ନିଜେ ଭଲ ହେଲେ ଦୁନିଆ ଭଲ ହେବ

       ବାପା ଏଥର ଛବିର ପଛପାଖ ଓଲଟାଇ ପୁଅକୁ ଦେଖାଇଲେ ଏକ ମଣିଷ ଚିତ୍ରର ଅଂଶଗୁଡିକ । ପୁଅକୁ କହିଲେ, “ଏବେ ମଣିଷର ଛବିଟିକୁ ଯୋଡିବାକୁ ଚେଷ୍ଟାକର ।”

       ପିଲାଟି ତତ୍ କ୍ଷଣାତ୍ କାନ୍ଦଣା ବନ୍ଦ କରି ଏଥର ମଣିଷ ଛବିଟିକୁ ଯୋଡିବାରେ ଲାଗିଗଲା । ସେ ମଣିଷ ଛବି ସହିତ ଅତି ପରିଚିତ ଥିବାରୁ ଅତି ସହଜରେ ଚିତ୍ରଖଣ୍ଡସବୁକୁ ସଜାଡିଦେଇ ମଣିଷର ପୂର୍ଣ୍ଣାଙ୍ଗ ଛବିଟିକୁ ଯୋଡିଦେଲା ।

       ଏହାଦେଖି ବାପା ଖୁସିହୋଇ ପୁଅକୁ ସେହି ମଣିଷ ଛବିଟିକୁ ଓଲଟାଇ ସୁନ୍ଦର ପୃଥିବୀର ଛବିଟିକୁ ଦେଖାଇଲେ । ଏହା ଦେଖି ପିଲାଟିର ଖୁସି କହିଲେ ନ ସରେ । ସେ ମନେ ମନେ ଭାବିଲା ସତରେ ଅତି କଷ୍ଟକର କାମଟି କେତେ ସହଜରେ ସେ କରିଦେଲା । ଏହାର କାରଣ ସେ ବାପାଙ୍କୁ ପଚାରି ବସିଲା ।

       ଏବେ ବାପା ବୁଝାଇଦେବାକୁ ଯାଇ କହିଲେ, “ତୋର ବୟସ କମ୍ । କେଉଁ ଦେଶ କେଉଁଠି ଅଛି ତୁ ଜାଣିନାହୁଁ । ଅଧିକ ପାଠପଢିଲେ ତୁ ସବୁ ଜାଣି ପାରିବୁ । ସେତେବେଳେ ଯାଇ ପୃଥିବୀକୁ ସଜାଡିଦେବା ତତେ ସହଜ ଲାଗିବ ।”

       ତା’ପରେ ପୁନଶ୍ଚ ବାପା କହିଲେ, “ଏଇ ଛବି ଯୋଡିବା ପଛରେ ଏକ ଗୂଢ ରହସ୍ୟ ବି ଅଛି । ତାହା ହେଲା, ମଣିଷ ଚିତ୍ରଟିକୁ ପିଲାଟିଏ ହେଲେ ବି ସଜାଡି ଦେଇପାରୁଛି, ମାତ୍ର ପୃଥିବୀକୁ ନୁହେଁ । ଠିକ୍ ସେହିପରି ପ୍ରତେକ ମଣିଷ ଯଦି ପରସ୍ପରକୁ ସଜାଡି ଦେବେ, ତେବେ ପୃଥିବୀର ସବୁ ମଣିଷ ଭଲ ହୋଇଯିବେ । ତା’ପରେ ଭଲ ମଣିଷମାନଙ୍କୁ ନେଇ ପୃଥିବୀ ମଧ୍ୟ ଭଲ ହୋଇଯିବ । ଭଲ ମଣିଷମାନଙ୍କ ଭିତରେ ସ୍ନେହ, ଶାନ୍ତି, ସଦ୍ଭାବ ବଜାୟ ରହିଲେ ପୃଥିବୀ ଦିନେ ସ୍ୱର୍ଗରେ ପରିଣତ ହୋଇପାରିବ । ସମସ୍ତେ ସୁଖଶାନ୍ତିରେ ବାସ କରିପାରିବେ ।”

       ଶେଷରେ ବାପା ପୁଅକୁ ଉପଦେଶ ଦେବାକୁ ଯାଇ କହିଲେ, “ସୁତରାଂ ତୁ ଆଜିଠାରୁ ଦୁଷ୍ଟ ବୁଦ୍ଧି ଛାଡିବାକୁ ଚେଷ୍ଟାକର । ଦେଖିବୁ ସମସ୍ତେ ତୋତେ ଭଲପାଇବେ, ଆଉ ତୋତେ ବି ଖୁସି ଲାଗିବ ।”

       ସତକୁ ସତ ପିଲାଟି ବାପାଙ୍କ କଥା ମାନି ଦୁଷ୍ଟ ବୁଦ୍ଧି ଛାଡିଦେଲା, ସମସ୍ତଙ୍କ କଥାମାନି ଚଳିଲା, ଆଉ କାନ୍ଦିଲା ନାହିଁ ଭଲ ପିଲା ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ