ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା

ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ ଗୋଷ୍ଠୀର ପ୍ରତୀକ। ପ୍ରତ୍ୟକ ଭାଷାଭାଷୀ ଗୋଷ୍ଠୀର ନିଜ ନିଜ ଜୀବନ ଶୈଳୀ ଥିଲା। ସେମାନଙ୍କ ଗୋଷ୍ଠୀକୁ ଶାସନ ବା ନିୟନ୍ତ୍ରଣ କରିବାପାଇଁ ଜଣେ ଜଣେ ଗୋଷ୍ଠୀ ସର୍ଦ୍ଧାର ବା ରାଜା ରହୁଥିଲେ। ଗୋଷ୍ଠୀ ସର୍ଦ୍ଧାର ବା ରାଜା ଗୋଷ୍ଠୀ ସଦସ୍ୟଙ୍କୁ ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ସାମାଜିକ ଉନ୍ନତି ପାଇଁ ସହାୟକ ହେଉଥିଲେ। ଯେହେତୁ ପୁରାତନ ଯୁଗ ଅନେକ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା ରାଜା ମାନେ ପରସ୍ପର ଭିତରେ ନିଜ ଭୁଭାଗ ବା ରାଜ୍ୟ ପରିସୀମା ବଢାଇବା ପାଇଁ ଯୁଦ୍ଧରେ ଲିପ୍ତ ରହୁଥିଲେ। ଯୁଦ୍ଧ ଜିତିଲା ପରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ମେଳ ହେଉଥିଲା ତାହା ସହ ସେମାନଙ୍କ ଆସ୍ଥା ଏବଂ ଜୀବନ ଶୈଳୀରେ ମଧ୍ୟ ମିଶ୍ରଣ ତଥା କ୍ରମାଗତ ପରିବର୍ତ୍ତନରେ ନୂତନ ଜୀବନଶୈଳୀର ସୃଷ୍ଟି ହେଉଥିଲା। ଗୋଷ୍ଠୀ ଗୋଷ୍ଠୀ ମିଶିଗଲାପରେ ମଧ୍ୟ ସେମାନଙ୍କ ଜୀବନ ଶୈଳୀରେ ପାର୍ଥକ୍ୟ ଯୋଗୁଁ ସେମାନଙ୍କ ମଧ୍ୟରେ ଅନେକାଂଶରେ ବିବାଦ ଲାଗିରହୁଥିଲା ଏହି ବିବାଦକୁ ମିଟାଇବା ପାଇଁ ଐକ୍ୟ ଭାବଧାରା ସୃଷ୍ଟି କରିବା ଜରୁରୀ ଥିଲା। ଏହି ଐକ୍ୟ ଭାବଧାରାର ସଂକଳ୍ପନାରୁ ଧର୍ମର ସୃଷ୍ଟି। ଧର୍ମ ହେଉଛି ସତ୍ କର୍ମ ଅର୍ଥାତ୍ ଯେଉଁ ନ୍ୟାୟସଂଗତ କର୍ମ ଦ୍ୱାରା ସମାଜକୁ ସଂଯୋଜିତ ଏବଂ ସମୃଦ୍ଧ କରିହେବ ତାକୁ ହିଁ ଧର୍ମ କୁହାଯାଏ; କିନ୍ତୁ ନ୍ୟାୟ ପ୍ରଣୟନକାରୀ ବ୍ୟକ୍ତି ଅର୍ଥାତ୍ ରାଜା ଏବଂ ରାଜାଙ୍କ ଉପଦେଷ୍ଟାଙ୍କ ବୁଦ୍ଧି ହିଁ ରାଜ୍ୟର ନ୍ୟାୟ ବ୍ୟବସ୍ଥା ଉପରେ ନିର୍ଭର କରୁଥିଲା । ଇଣ୍ଡିଆର ଅନେକ ରାଜା ଏବଂ ରାଜାଙ୍କ ଉପଦେଷ୍ଟା ବହୁଦେବବାଦରେ ବିସ୍ଵାଶ କରୁଥିଲେ ତେଣୁ ସେମାନଙ୍କ ନ୍ୟାୟ ବ୍ୟବସ୍ଥା ଈଶ୍ୱରବାଦ ଉପରେ ଆଧାରିତ ଥିଲା। ଯେହେତୁ ଇଣ୍ଡିଆ ଅନେକ ଭାଷାଭାଷୀ ରାଜାମାନଙ୍କର ଏକ ବିଶାଳ ଭୁଭାଗ ଥିଲା ସେମାନଙ୍କର ଈଶ୍ୱର ମଧ୍ୟ ଭିନ୍ନ ଭିନ୍ନ ଥିଲେ। ଆମଦେଶରେ ପ୍ରାୟ ୧୨୨ଟି ପ୍ରମୁଖ ଭାଷା ଏବଂ ୧୫୯୯ଟି ଅନ୍ୟ ଭାଷା ଦେଖିବାକୁ ମିଳେ। ଯେତିକି ଭାଷା ସେତେ ପ୍ରକାର ସେମାନଙ୍କ ଜୀବନ ଶୈଳୀ ଏବଂ ସେମାନଙ୍କ ଆସ୍ଥା।


ଗପ ସାରଣୀ

ତାଲିକାଭୁକ୍ତ ଗପ