ନାଇଟ୍ ଇଗଲ

ଥରେ ପାରିଷଦବର୍ଗ କୃତ୍ରିମ ନାଇଟ୍ ଇଗଲର ଗୀତ ଶୁଣିବାକୁ ଇଚ୍ଛା କଲେ ମାତ୍ର ସମ୍ରାଟ କହିଲେ ସେମାନେ ପ୍ରକୃତ ନାଇଟ୍ ଇଗଲଟିକୁ ଖୋଜିଲା ବେଳକୁ ସେ ଆଉ ରାଜପ୍ରାସାଦରେ ମିଳିଲା ନାହିଁ । ସେ ଏବେ କେଉଁଠି ବୋଲି ଲୋକେ କୁହାକୁହି ହେଲେ ମାତ୍ର ପ୍ରକୃତ ନାଇଟ୍ ଇଗଲଟି ଖୋଲା ଝରକା ଦେଇ ପଛପଟରେ ଥିବା ଜଙ୍ଗଲକୁ ଉଡି ଯାଇଥିଲା ।

ତା’ପରେ ରାଜସଭାର ସମସ୍ତେ ସେ ପ୍ରକୃତ ନାଇଟ୍ ଇଗଲକୁ ଗାଳି ଦେଇ କହିଲେ ସେ ଗୋଟିଏ କୃତଘ୍ନ ।

ସେମାନେ ଆନନ୍ଦରେ କହିଲେ ‘ସେ ଯାଉ, ତା ଅପେକ୍ଷା ଆମର ଭଲ ପକ୍ଷୀଟିଏ ଅଛି ।’ ଏଥର କୃତ୍ରିମ ପକ୍ଷୀ ଚଉତିରିଶ ଥର ପାଇଁ ଗାଇଲା ଏବଂ ସେଇ ଏକା ସ୍ୱରର ଗୀତ । ଏଥର ତା ଗୀତ କେମିତି ଦୁର୍ବୋଧ୍ୟ ଜଣାଗଲା ଏବଂ କାହା ମନକୁ ଛୁଇଁ ପାରିଲା ନାହିଁ ।

ମାତ୍ର ସଂଗୀତ ଶିକ୍ଷକ କୃତ୍ରିମ ପକ୍ଷୀଟିକୁ ପ୍ରଶଂସା କରି କହିଲେ ଏହା ପ୍ରକୃତ ନାଇଟ୍ ଇଗଲ ଅପେକ୍ଷା ଭଲ କାରଣ ଏହା ହୀରା ପକ୍ଷମଣ୍ଡିତ ହୋଇଥିବା ଯୋଗୁଁ ନୁହେଁ ବରଂ ଏ ଭିତରେ ଥିବା ଯନ୍ତ୍ରଯୋଗୁଁ । ସେ ଉପସ୍ଥିତ ଥିବା ଲୋକମାନଙ୍କୁ ସମ୍ବୋଧନ କରି କହିଲେ ‘ଭଦ୍ରବ୍ୟକ୍ତି, ଭଦ୍ରମହିଳା ଓ ମହାମାନ୍ୟ ସମ୍ରାଟ, ଆପଣ ଜାଣନ୍ତି ପ୍ରକୃତ ନାଇଟ୍ ଇଗଲ କେତେବେଳେ କେଉଁ ସୁରରେ ଗାଇବ ଏକଥା କେହି ବି କହି ପାରିବେ ନାହିଁ କିନ୍ତୁ ଏହି କୃତ୍ରିମ ପକ୍ଷୀଟି ଯେଉଁସବୁ ଗୀତ ଗାଇବ ତାହା ଗୋଟିକ ପରେ ଗୋଟିଏ ସଜ୍ଜାହୋଇ ରହିଛି । ଆପଣ ଏହାର ଯାନ୍ତ୍ରିକ ଗୁଣ ବୁଝି ପାରିବେ ଏବଂ ଜାଣିପାରିବେ । ମନୁଷ୍ୟର ଦକ୍ଷତା କିପରି ଭାବରେ ଗୀତ ଓ ତାଳଗୁଡିକୁ ସଜ୍ଜାଇ ରଖିଛି ଏବଂ ଠିକ୍ କ୍ରମ ଅନୁସାରେ ଗୋଟିକ ପରେ ଗୋଟିଏ ଏହା ଗାଇ ଚଲିଛି ।’

ସମସ୍ତେ କହି ଉଠିଲେ ‘ଆମେ ମଧ୍ୟ ସେଇଆ ବୁଝୁଛୁ ।’ ସଂଗୀତ ଶିକ୍ଷକ ସମସ୍ତଙ୍କ ଅନୁମତି ନେଇ କହିଲେ ଯେ ଆସନ୍ତା ରବିବାର ଦିନ ସେ ପକ୍ଷୀଟିର ଗୀତ ଶୁଣାଇବେ । ସମ୍ରାଟ ଆଦେଶ ଦେଲେ ଯେ ସେମାନେ ସମସ୍ତେ ଗୀତ ଶୁଣିବାକୁ ଏକତ୍ର ହେବେ ।

ନିର୍ଦ୍ଧାରିତ ଦିନରେ କୃତ୍ରିମ ପକ୍ଷୀଟି ଗୀତ ଗାଇଲା ଏବଂ ସମସ୍ତେ ଆନନ୍ଦରେ ଶୁଣି ଖୁବ୍ ଖୁସିହେଲେ । ଚୀନ ଦେଶର ଲୋକମାନେ ଚା ପାନକରି ଯେମିତି ଖୁବ୍ ଖୁସି ହୁଅନ୍ତି ଠିକ୍ ସେମିତି ଖୁସି ହେଲେ ଏଇ ଗୀତ ଶୁଣି । ସେମାନେ ଗୀତକୁ ଖୁବ୍ ଚମତ୍କାର କହି ଗୀତର ସୁରେସୁରେ ହାତ ଆଙ୍ଗୁଳିରେ ତାଳ ଦେଲେ । ସେଠାରେ ଉପସ୍ଥିତ ଥିବା ଜଣେ ଗରିବ କେଉଟ ଯେ କି ଆଗରୁ ପ୍ରକୃତ ନାଇଟ୍ ଇଗଲ ର ଗୀତ ଶୁଣିଥିଲା ସେ କହିଲା ‘ଏ କୃତ୍ରିମ ପକ୍ଷୀଟି ସୁନ୍ଦର ଗାଉଛି ମାତ୍ର ସେଥିରେ କିଛି ଅଭାବ ରହି ଯାଇଛି । ହେଲେ ମୁଁ ତାହା ଜାଣି ପାରୁନାହିଁ ।’

ପ୍ରକୃତ ନାଇଟ୍ ଇଗଲଟି ରାଜ୍ୟରୁ କେଉଁଆଡେ ଚାଲିଗଲା ମାତ୍ର ଏଇ କୃତ୍ରିମ ପକ୍ଷୀଟିକୁ ସମ୍ରାଟଙ୍କ ଶଯ୍ୟା ପାଖରେ ଏକ ରେଶମୀ ଗଦି ଉପରେ ରଖାଗଲା । ଏହି କୃତ୍ରିମ ପକ୍ଷୀଟିକୁ ଯେତେ ସୁନା ଓ ମୂଲ୍ୟବାନ ପଥର ସବୁ ଉପହାର ମିଳିଥିଲା ତାକୁ ସବୁ ତା ଚାରିପାଖରେ ଜମା କରିଦିଆଗଲା । ତାକୁ ‘ସମ୍ରାଟଙ୍କ ନୈଶ୍ୟ ଗାୟିକା’ ଉପାଧିରେ ଭୂଷିତ କରାଯାଇ ସମ୍ରାଟଙ୍କ ଶଯ୍ୟାର ବାମପାଶ୍ୱର୍ରେ ରଖିଦିଆଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ