ମାତା ପାର୍ବତୀ ଦେବ ଦେବ ମହାଦେବଙ୍କୁ କହିଲେ, ‘ଏବେ ତ ଆପଣଙ୍କ ପାଖରେ ଦୁଇ ପୁତ୍ର ଆସି ଉପସ୍ଥିତ । ତେବେ ଆପଣ ଶ୍ରେଷ୍ଠ କିଏ ଘୋଷଣା କରନ୍ତୁ ।’ ତହୁଁ ମହାଦେବ କହିଲେ, ‘ହଁ ପାର୍ବତୀ ! ତୁମେ ମଧ୍ୟ ଏଥିପାଇଁ ଖୁବ୍ ବ୍ୟଗ୍ର ହୋଇ ଉଠିଲଣି । ତେବେ ଆଜିର ପରୀକ୍ଷାରେ ଗଣେଶ ହିଁ ଶ୍ରେଷ୍ଠ ଦେବତା ରୂପେ ଗଣ୍ୟ ହେବେ । ସେ ହିଁ ଆଜି ଠାରୁ ଅଗ୍ର ଦେବତା ଭାବେ ଗୃହୀତ । କିନ୍ତୁ, ଏ କଥା ବୁଝି ନପାରି କାର୍ତ୍ତିକେୟ ଟିକିଏ ମାତାଙ୍କୁ ଅନେଇବାରୁ ପାର୍ବତୀ କହିଲେ, ‘ପ୍ରଭୁ ! ଆପଣଙ୍କ ସିଦ୍ଧାନ୍ତ ଗୃହୀତ ହେବା ପୂର୍ବରୁ ଆପଣ ଟିକିଏ ବୁଝାଇ ଦିଅନ୍ତୁ ।’ ଏହା ଶୁଣି ମହାଦେବ ନାରଦଙ୍କ ଆଡକୁ ଅନାଇବାରୁ ନାରଦ କହିଲେ, ‘ମାତା ! ଆଜିର ଏ ପରୀକ୍ଷାର ଘୋଷିତ ଫଳ ଯଥାର୍ଥ । କାରଣ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତ ଆପଣମାନଙ୍କ ପାଦତଳେ ହିଁ ରହିଛି । ପ୍ରତ୍ୟେକ ପୁତ୍ରର ପିତାମାତା ହିଁ ଶ୍ରେଷ୍ଠ ଦେବତା । ଅତଏବ ଗଣେଶ ସେହି ଚିନ୍ତା କରି ପିତାମାତାଙ୍କ ଚାରି ପାଖରେ ବୁଲି ଆସି ନିଜ ବୁଦ୍ଧିମତାର ପରିଚୟ ଦେଇଛନ୍ତି । ତେଣୁ ବୁଦ୍ଧି ଯେଉଁଠି ବଳ ବି ସେଇଠି, ଏଇ ନୀତିରେ ଗଣେଶ ହିଁ ବିଜୟୀ । ଏହା କଅଣ ସତ ନୁହେଁ ଗଣେଶ? ସେ ଛିଡା ହୋଇ ନିଜର ସ୍ୱୀକୃତି ଜଣାଇ ଦେଲେ । ସେହି ଦିନଠାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ସେ ଗଣେଶ ଅଗ୍ରପୂଜ୍ୟ ଦେବତା ରୂପେ ପୂଜା ପାଇବାର ଯୋଗ୍ୟ ବିବେଚିତ ହେଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ ।
ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ ଈଶ୍ୱରଙ୍କ ଦର୍ଶନ କରିପାରିବ । ତେଣୁ ମନୁଷ୍ୟ ସମାଜରେ ବର୍ତ୍ତମାନ ଯୁଗରେ ଆମେ ଦୁଇଟି ଦୃଷ୍ଟି କୋଣ ଦେଇ ଦୁନିଆକୁ ଦେଖି ଆସୁଛୁ, ଗୋଟେ ହେଉଛି, ଅଯୌକ୍ତିକ ସଂଗଠିତ ଧାର୍ମିକ ଆସ୍ଥା ଦ୍ୱାରା ଯାହା ବିନା ପ୍ରମାଣ, ବିନା ତର୍କ, ବିନା ଅନୁସନ୍ଧାନ, ବିନା କାରଣ, ବିନା ଅବଲୋକନ, ବିନା ବିସ୍ଲେସଣ ଏବଂ ବିନାପ୍ରମାଣ ଦ୍ୱାରା ଅନ୍ଧ ଭାବରେ ବିସ୍ଵାଶ କରାଯାଏ ଏବଂ ଅନ୍ୟଟି କଠୋର ତାର୍କିକ ତଥା ବୈଜ୍ଞାନିକ ମାଧ୍ୟମ ଦ୍ୱାରା ଯାହା ତର୍କ, ଅନୁସନ୍ଧାନ, କାରଣ, ଅବଲୋକନ, ବିସ୍ଲେସଣ ଏବଂ ପ୍ରମାଣ ପରେ ବିସ୍ଵାଶ କରାଯାଏ । ଗଣେଶ ଶିବ ପାର୍ବତୀଙ୍କ ଶାରରୀକ ସମ୍ପର୍କରୁ ଜାତ ପୁଅ ନୁହେଁ । ଶିବ ପାର୍ବତୀ ପୌରାଣିକ କାହାଣୀର ଅନେକ ରୂପାନ୍ତରଣ ଅଛି କିନ୍ତୁ ସବୁ ରୂପାନ୍ତରିତ କାହାଣୀରେ ଗଣେଶଙ୍କୁ ଶିବ ପାର୍ବତୀଙ୍କର ସନ୍ତାନ ରୂପେ ମାନ୍ୟତା ଦିଆଯାଇଛି । ଅନେକ କାହାଣୀରେ ଗଣେଶଙ୍କ ଜନ୍ମ ଶିବ ପାର୍ବତୀଙ୍କ ସଂଭୋଗରୁ ନୁହେଁ ବୋଲି ବଳିଷ୍ଠ ପ୍ରମାଣ ଅଛି । ପାର୍ବତୀଙ୍କ ଦେହର ମଳିରୁ ଗଣେଶଙ୍କ ଜନ୍ମ ବୋଲି ଅନେକ ପୌରାଣିକ ରୂପାନ୍ତରିତ କାହାଣୀ ମତ ବ୍ୟକ୍ତ କରନ୍ତି । ତେଣୁ କହିବାକୁ ଗଲେ ଗଣେଶ ଶିବଙ୍କର ଜୈବିକ ପଦ୍ଧତିରେ ଜନ୍ମିତ ପୁତ୍ର ନୁହନ୍ତି ।