ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ

                ମନ୍ତ୍ରୀ କହିଲେ – “ଭୀମଭଟ୍ଟ ଗୋପନରେ ଆମ ରାଜଜେମାଙ୍କ ଅନ୍ତଃପୁରରେ ପ୍ରବେଶ କରି ମହା ଅପରାଧ କରିଛନ୍ତି । ଏହା ତ ଏ ରାଜ୍ୟର ସମ୍ମାନରେ ଘୋର ଆଘାତ ଦେଇଛି । ତେଣୁ ତାଙ୍କୁ ଫାଶୀ ଦିଆଯିବ ।”

                ପ୍ରହରୀମାନେ ହାତକଡା ପକାଇ ଭୀମଭଟ୍ଟଙ୍କୁ ଫାଶୀଖୁଂଟ ଆଡକୁ ନେବାକୁ ବସିଲେ । କିନ୍ତୁ ଠିକ୍ ଏତିକିବେଳେ ରାଜଜେମା ହଂସାବଳୀ ଆସି ଭୀମଭଟ୍ଟଙ୍କ ବାଟ ଓଗାଳି ଠିଆ ହେଲେ ।

                ସେ ରାଜକୁମାରୀ ହଂସାବଳୀ ତାଙ୍କ ପିତାଙ୍କୁ ଉଦ୍ଧେଶ୍ୟ  କରି କହିଲେ – “ମହାରାଜ! ଭୀମଭଟ୍ଟଙ୍କ ସହିତ ମୋତେ ମଧ୍ୟ ଫାଶୀ ଉଦ୍ଧେଶ୍ୟ  ହେଉ । ଭୀମଭଟ୍ଟ ମୋତେ ତାଙ୍କ ଜୀବନକୁ ପାଣିଛଡାଇ ବୁଡିଯିବା ଅବସ୍ଥାରୁ ରକ୍ଷା କରିଥିଲେ । ରାଜଅନ୍ତଃପୁରରେ ପ୍ରବେଶ କରିବା ପାଇଁ ମୁଁ ହିଁ ତାଙ୍କୁ ଅନୁମତି ଦେଇଥିଲି । ସେହି ଅପରାଧରେ ମୋତେ ବି ଦଣ୍ଡ ଦିଆଯାଉ ।”

                ସେ ରାଜା ଚଣ୍ଡାଦିତ୍ୟଙ୍କର ତ ଏକମାତ୍ର ସନ୍ତାନ ହଂସାବଳୀ । ତେଣୁ ତାର ପ୍ରାଣରକ୍ଷକ ଭୀମଭଟ୍ଟକୁ ସେ ରାଜା କ୍ଷମା ପ୍ରଦାନ କଲେ । ସେ ଯେତେବେଳେ ଜାଣିପାରିଲେ ଯେ, ଭୀମଭଟ୍ଟ ଜଣେ ସାଧାରଣ ନାଗରିକ ନୁହଁନ୍ତି, ସେ ହେଉଛନ୍ତି ଜଣେ ରାଜପୁତ୍ର, ତେଣୁ ଅତ୍ୟନ୍ତ ଆନନ୍ଦରେ ଭୀମଭଟ୍ଟଙ୍କ ହାତରେ ନିଜର ଅଲିଅଳ କନ୍ୟାକୁ ଅର୍ପଣ କଲେ । ତାପରେ ଚଣ୍ଡାଦିତ୍ୟ ରାଜକାର୍ଯ୍ୟରୁ ଅବସର ଗ୍ରହଣ କରି ଜାମାତା ଭୀମଭଟ୍ଟଙ୍କୁ ରାଜଗାଦି ଅର୍ପଣ କଲେ ।

                ଗୁପ୍ତଚର ପାଖରୁ ସମ୍ବାଦ ମିଳିଲା ଯେ ରାଜା ଉଗ୍ରଭଟ୍ଟ ପରଲୋକ ଗମନ କରିଅଛନ୍ତି । ପିତାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ସଦଳବଳ ଭୀମଭଟ୍ଟ ନିଜ ରାଜ୍ୟରେ ପହଁଚିଲେ । ରାଣୀ, ପାରିଷଦବର୍ଗ ଓ ପ୍ରଜାମାନେ ତାଙ୍କୁ ଅତି ଆଦରରେ ପାଛୋଟି ନେଲେ । ସେଠାକାର ପ୍ରଜାମାନେ ସମରଭଟ୍ଟକୁ ଖାଲି ଛି ଛି କରୁଥାଆନ୍ତି । ସେତେବେଳକୁ ଘୋର ଅନୁତାପରେ ସେ ସମରଭଟ୍ଟ କାହାକୁ ବି ନିଜ ମୁହଁ ମୋଟେ ଦେଖାଇ ପାରୁ ନଥାଏ । ସେ ସମରଭଟ୍ଟ ନିଜେ ଆସି ତା ବଡଭାଇ ଭୀମଭଟ୍ଟ ପାଖରେ ଶରଣ ପଶିଲା ।

                ତାପରେ ସେ ଦୁଇଭାଇ ମିଶି ତାଙ୍କ ବାପାଙ୍କର ଶ୍ରାଦ୍ଧକାର୍ଯ୍ୟ ମହାସମାରୋହରେ ଶେଷ କଲେ । ଭୀମଭଟ୍ଟ ତାଙ୍କ ସାନଭାଇକୁ ନାନା ଉପଦେଶ ଦେଇ ପିତୃରାଜ୍ୟର ସିଂହାସନରେ ଅଭିଷେକ କରାଇଲେ । ତାପରେ ଭୀମଭଟ୍ଟ ତାଙ୍କ ଦଳବଳ ସହ ପୁଣି ଫେରି ଆସିଲେ ତାଙ୍କ ଲାଟ ରାଜ୍ୟକୁ । ବନ୍ଧୁ ଶଙ୍ଖଦତ ସେହି ରାଜ୍ୟର ମନ୍ତ୍ରୀ ହେଲେ । ତାପରେ ସେମାନେ ଅତ୍ୟନ୍ତ ସୁଖରେ ପ୍ରଜାପାଳନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ