗଲେ ବିରେଇର ମାମୁ ପୀତେଇ ପାତ୍ରେ । ଖୁବ୍ ଧଇଁସଇଁ ହୋଇ ସେ ଧାଇଁଛନ୍ତି । ଦୂରରୁ ସେ ଡାକିଦେଲେ, ‘ଛାଡ, ଛାଡ, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ ବା କିଏ? ପାଳେ ତ ବାପର ମା ଆଉ ପାଳେ ତ ମାଆର ମା । ମାଆର ମା ଆଈ ନାହିଁ ସତ, ହେଲେ ମାଈଁ ତ ଅଛି! ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଈଁ । ତା ମାଈଁ ଆଜକୁ ତିନିଦିନ ହେଲା ଅନ୍ନଜଳ କିଛିବି ଛୁଇଁ ନାହିଁ । ପିଲାଟା ଲାଗି ସେ ଖାଲି ଡକା ପକାଇଛି । ଦୂତୀଅପା ଘଟକିବାବେଳେ ବାର ବାର ସେ କହିଯାଇଛି, ବିରେଇକୁ କେବଳ ତା ମାଈଁ ହିଁ ପାଳିବ । ଗୋଟାଏ କାମରେ ମୁଁ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି; ଏଣେ ଏତେ କଥା ହୋଇଗଲାଣି, ମୋତେ ତ ଏସବୁ କିଛି ବି ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି । ପଂଚୁଆତି ବସିଲା, ସମସ୍ତେ ରଫା କରିଦେଲେ! ପିଲାକୁ ପାଳିବା ମାମୁର ଅଧିକାର । ଲୋକଙ୍କ ମୁହଁରୁ ଏହି କଥା ବାହାରିଛି କି ନାହିଁ, ମାମୁ ତ ଚିଲ ପରି ଝାମ୍ପମାରି ସେ ପିଲାଟିକୁ କାଖେଇ ତାଙ୍କ ଘରକୁ ଧାଇଁଲେ ।’ ବିରେଇ ତ ତା’ମାମୁକୁ ଆଗରୁ କେବେବି ଦେଖି ନାହିଁ । ନୂଆ ମଣିଷଟା କାହିଁକି ତାକୁ ଘେନିଯିବ ବୋଲି ବିରେଇ ‘ମା ଲୋ’ ‘ମା ଲୋ’ କରି ଆହୁରି ଡକା ପାରୁଥାଏ । ମାମୁ ବିରେଇକୁ ଘେନିଯାଇ ମାଈଁ ଗୁରୁବାରୀ ଜିମା କରିଦେଲେ । ତା’ପରେ ମାମୁଁ ତୁନି ତୁନି ଢେର୍ଗୁଡାଏ କି କଥା ମାଈଁକୁ କହିଲେ । ତହୁଁ ମାଈଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବିରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।” ତା’ପରେ ଖଣ୍ଡିଏ ପୋଡପିଠା, ଚିମୁଟାଏ ଭଳି ଚିଟା ଗୁଡ ବିରେଇ ହାତକୁ ମାଈଁ ବଢାଇ ଦେଲେ । ଏଣେ ସେ ବିରେଇ ତ ଢେର୍ ବେଳୁ କିଛି ବି ଖାଇ ନ ଥିଲା, ତେଣୁ ସେ ବଡ ଭୋକିଲା ଥିଲା, ସେତିକି ଖାଇଦେଇ ବିରେଇ ଗୁଡାଏ ପାଣି ପିଇଦେଲା ।
ବିରେଇ ବିଶାଳ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଗଧ ଓ ଘୋଡା
- ଦୁଇ ବିରଳ ବିପ୍ଳବୀ
- ମାଧ ମହାନ୍ତିଙ୍କ କନ୍ୟାସୁନା
- ପରୋପକାର
- କେଳା ଝିଅ ଓ ଶହେ ଡକାୟତ
- ଯାହା ପାଇଁ ଯିଏ
- ଆମ୍ର ଜାତକ
- ଅନ୍ୟକୁ ଉପଦେଶ
- ମାଛଖିଆ ଭୂତ
- ନମ୍ରତା ଶ୍ରେଷ୍ଠ ଭୂଷଣ
- ତମ୍ବାପାତ୍ରର ଭୂତ
- ମହାଭାରତ
- ମହାଭାରତ
- ଯୀଶୁ ଓ ତିନି ଗଛ କାହାଣୀ
- ପୋଖରୀର ଛୋଟ ମାଛ
- ବିଷ୍ଣୁ ପୁରାଣ
- କଥାକୁହା ଫଳ
- ଯଥାର୍ଥ ସମାଧାନ
- ବିବେକ ଧର୍ମ
- ଗର୍ବ କଲେ ଖର୍ବ ହୁଏ
- କଥା କହୁଥିବା ଗୁମ୍ଫା
- ବଦାନ୍ୟ ଜମିଦାର
- ଶଳା ଅନ୍ଧ
- ଅପୂର୍ବଙ୍କ ପରାକ୍ରମ
- କାଠୁରିଆ ଓ ପରୀରାଣୀ
- କଳାର ସମ୍ମାନ
- ବହ୍ନି ଦ୍ୱୀପ
- ତାଳଗଛ ମୂଳେ!
- ବୋକାମିର ଫଳ
- ପରିବର୍ତ୍ତନ
- ଗଙ୍ଗାରାମଙ୍କ ଭୂଲ୍
- ବକ ଜାତକ
- ରାଗୀ ସୁରେଶ
- କୁକୁରର ପ୍ରଭୁ ଭକ୍ତି
- ଦୋଷ କାହାର
- ପାଠୋଈ ବୋହୂ
- ହାସ୍ୟରସ
- ପ୍ରଶଂସା ପତ୍ର
- ଦୁଇ ଅସୁର କଥା
- ତାନ୍ତ୍ରିକ ଉଲ୍ଲୁକ
- କୀର୍ତ୍ତି!
- ଚଢେଇର ମନ୍ଦବୁଦ୍ଧି
- ଦୋମୁହାଁ ବିଚାର
- ବିଡାଏ କାଠ
- ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା
- ଚୁଲ୍ଲଧନୁଗ୍ଗହ ଜାତକ
- ସବୁ ମୁଖେ ପରିସ୍ରା କରେ
- ବୃଷୋତ୍ସର୍ଗ
- ବିବେକ
- ଥମ୍ବଲୀନା
- କୁକୁର, ବିଲୁଆ ଓ ସିଂହ କଥା
- ରୂପରେଖା କଥା
- ଲୋଭ
- ଟଙ୍କା ଥଳି
- କହିବା, କରିବା
- ପ୍ରତିଭା ପ୍ରତିଯୋଗିତା
- ବୀର ହନୁମାନ
- ମୂଲ୍ୟବାନ ଶିକ୍ଷା!
- ଅନ୍ଧବିଶ୍ୱାସ
- ବୀର ହନୁମାନ
- ପିତାଙ୍କ ଆଦର୍ଶ!
- ବୋକା ବ୍ରାହ୍ମଣ କଥା
- ଆକବରଙ୍କ ଚାକର
- ସହନଶୀଳତା
- ଅହଂକାର
- ଯେସାକୁ ତେସା
- ଯେପରି କର୍ମ ସେପରି ଫଳ
- କୁହୁଡି ଆମ୍ବ ବଉଳ
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- “ଅତିଥି”
- ସୁନାବୋହୂ
- ବିଲୁଆର ଉପଦେଶ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ଆଖି ଥାଇ ଅନ୍ଧ
- ଯେସାକୁ ତେସା
- ଅବୁଝା ରାଜା
- ଭୀରୁର ଭୂମିକା
- କୃଷ୍ଣାବତାର
- ଅମୂଲ୍ୟ ଉପଦେଶ
- ଭାଗ୍ୟ
- ମହାଭାରତ
- ବହ୍ନି ଦ୍ୱୀପ
- ପ୍ରସାଦ
- ସିଂହର ଅସୁସ୍ଥତା
- ବୈଦ୍ୟଙ୍କ ଖ୍ୟାତି
- ଏତେ ସପନକୁ ରାତି କାହିଁ
- ତିନି ତାନ୍ତ୍ରିକ
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ଜିଦ୍ଖୋର ଶାସକ
- ବିଦୂଷକଙ୍କ ମନ୍ତ୍ରଶକ୍ତି
- କୀର୍ତ୍ତି ସିଂହ
- ବିଶ୍ୱାସ ଓ ବିଷ
- କିଏ ଠକ?
- ଦସ୍ୟୁ ରାଜକୁମାର
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ଗୁପ୍ତଦଲିଲ୍
- ଦରିଦ୍ର ବର
- କଳାକାର
- ଯେମିତି ଅନ୍ନ ସେମିତି ମନ
- ଅର୍ଥହୀନ ସ୍ୱାର୍ଥ
- ମାରୁତି କବି
- ମୁଁ ଘାତକିନୀ ରାଜ ଜେମା
- ଦୁଇଟି ବୃକ୍ଷର କଥା
- ବିଚିତ୍ର ଚୋରୀ
- ଚୋରୀ
- ଅଦ୍ଭୁତ ବଂଶୀ
- ନିଷ୍ଠୁରତାର ପ୍ରତିଫଳ
- ଶିଆଳ ଓ ଠେକୁଆ
- ଅଣଅଜା
- ଶିବ ପୁରାଣ
- ସାଧୁକୃପା
- ପରୀରାଇଜ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ମଶାଙ୍କ ଦାଉ
- କିଏ ସମ୍ମାନର ଯୋଗ୍ୟ
- ରୋଜଗାର
- ଏ ବାକ୍ସ କାହାର?
- ବ୍ରହ୍ମା ଏବଂ ସରସ୍ବତୀ
- ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ
- ବୁଦ୍ଧିର ଦୌଡ
- ତିନୋଟି ଉପଦେଶ
- ହତଭାଗ୍ୟ ଓଟର କାହାଣୀ
- କପଟୀ ଅନ୍ତର
- ଛୁଆ କୁକୁଡା
- ବତକ ଓ ତା’ର ସୁନା ଅଣ୍ଡା
- ବୁଦ୍ଧିମାନ କିଏ
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ଈର୍ଷାପରାୟଣ ସଭ୍ୟ
- ମିଛୁଆ, ଖଚୁଆ, ଚୁଗୁଲିଆ
- ଆକବର ଏବଂ ମଦୁଆ
- ଭୂତତାନ୍ତ୍ରିକ
- ମହାବୀର
- ଆକବର ଏବଂ ତାଙ୍କର ସ୍ୱପ୍ନ
- ମତ ପରିବର୍ତ୍ତନ
- ମାଟି ଓ ଆଖୁ
- ସୁଦକ୍ଷ ବ୍ୟବସାୟୀ
- ଅସୀମ ସାହସ ଓ ତ୍ୟାଗର ଫଳ
- ବିଶ୍ୱାସ ଘାତକ ବନ୍ଧୁ
- ଗୁଣବାନ୍ ଜାମାତା
- ଭାଗ୍ୟ ବୋଲିଭି କିଛି ଅଛି
- ଜିତୁ-ମିତୁ
- ଯୌତୁକର ଭୂତ
- ମୁର୍ଖ ପଣ୍ଡିତ କଥା
- ବିଶ୍ୱର ମଙ୍ଗଳ
- ଝକମକି ବାକ୍ସ
- ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ
- ପରନ୍ତପ ଜାତକ
- ସବୁଠୁ ଭଲ ଚୁପ୍
- ନେଳି ଟୋପି
- ଗୁରୁ ସନ୍ଦିପନୀ
- ମହା ପଣ୍ଡିତ
- ଦିବା ସ୍ୱପ୍ନ
- ବିବେକ ଓ ବଚନ
- ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ
- ନ ହେବା କଥାକୁ ଚେଷ୍ଟା
- ତୋପଠାରୁ ବଳି
- ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ
- ବିପରୀତ ଫଳ
- ବିଷ୍ଣୁ ପୁରାଣ
- ମାତୃହନ୍ତା ପର୍ଶୁରାମ
- କାର୍ଯ୍ୟକୁଶଳତା
- ଝଗଡା ଝାଟି
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ପୁରସ୍କାର
- ସ୍ୱପ୍ନରୁ ବାସ୍ତବ
- ରାଣୀ ରୂପମତୀ କଥା
- ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ
- ରାଜା ଏବଂ ବୋକା ମାଙ୍କଡ କଥା
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ଉଡୁପିର କୃଷ୍ଣ ମନ୍ଦିର
- ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।
- ହରିଣର କୁଣିଆ
- ସାହସ
- ଧନ୍ୟ ସେ କୃଷକ ପିଲାର ସାହସ
- ପ୍ରକୃତ ଜ୍ଞାନ
- ବାନର ମକର କଥା
- ବାଜି ଜିତି ବାହା
- ଗୋପାଳ ଓ ତାହାର ସ୍ତ୍ରୀ
- ପତ୍ନୀର ଯୋଗ୍ୟ ପତି
- କୁପ୍ରବୃତି ବଦଳିଗଲା
- ବାମନର ବିବାହ
- ଧନକୁ କାହିଁକି ରଖୁ
- ବାଚାଳ ଶୁକପକ୍ଷୀ
- ପ୍ରମାଣ
- ଶୁଭ ମୁହୂର୍ତ୍ତ
- ବଧୁ ନିର୍ବାଚନ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ଦିବସ ବା ରାତ୍ରି?
- ମନଗୁଣେ ରୋଗ
- ଦାନ
- ବିନିନ୍ଦ୍ର ରଜନୀ
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ଦାନୀ
- ତଥାଗତ ଓ ପୂର୍ଣ୍ଣମାସୀ
- ଆତ୍ମ ସନ୍ତୋଷ
- ଆମ୍ବ ଭୂତ
- ଧୂସର ଦୁର୍ଗ
- ସ୍ନେହ କରୁଣାର ପ୍ରଭାବ
- ପୁଣ୍ୟବାନ୍
- ବନ୍ୟା ପୀଡିତ