କୁତର୍କର ଲାଭ

କିନ୍ତୁ ମହାମନ୍ତ୍ରୀ କହିଲେ “ଶଚୀନ୍ଦ୍ରଙ୍କ କଥା ଠିକ୍ । ଆମେ ଯଥାର୍ଥ ଭାବରେ ରାଜାଙ୍କୁ ସମ୍ମାନ କରିବା । ଆଚ୍ଛା, ଏ ଦାୟିତ୍ୱ ଆମମାନଙ୍କ ତରଫରୁ ଶଚୀନ୍ଦ୍ର ଉପରେ ରହିଲା ।” ମହାମନ୍ତ୍ରୀଙ୍କ କଥା ଶୁଣି ଶଚୀନ୍ଦ୍ର ଗର୍ବରେ ଫୁଲିଲେ; ଅନ୍ୟ ମନ୍ତ୍ରୀମାନଙ୍କ ଆଡକୁ ସେ ତାଚ୍ଛଲ୍ୟ କରିବା ଭଙ୍ଗୀରେ ଥରେ ଦୃଷ୍ଟିପାତ କରି ସେଠାରୁ ଚାଲିଗଲେ ।

ଅନ୍ୟ ମନ୍ତ୍ରୀମାନେ ଶଚୀନ୍ଦ୍ରଙ୍କ ଏପ୍ରକାର ବ୍ୟବହାରରେ କ୍ଷୁର୍ଣ୍ଣ ହେଲେ । ମହାମନ୍ତ୍ରୀ ସେମାନଙ୍କୁ କହିଲେ, “ଏପରି ଭାବରେ ଶୀକାରରୁ ଫେରିଥିବା ରାଜାଙ୍କୁ ଅଭିନନ୍ଦନ ଦେବାର କୌଣସି ଅର୍ଥ ନାହିଁ । କିନ୍ତୁ ଯିଦ୍ଖୋର ଶଚୀନ୍ଦ୍ରର କଥା ତମେମାନେ ତ ଭଲଭାବେ ଜାଣିଛ । ଆମେ ମନା କରିବା ସତ୍ତ୍ୱେ ସେ ରାଜାଙ୍କ ପାଖକୁ ଯାଇଥାନ୍ତା ଓ ଆମ ବିରୁଦ୍ଧରେ ଫେରାଦ୍ ହୋଇଥାନ୍ତା ଯେ ରାଜାଙ୍କୁ ଅଭିନନ୍ଦନ ଦେବାକୁ ଆମେ ମନା କଲୁ; ଆଉ ସେକଥା କ’ଣ ସୁନ୍ଦର ହୋଇଥା’ନ୍ତା କି? ରାଜାଙ୍କ ମନରେ ସନ୍ଦେହ ଆସନ୍ତା ଓ ସେ ବାରମ୍ବାର ଆମ ବିରୁଦ୍ଧରେ କହିବା ଦ୍ୱାରା ରାଜା କିଛିଟା ବିଶ୍ୱାସ କରନ୍ତେ ଓ ତାହା ଆମ ପାଇଁ କ୍ଷତିକାରକ ହୁଅନ୍ତା । ତୁମ ଭିତରୁ କେହି ସେପରି ପ୍ରସ୍ତାବ କରିଥିଲେ ମୁଁ ତାକୁ ପ୍ରତ୍ୟାଖାନ କରି ଦେଇଥାନ୍ତି, କିନ୍ତୁ ଶଚୀନ୍ଦ୍ର କଥା ଭିନ୍ନ । ତା’ର ପରିଣାମ ସେ ଆପେ ଭୋଗିବ ।”

ଅନ୍ୟ ଏକ ମନ୍ତ୍ରୀ କହିଲେ, “ଏହାର ଅର୍ଥ ହେଉଛି, ଶଚୀନ୍ଦ୍ର ଯାଇ ରାଜାଙ୍କ କାନରେ ନ୍ୟାୟ ଅନ୍ୟାୟ ଫୋଡିବ, ଆଉ ଆମେ ସେସବୁ ଚୁପ୍ଚାପ୍ ସହିଯିବୁ? ଏପରି ଖଚଚୁଗୁଲି କହିବା ବ୍ୟକ୍ତିକୁ ଆପଣ ମନ୍ତ୍ରୀମଣ୍ଡଳରେ କାହିଁକି ବା ରଖିଛନ୍ତି?”

ମହାମନ୍ତ୍ରୀ ଟିକିଏ ନୀରବ ରହି କହିଲେ, “ପୃଥିବୀରେ ଏପରି ଅନେକ ବ୍ୟକ୍ତି ଅଛନ୍ତି । କିନ୍ତୁ ଏପରି ବାଦବିବାଦ ମଧ୍ୟରେ ଅନ୍ୟ କିଛି ଭଲ ଫଳ ହୋଇପାରେ । ଶଚୀନ୍ଦ୍ର ଯେ ବୁଦ୍ଧିମାନ୍ ଏକଥା ତମେମାନେ ନିଶ୍ଚୟ ମାନିବ । ତା’ ପ୍ରସ୍ତାବ ମୁଁ କେବେବି କାଟି ପାରିବି ନାହିଁ ବୋଲି ସେ ଭଲଭାବେ ଜାଣେ । ତେଣୁ ତା’ କଥାକୁ ବୁଦ୍ଧିର ସହିତ କାଟିବାକୁ ପଡିବ । ଆନନ୍ଦର କଥା ଯେ ଆମ ମନ୍ତ୍ରୀମଣ୍ଡଳରେ ଏପରି ଏକ ବ୍ୟକ୍ତି ଅଛି ଯାହାର ଯିଦି ଓ କୁତର୍କ ଯୋଗୁଁ ଆମେ ଲାଭବାନ ହୋଇ ପାରିବା । ଯଦି ସେ ନିହାତି ମୂର୍ଖତାପୂର୍ଣ୍ଣ ପ୍ରସ୍ତାବ ଦେବ ତେବେ ଆମେ ସମସ୍ତେ ମିଳି ତାହା ନାକଚ୍ କରିପାରିବା ।”

ମହାମନ୍ତ୍ରୀଙ୍କର ଏକଥା ସମସ୍ତିଙ୍କର ବେଶ୍ ପସନ୍ଦ ହେଲା । ଏଣିକି ସେମାନଙ୍କ ମନରେ ଶଚୀନ୍ଦ୍ର ପ୍ରତି କୌଣସି ପ୍ରକାର ଅସନ୍ତୋଷ ରହିଲା ନାହିଁ । କିନ୍ତୁ ମହାମନ୍ତ୍ରୀଙ୍କ ବୁଦ୍ଧିକୁ ସମସ୍ତେ ମନେ ମନେ ଭାରି ପ୍ରଶଂସା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ