ମୂର୍ତ୍ତି ପୂଜା ଅନେକ ଭାଷାଭାଷୀ ଗୋଷ୍ଠୀଙ୍କର ଏକ ସାଧାରଣ ଜୀବନ ଶୈଳୀ ଥିଲା କିନ୍ତୁ ଅନେକ ଗୋଷ୍ଠୀ ମଧ୍ୟ ଏହାର ବିରୋଧୀ ଥିଲେ। ମୂର୍ତ୍ତି ପୂଜାର ଅର୍ଥ ପୁତ୍ତଳିକା ପୂଜା। ପୁତ୍ତଳିକା କାହାର? ପୁତ୍ତଳିକା ଯାହାଙ୍କୁ ଆମେ ଈଶ୍ୱର ମନେ କରୁ। କିଛି ମନୁଷ୍ୟ ସେମାନଙ୍କ ଜୀବନରେ ଅନ୍ୟମାନଙ୍କ ପାଇଁ ତଥା ଗୋଷ୍ଠୀର ଉନ୍ନତି ପାଇଁ ବହୁ ଜନମଙ୍ଗଳକାରୀ ସତ୍ କାର୍ଯ୍ୟ କରିଥାନ୍ତି ତେଣୁ ଗୋଷ୍ଠୀ ସେମାନଙ୍କୁ ଆଦର୍ଶ ମନୁଷ୍ୟ ଭାବି ସମ୍ମାନ ଦିଏ; ଏହି ଭାବ ଧାରାରୁ ହିଁ ପୁତ୍ତଳିକା ବା ମୂର୍ତ୍ତିପୂଜାର ସୃଷ୍ଟି। ପୁରାତନ ଯୁଗରେ ଜନମଙ୍ଗଳକାରୀ ନ୍ୟାୟବନ୍ତ ନାୟକ ଏବଂ ନାୟିକାଙ୍କ ମୃତ୍ୟୁ ପରେ ସେମାନଙ୍କୁ ପୁତ୍ତଳିକା ଆକାରରେ ସମ୍ମାନ ଦିଆଯାଉଥିଲା କାରଣ ସେତେବେଳେ ଏବେକାର ଆଧୁନିକ ଯୁଗ ପରି ଫୋଟୋଗ୍ରାଫି ବା ଭିଡିଓଗ୍ରାଫି ନଥିଲା। ସେମାଙ୍କୁ ସମ୍ମାନ ଦେବା ପଦ୍ଧତି ହିଁ ଆମର ପୂଜା ପଦ୍ଧତି। ଯେତେବେଳେ ରାଜା ମାନେ ପରସ୍ପର ଯୁଦ୍ଧ କରି ଗୋଷ୍ଠୀ ମିଶ୍ରଣ କରୁଥିଲେ ସେମାନଙ୍କ ଭାବଧାରାକୁ ଐକ୍ୟ କରିବା ପାଇଁ ସେମାନଙ୍କ ଦ୍ୱାରା ବାହିତ ଆସ୍ଥାକୁ ମଧ୍ୟ ଗୋଷ୍ଠୀଉପରେ ଅଧିରୋପିତ କରାଯାଉଥିଲା ଯେଉଁଥିରୁ ଶଙ୍କରିତ ବା ଅପମିଶ୍ରିତ ସଂସ୍କୃତିର ଅଭ୍ୟୁଦୟ ହେଉଥିଲା। ଏହାର ସୁଯୋଗ ନେଇ କିଛି ଧୂର୍ତ୍ତ ଗୋଷ୍ଠୀ କାଳ୍ପନିକ ଏବଂ ଅପମିଶ୍ରିତ ତଥ୍ୟାଦ୍ୱାରା ନିଜର ଏକ ଆସ୍ଥା ସୃଷ୍ଟିକରି, ତାକୁ ଛଳ ଏବଂ ବଳ ଦ୍ୱାରା ଅନ୍ୟ ଗୋଷ୍ଠୀଙ୍କ ଉପରେ ଲାଗୁକରି ନିଜର କାଳ୍ପନିକ ଭ୍ରମ ଆସ୍ଥାର ସାମ୍ରାଜ୍ୟ ଦ୍ୱାରା ଅନ୍ୟ ଗୋଷ୍ଠୀଙ୍କ ଭାବଧାରା ଏବଂ ଜୀବନଶୈଳୀକୁ ନିୟନ୍ତ୍ରଣ କରିଆସୁଛନ୍ତି।
ଆମଭାଷା ହେଉଛି ଓଡ଼ିଆ। ଓଡ଼ିଆ ଭାଷା ସହ ସଂସ୍କୃତର କୌଣସି ସମ୍ପର୍କ ନାହିଁ। ସଂସ୍କୃତ ମଧ୍ୟ ଗୋଟେ ଭାଷା ଯେପରି ଇଣ୍ଡିଆରେ ୧୫୦୦ ରୁ ଉର୍ଦ୍ଧ ଭାଷା ଅଛି। ସଂସ୍କୃତ ସମସ୍ତ ଭାଷାର ମାତା ଏକ ମିଥ୍ୟା ପ୍ରଚାର। ଯଦି ସଂସ୍କୃତ ଆମର ମାତୃଭାଷା ହୋଇଥାନ୍ତା ତେବେ ଆମେ ଓଡ଼ିଆ ଭାଷାରେ କଥାବାର୍ତ୍ତା କାହିଁକି କହୁଥାନ୍ତୁ? ସଂସ୍କୃତ ଭାଷା ବ୍ୟବହାରକାରୀ ଗୋଷ୍ଠୀ ଇଣ୍ଡିଆର ଅନେକ ଭାଷାଭାଷୀ ଗୋଷ୍ଠୀ ମଧ୍ୟରୁ ଗୋଟେ ଗୋଷ୍ଠୀ। ରୁକ୍ ବେଦ ସଂସ୍କୃତରେ ଲିଖିତ ତେଣୁ ସଂସ୍କୃତ ଭାଷା ବ୍ୟବହାରୀ ଗୋଷ୍ଠୀ ହେଉଛନ୍ତି ପୁରୁଷ ସୁକ୍ତ ବା ଜାତିପ୍ରଥାର ଜନକ। ଜାତି ପ୍ରଥା ସହ ଓଡ଼ିଆ ଜାତିର କୌଣସି ସମ୍ପର୍କ ନାହିଁ। ଜାତି ପ୍ରଥା ଓଡିଆଜାତିରେ ତଥା ଅନ୍ୟ ଭାଷିୟ ଗୋଷ୍ଠୀଙ୍କ ଉପରେ ଉଦ୍ଧେଷ୍ୟମୁଳକ ଭାବେ ଲାଗୁ କରାଯାଇଅଛି। ସଂସ୍କୃତ ଭାଷାର ନିଜର ବର୍ଣ୍ଣମାଳା ନାହିଁ ସେଥିପାଇଁ ଏହାର କୌଣସି ପୁରାତନ ପ୍ରସ୍ତର, ତାଳପତ୍ର କିମ୍ବା ତାମ୍ରଫଳକ ଲେଖନୀ ନାହିଁ। ଯାହା ଆମେ ହିନ୍ଦୀ ବା ଦେବନାଗରୀ ବୋଲି କହୁଛୁ ଏହା ଏକ କିଛି ବର୍ଷ ତଳର ସୃଷ୍ଟି ବର୍ଣ୍ଣମାଳା ଯାହାକି ପ୍ରକୃତରେ “ନଗରୀ ବା ନାଗରୀ” ଯାହାକୁ ନାମ ବଦଳାଇ ଆଗରେ “ଦେବ” ଯୋଡି ଦିଆଯାଇଛି। ଯଦି ଦେବନାଗରୀ ଏତେ ପୁରୁଣା ତେବେ ଏଥିରେ ଲିଖିତ ପୁରାତନ ବେଦ କାହିଁ? ଅଶୋକଙ୍କ ପ୍ରସ୍ତର ଖୋଦିତ ବର୍ଣ୍ଣମାଳା ହିନ୍ଦୀ ଠାରୁ ଅଧିକ ପୁରାତନ। ଏହି ବର୍ଣ୍ଣମାଳାକୁ କିଛି ଇତିହାସକାର ତଥା ଜାତିବାଦୀ “ବ୍ରାହ୍ମୀ ଲିପି” ବୋଲି କହନ୍ତି ଅର୍ଥାତ୍ ସାଧାରଣ ଭାଷାରେ ବ୍ରହ୍ମା ତଥା ବ୍ରାହ୍ମଣଙ୍କ ଲିପି; ଯଦି ଏହି ଲିପି ବ୍ରାହ୍ମଣକ ଲିପି ତେବେ ଆଜିପର୍ଯ୍ୟନ୍ତ କାହିଁ ଏହି ଲିପିଦ୍ୱାରା କୌଣସି ବେଦ ଖୋଦିତ ପ୍ରସ୍ତର କିମ୍ବା ପୋଥି ଲେଖାହବାର ଦେଖିବାକୁ ମିଳୁନାହିଁ?
ନବୀ ମୁହମ୍ମଦ୍ ଆରବରେ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ଯେତେବେଳେ ପାଖାପାଖି ଚାଳିଶି ବର୍ଷ ସେତେବେଳେ “ହୀରା ପର୍ବତ” ରେ ବସି ଧ୍ୟାନ କରୁ କରୁ ୬୧୦ ଖ୍ରୀଷ୍ଟାବ୍ଦରେ ସେ ଇସ୍ଲାମ୍ ଧର୍ମର ଆବିଷ୍କାର କଲେ। ପରେ ତାଙ୍କ ଅନୁଗାମୀମାନେ ଇସ୍ଲାମ୍ ଧର୍ମକୁ ମୃତ୍ୟୁର ଭୟ ଦେଖାଇ ପ୍ରସାର କରିଚାଲିଥିଲେ। ଯେତେବେଳେ ଇସ୍ଲାମ୍ ଅନୁଗାମୀ ରାଜାମାନେ ପାଖାପାଖି ୭୦୦ ଖ୍ରୀଷ୍ଟାବ୍ଦ ବେଳକୁ ବର୍ତ୍ତମାନର ଇଣ୍ଡିଆକୁ ଆକ୍ରମଣ କଲେ ସେତେବେଳେ ଅନେକ ମୂଳନୀବାସିଙ୍କୁ ଡରାଇ ମୁସଲିମ୍ କରିଦେଲେ। ୭୦୦ ଖ୍ରୀଷ୍ଟାବ୍ଦ ବେଳକୁ ଅଶୋକଙ୍କ ବୃହତ ରାଜ୍ୟ ବୁଦ୍ଧ ରାଜ୍ୟରୁ ବ୍ରାହ୍ମଣବାଦୀ ଜାତିବାଦ ରାଜ୍ୟ ରୂପରେ ପରିବର୍ତ୍ତନ ହୋଇସାରିଥିଲା। ମୂଳନୀବାସୀମାନେ ସେମାନଙ୍କ ଵୃତ୍ତିଅନୁସାରେ ବିଭାଜିତ ହୋଇସାରିଥିଲେ; ଏହାମାନେ ନୁହେଁଯେ, ବେଦାନ୍ତ ଛଡା ଅନ୍ୟ ସ୍ଥାନୀୟ ଦର୍ଶନମାନ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା। ମୁସଲିମ୍ ଧର୍ମ ଧାରୀ ରାଜାମାନେ ଅନେକ ମୂଳନିବାସୀ ଯେଉଁମାନଙ୍କର ବିଭିନ୍ନ ଜୀବନ ଶୈଳୀ ଥିଲା ବଳ ଏବଂ ମୃତ୍ୟୁ ଭୟ ଦେଖାଇ ମୁସଲିମ୍ ଧର୍ମକୁ ରୂପାନ୍ତର କରିଦେଲେ। ଜାତି ପ୍ରଥା ଦ୍ୱାରା ଯେଉଁମାନେ ଶୁଦ୍ର ଏବଂ ଅତିଶୁଦ୍ର ହୋଇଯାଇଥିଲେ ସେମାନେ ଉଚ୍ଚ ଜାତିମାନଙ୍କ ଶୋଷଣରୁ ମୁକ୍ତି ପାଇବା ପାଇଁ ଇସ୍ଲାମ୍ ଧର୍ମ ଗ୍ରହଣ କରିନେଲେ। ତେଣୁ ଯେକୌଣସି ପ୍ରଦେଶରେ ଦେଖାଯାଉଥିବା ମୁସଲିମ୍ ସେହି ପ୍ରଦେଶର ମୂଳନୀବାସୀ ଯେଉଁମାନେକି ଇସ୍ଲାମ୍ କୁ ନିଜ ଧର୍ମ ଏବଂ ହିନ୍ଦୀ ବା ଉର୍ଦୁକୁ ନିଜ ମାତୃଭାଷା ରୂପରେ ଗ୍ରହଣ କରିନେଇଛନ୍ତି। ମୁସଲିମ୍ ରାଜାମାନେ ମୁସଲମାନ ମାନଙ୍କୁ ଅନ୍ୟ ଧର୍ମଠାରୁ ଅଲଗା କରିବା ପାଇଁ ଅଣ-ମୁସଲିମ୍ ମାନଙ୍କୁ ହିନ୍ଦୁ ବୋଲି ମାନ୍ୟତା ଦେଲେ। ତେଣୁ ହିନ୍ଦୁ ଶବ୍ଦଟି ମୁସଲିମ୍ ରାଜାମାନଙ୍କ ଦ୍ୱାରା ପ୍ରଚାରିତ ନାମ ଯାହାକି ପରେ ସନାତନ ତଥା ବ୍ରାହ୍ମଣବାଦୀ ଧର୍ମ ପାଇଁ ବ୍ୟବହାର ହୋଇ ଆସୁଛି।