ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅମୂଲ୍ୟ ହୀରା

“ଆଜ୍ଞା, ଏଇଟା ଭଲ ହେବ ।” ଏହା କହି ଜୀବନଦାସ ଗୋଟିଏ ହୀରା ନିର୍ଦ୍ଧେଶ କଲା ।

ରାଜକନ୍ୟା ବିରକ୍ତ ହୋଇ କହିଲେ, “କେଉଁଟି ଭଲ ମାନିବ, ସେକଥା ସିନା ମୁଁ ବୁଝିବି!” ତା’ପରେ ସେ ଜୀବନଦାସକୁ ବିଦା କରିଦେଲେ ।

ପରେ ପରେ ଆସିଲେ ମୟୁର ଜୀ । ସେ କଥା କହି କହି ପଶି ଆସିଲେ, “ରାଜକୁମାରୀ, ମୋପାଖରେ ଖଣ୍ଡିଏ ଅପୂର୍ବ ହୀରା ଅଛି । କିନ୍ତୁ ମୁଁ କିଏ ତାକୁ ଅପୂର୍ବ କହିବାକୁ? ଆପଣ ବାଛି ନିଅନ୍ତୁ ।” ଏହା କହି ସେ ତାଙ୍କ ପେଟି ଖୋଲି ଧରିଲେ । ରାଜକନ୍ୟା ମୁହୂର୍ତ୍ତେ ଅନାଇ ତା’ପରେ ଖଣ୍ଡିଏ ହୀରା ଉଠାଇ ନେଲେ ।

ଏସବୁ ଦେଖି ମୟୁର ଜୀ କହିଲେ “ବାଃ, ଆପଣଙ୍କର କି ପ୍ରଖର ଆଖି! ସେହି ଖଣ୍ଡିକ ହିଁ ଅପୂର୍ବ ହୀରା ।”

ରାଜକନ୍ୟା ସେହି ଖଣ୍ଡିକ କିଣିଲେ ।

ରାଜା ଯେତେବେଳେ ଜାଣିଲେ ଯେ ଝିଅ ତା’ ମନମୁତାବକ ହୀରା ପାଇଛି, ସେ ସେତେବେଳେ ଖୁସି ହୋଇ ମୟୁରଜୀଙ୍କୁ ଧନ୍ୟବାଦ ଦେଲେ ଓ ତାଙ୍କୁ ଆଉ ଥରେ କିଛି ଭଲ ହୀରା ଧରି ଆସିବାକୁ  ନିର୍ଦ୍ଧେଶ ଦେଲେ । ମୟୁର ଜୀ ରାଜାଙ୍କୁ ଅନେକ ପ୍ରକାରେ କୃତଜ୍ଞତା ଜଣାଇ ସେଠାରୁ ବାହାରି ଗଲେ ।

ମୟୁରଜୀ ପ୍ରାସାଦ ବାହାରକୁ ଆସିବା ମାତ୍ରେ ଜୟଗୁପ୍ତ ଓ ଜୀବନଦାସ ତାଙ୍କ ପେଟିରେ ଥିବା ହୀରାତକ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, “ଆରେ ଭାଇ, ଆମଠି ତମର ଏସବୁ ହୀରାଠୁଁ ବହୁତ ମୂଲ୍ୟବାନ ହୀରା ଥାଉଁ ଥାଉଁ ରାଜକୁମାରୀ ତମଠୁଁ କିଣିବାର ରହସ୍ୟ କ’ଣ?”

ସେମାନଙ୍କ ପ୍ରଶ୍ନ ଶୁଣି ମୟୁରଜୀ ହସି ହସି ଉତ୍ତର ଦେଲେ “ରହସ୍ୟ ହେଲା, ମୋର ସବୁ ହୀରା ସାଧାରଣ । ଖଣ୍ଡିଏ ମାତ୍ର ହୀରା ଥିଲା ଅସାଧାରଣ । ତେଣୁ ରାଜକୁମାରୀଙ୍କୁ ସେ ଖଣ୍ଡିକ ବିଶେଷ ଆକୃଷ୍ଟ କରିବା ତ ସ୍ୱାଭାବିକ! ତମମାନଙ୍କର ସବୁ ହୀରା ଅତି ମୂଲ୍ୟବାନ । ସେ କେଉଁଟି ବାଛିବେ ସ୍ଥିର କରି ପାରିଲେ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ