କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

ଦିପୁ ବାପା ମା’ଙ୍କ ଏପରି କଥା ଶୁଣି କହିଲା – “ଜଙ୍ଗଲର ରାସ୍ତା ଘାଟ ସବୁ ମତେ ଜଣା ଅଛି । ମୋର କିଛିବି ହେଲେ ଅସୁବିଧା ହବନି । ତୁମ୍ଭେ ଦୁଇଜଣ ସେଥିଲାଗି ଆଦୌ ଚିନ୍ତା କର ନାହିଁ । ମୁଁ କାଠ ହାଣି ଅତି ଶୀଘ୍ର ଫେରି ଆସିବି ।” ସେଦିନ ଦିପୁ ଏକୁଟିଆ ସେ ଜଙ୍ଗଲ ମଧ୍ୟକୁ କାଠ ହାଣିବାକୁ ଗଲା । ତାକୁ ଜଙ୍ଗଲରେ ଏକୁଟିଆ ଦେଖି ଦୁଇ ଭୂତୁଣୀ ବହୁତ ଖୁସି ହୋଇଗଲେ । ତାପରେ ସେମାନେ କହିଲେ – ଆଜି ଏ ଟୋକାଟା ଏକୁଟିଆ । ଆଜି ହିଁ ସୁବର୍ଣ୍ଣ ସୁଯୋଗ । ଆଜି ହିଁ ଆମେ ଏ ପିଲାଟିକୁ ଅପହରଣ କରି ନେଇ ଗୁମ୍ଫାରେ ରଖିବା । ଆସନ୍ତା ଅମାବାସ୍ୟା ତିଥିରେ ଏହି ପିଲାଟିକୁ ହତ୍ୟା କରି ଏହାର ରକ୍ତ ପିଇଲେ ଯାଇ ଆମ୍ଭେମାନେ ମୁକ୍ତ ହୋଇଯିବା ।

ଏହି ଦୁଇ ଭୂତୁଣୀଙ୍କ କଥା ଏକ ଶୁଆ ଶୁଣୁଥାଏ । ଏହି ଶୁଆଟି ବଣରେ ଦିପୁ ସହିତ କଥା ହୁଏ । ଦିପୁ ବି ସେ ଶୁଆଟିକୁ ମିଠା ମିଠା ଫଳ ଖାଇବାକୁ ଦେଇଥାଏ । ଦିପୁର ଭବିଷ୍ୟତ କଥା ଶୁଣି ସେ ଶୁଆଟି ହଠାତ୍ ଚିନ୍ତାରେ ପଡିଗଲା । ତାପରେ ସେ ଭୂତୁଣୀ ରହୁଥିବା ଗଛରୁ ଫୁରକିନା ଉଡିଯାଇ ଦିପୁ ପାଖରେ ପହଁଚିଲା । ସେ ଶୁଆଟି ଦିପୁକୁ ଦୁଇ ଭୂତୁଣୀଙ୍କ ସବୁ କଥା କହିଲା । ମାତ୍ର ଦିପୁ ଏସବୁ କଥା ସେ ଶୁଆ ପାଟିରୁ ଶୁଣି କେବଳ ହସିବାକୁ ଲାଗିଲା । ତାପରେ ସେ କହିଲା – “ସେ ଭୂତୁଣୀଙ୍କୁ ଆଦୌ ବିଶ୍ୱାସ କରେ ନାହିଁ । ଏ ସବୁ ଖାଲି ଅନ୍ଧ ବିଶ୍ୱାସର କଥା ।”

ଦିପୁ କାଠ ହାଣିବ ବୋଲି ଗୋଟିଏ ଗଛ ଖୋଜୁଥାଏ । ଏମିତି ଖୋଜି ଖୋଜି ଶେଷରେ ଦିପୁ ଯାଇ ସେ ଦୁଇ ଭୂତୁଣୀ ରହିବା ଗଛ ତଳେ ପହଁଚିଲା । ଦିପୁ ଯେମିତି ସେ ଗଛକୁ ଚୋଟଟିଏ ପକାଇଛି ସେହି କ୍ଷଣି ସେ ଦୁଇ ଭୂତୁଣୀ ଦିପୁକୁ ଘେରିଗଲେ । କହିଲେ – ଆମ୍ଭେମାନେ ଏ ଗଛରେ ରହୁ । ତେଣୁ ଏ ଗଛରେ କେହି କେବେବି ହାତ ମାରନ୍ତି ନାହିଁ । ଆଉ ପୁଣି ତୋର ଏ ଗଛ କାଟିବାକୁ ସାହସ ହେଲା କିପରି । ସବୁ ଶୁଣି ଦିପୁ କହିଲା – ତୁମ୍ଭେମାନେ ଏଠାରେ ରହୁଥିବା କଥା ଜାଣିଥିଲେ ମୁଁ କେବେବି ହେଲେ ଚୋଟଟିଏ ପକାଇନଥାନ୍ତି । ଏକଥା ଶୁଣି ସେ ଦୁଇ ଭୂତୁଣୀ କହିଲେ – ତୁ ଘୋର ଅପରାଧ କରିଛୁ । ତତେ ତ ଏହାର ପରିଣାମ ନିଶ୍ଚୟ ଭୋଗିବାକୁ ପଡିବ । ଏକଥା କହି ସେ ଦୁଇ ଭୂତୁଣୀ ଦିପୁକୁ ଏକ ଗୁମ୍ଫା ମଧ୍ୟକୁ ଟେକି ନେଇଗଲେ । ଏସବୁ କଥା ତ ସେ ଶୁଆଟି ଦେଖୁଥାଏ । ହଠାତ୍ ତା’ର ଦିପୁ ପ୍ରତି ଟିକେ ଦୟା ଆସିଲା । କାରଣ ସେ ଠିକ୍ ଜାଣିଥିଲା ଯେ, ଏହି ଦିପୁ ବିନା ତା’ ବାପାମା’ ମରିଯିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ