ମହାଭାରତ

ଏହାପରେ ସମସ୍ତେ ଆଶ୍ରମକୁ ଫେରି ଆସିଲେ । ଅର୍ଜୁନଙ୍କ ପ୍ରତୀକ୍ଷାରେ ସେମାନେ ଥାଆନ୍ତି । ବନରାଜି ଓ ପର୍ବତମାନଙ୍କର ରମଣୀୟ ପ୍ରାକୃତିକ ଶୋଭା, ସେମାନଙ୍କର ଚିତବିନୋଦନ କରୁଥାଏ ।

ଏହିପରି ଦିନେ ସେ ଚାରିପାଣ୍ଡବ ଏକତ୍ର ବସି ପରସ୍ପର ଆଲୋଚନା କରୁଥାନ୍ତି, ଦେଖିଲେ ଆକାଶରେ ଏକ ସୁନ୍ଦର ବାୟୁଯାନ ପ୍ରକାଶିତ ହୋଇ, କ୍ଷଣକ ମଧ୍ୟରେ ନିକଟସ୍ଥ ପାହାଡ ଉପରେ ତାହା ଅବତରଣ କଲା । ଏହି ବାୟୁଯାନରୁ ଦେବପୁରୁଷ ସଦୃଶ ଅର୍ଜୁନ ବାହାରି ଆସିଲେ ।

ଅର୍ଜୁନ ଭାଇମାନଙ୍କୁ ଓ ସେମାନେ ଅର୍ଜୁନଙ୍କୁ ଯଥାବିଧି ନମସ୍କାର ଓ ଆଲିଙ୍ଗନ କଲେ । ଅର୍ଜୁନ ସେମାନଙ୍କ ଗହଣରେ ବସିଲେ ।

ପାଣ୍ଡବମାନେ ଇନ୍ଦ୍ରଙ୍କ ରଥର ଶୋଭା ନିରୀକ୍ଷଣ କରୁଥାନ୍ତି । ସେମାନେ ରଥର ସାରଥୀ ମାତଳିଙ୍କୁ ସ୍ୱାଗତ କରି ତାଙ୍କର ଉପଯୁକ୍ତ ସତ୍କାର କଲେ । ସ୍ୱର୍ଗର କୁଶଳ ସମାଚାର ତାଙ୍କଠାରୁ ସେମାନେ ଜାଣିଲେ । ମାତଳି ସେମାନଙ୍କ ସହିତ କିଛି ସମୟ ବିତେଇ ରଥ ସହିତ ପୁଣି ସ୍ୱର୍ଗକୁ ଫେରିଗଲେ ।

ଅର୍ଜୁନ ଇନ୍ଦ୍ରଙ୍କଠାରେ ଅନେକ ଦିବ୍ୟାସ୍ତ୍ର ଲାଭ କରିଥିଲେ । ଅର୍ଜୁନ ତାହା ଦ୍ରୌପଦୀଙ୍କୁ ଅର୍ପଣ କଲେ ଓ ଧର୍ମରାଜଙ୍କୁ ନିଜର ସ୍ୱର୍ଗାନୁଭୂତି ବର୍ଣ୍ଣନା କଲେ ।

ଅର୍ଜୁନ ଆରମ୍ଭ କଲେ, “ଦିତଙ୍କର ଦୁଇଟି ପୁତ୍ର ଥିଲେ । ସେମାନଙ୍କର ନାମ – ପୁଲୋମା, କାଳକା । ସେ ଦୁହେଁ ଘୋର ତପସ୍ୟା କରି ବ୍ରହ୍ମାଙ୍କୁ ପ୍ରସନ୍ନ କରାଇଲେ । ବ୍ରହ୍ମା ସେମାନଙ୍କୁ ଦୁଇଟି ବର ପ୍ରଦାନ କଲେ । ପ୍ରଥମ – ସେମାନଙ୍କର ସନ୍ତାନଙ୍କୁ ଦେବ ବା ଦାନବ କେହିବି ମାରିପାରିବେ ନାହିଁ । ଦ୍ୱିତୀୟ – ହିରଣ୍ୟ ନାମକ ଏକ ବିରାଟ ନଗରୀ ତାଙ୍କୁ ବସବାସ କରିବା ପାଇଁ ମିଳିବ । ବ୍ରହ୍ମା ବର ଦୁଇଟି ପ୍ରଦାନ କଲେ । ସେହି କାରଣରୁ ସେମାନଙ୍କର ପୁତ୍ର ପୌଲମୀ ଓ କାଳକେୟ ସେହି ନଗରୀରେ ରହୁଥିଲେ । ସେମାନେ ଦେବତାଙ୍କୁ ନାନା ପ୍ରକାର ଦୁର୍ବ୍ୟବହାର କରୁଥାଆନ୍ତି । ସେହି ରାକ୍ଷସମାନଙ୍କୁ ବଧ କରିସାରିବା ପରେ ମୁଁ ସେହି ନଗରୀରେ ପ୍ରବେଶ କଲି । ପଥ ମଧ୍ୟରେ ଶବମାନ ଏପରି ବିଛାଡି ହୋଇ ପଡିଥାଏ ଯେ, ରଥ ଚଳାଇବା ମଧ୍ୟ ଦୁଷ୍କର ହୋଇପଡୁଥାଏ । ନଗରୀରେ କେବଳ ବିଧବା ରାକ୍ଷସ ରମଣୀଙ୍କର ଆର୍ତ ଚିତ୍କାର ଶୁଭୁଥାଏ । ସେମାନେ ମଧ୍ୟ ରଥ ଶବ୍ଦ ଶୁଣି ଭୟରେ ଆତ୍ମଗୋପନ କଲେ । ଏହି ନଗରୀରେ ପୂର୍ବରୁ ଦେବତାମାନେ ରହୁଥିଲେ । ସ୍ୱୟଂ ଇନ୍ଦ୍ର ମଧ୍ୟ ଏଠାରେ ରହିଥିଲେ । ବ୍ରହ୍ମାଙ୍କର ବର ପାଇବା ପରେ ରାକ୍ଷସମାନେ ଦେବତାଙ୍କୁ ସେଠାରୁ ବିତାଡିତ କରି, ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଏହି ବିଷୟ ମୁଁ ମାତଳୀଙ୍କଠାରୁ ଜାଣିବାକୁ ପାଇଥିଲି । ଯେତେବେଳେ ଇନ୍ଦ୍ର ବ୍ରହ୍ମାଙ୍କୁ ପଚାରିଲେ, ପୌଲମୀ ଓ କାଳକେୟ ରାକ୍ଷସଙ୍କର ମୃତ୍ୟୁ କିପରି ହେବ, ସେ କହିଲେ ଯେ, ଦେବ ବା ଦାନବଙ୍କ ଦ୍ୱାରା ଏହା ସମ୍ଭବ ନୁହେଁ, ତା’ପରେ ଇନ୍ଦ୍ର ମତେ ଏହି କାର୍ଯ୍ୟ ସମର୍ପଣ କଲେ । କାଳକେୟକୁ ବଧ କରିବା ପାଇଁ ସେ ମତେ ଏହି ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ଏହି ଅସ୍ତ୍ରର ସହାୟତାରେ ମୁଁ କାଳକେୟକୁ ହତ୍ୟା କରି ନଗରରେ ପ୍ରବେଶ କରି ପାରିଲି ।”

ପରଦିନ ପ୍ରଭାତ କାଳରେ ଧର୍ମରାଜ ଅର୍ଜୁନଙ୍କୁ ପାଖକୁ ଡାକି, ସେ ହାସଲ କରିଥିବା ଦିବ୍ୟାସ୍ତ୍ର ଦେଖାଇବା ପାଇଁ କହିଲେ । ଅର୍ଜୁନ ଦେବଦତ ନାମକ ଏକ ଶଙ୍ଖଠାରୁ ଆରମ୍ଭକରି ସମସ୍ତ ଦିବ୍ୟାସ୍ତ୍ର ଧର୍ମରାଜଙ୍କୁ ଦେଖାଇଲେ ।

ଠିକ୍ ଏହି ସମୟରେ ମହର୍ଷି ନାରଦ ସେଠାରେ ଉପଗତ ହୋଇ ଅର୍ଜୁନଙ୍କୁ କହିଲେ, “ଅର୍ଜୁନ, କୌଣସି ଦୃଢ କାରଣ ନ ଥାଇ, ତୁମେ ଏହି ଦିବ୍ୟାସ୍ତ୍ରଗୁଡିକର ପ୍ରୟୋଗ କରିବ ନାହିଁ । କାରଣ ଏପରି କଲେ, ଅନର୍ଥ ଘଟିବାର ଆଶଙ୍କା ରହିଛି ।” ଏପରି କହି ନାରଦ ମୁନି ସେଠାରୁ ବିଦାୟ ନେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ