ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Tag - odia kahani

ଉକୁଣୀ ଓ ଛାରପୋକ କଥା

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ଗୋଟିଏ ଉକୁଣୀ କେଉଁଠାରୁ ଆସି ରାଜାଙ୍କ ଶେଯରେ ଲୁଚି ରହିଲା । ଦିନେ ଖଟର ବିଛଣା ଝାଡିବାବେଳେ ଟିଟିଉ ନାମରେ ଗୋଟିଏ ଛାରପୋକ କେଉଁଠାରୁ ଉଡିଆସି ସେହି ବିଛଣାରେ ଲୁଚିଗଲା । ଛାରପୋକ ଓ ଉକୁଣୀକୁ କେହି ଦେଖି ପାରିଲେ ନାହିଁ । ହେଲେ ଛାରପୋକ ଉକୁଣୀ ଆଖିରେ ପଡିଗଲା । ବିଛଣା ବିଛା ହେବା ପରେ ଉକୁଣୀ ଆସି ଛାରପୋକକୁ କହିଲା, “କିରେ...

Read More

କୁଆ ଏବଂ ପେଚା କାହାଣୀ

ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀ ମଧ୍ୟରେ ଏକ ବିରାଟ ବରଗଛ ରହିଥିଲା । ସେହି ବରଗଛଟିରେ କୁଆ ମାନଙ୍କର ରାଜା ‘ମେଘବର୍ଣ୍ଣ’ ତାର ବନ୍ଧୁ, ପରିଜନ ଏବଂ ଅନୁଚର ବର୍ଗଙ୍କୁ ନେଇ ବାସ କରୁଥିଲା । ସେହି ବରଗଛ ନିକଟରେ ଏକ ପର୍ବତ ଗୁମ୍ଫା ଥାଏ । ସେହି ଗୁମ୍ଫା ମଧ୍ୟରେ ପେଚା ରାଜା ‘ଅରିମର୍ଦ୍ଧନ’ ତା’ର ଅନୁଚର ମାନଙ୍କୁ ନେଇ ବାସ କରୁଥାଏ...

Read More

କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା

ମେଘବର୍ଣ୍ଣ ସ୍ଥିରଜୀବିଙ୍କୁ ପଚାରିଲେ ମହାଶୟ! କୁଆ ଏବଂ ପେଚାମାନଙ୍କର ମଧ୍ୟରେ ଏପରି ଶତ୍ରୁତା ହେଲା କାହିଁକି? ସ୍ଥିରଜୀବି ଏହି ସଂପର୍କରେ ମେଘବର୍ଣ୍ଣଙ୍କୁ ଏକ କାହାଣୀ କହିବାକୁ ଆରମ୍ଭ କଲେ । ବହୁ ପୁରା କାଳର କଥା । ଗୋଟିଏ ଜଂଗଲରେ ବାସ କରୁଥିବା ହଂସ, ଶୁଆ, ବଗ, କୋଇଲି, ପେଚା, ମୟୂର, ପାରା, କୁକୁଡା, କପୋତ ପ୍ରଭୃତି ପକ୍ଷୀମାନେ ଏକ ସଭା କଲେ । ସେମାନଙ୍କ...

Read More

ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ

ବହୁ ପୁରାତନ କାଳର କଥା । ଏକ ଘଂଚ ଜଙ୍ଗଲ ମଧ୍ୟରେ ଚର୍ତୁଦନ୍ତ ନାମକ ଏକ ହାତୀ ତା’ର ଅନୁଚର ବର୍ଗ ମାନଙ୍କ ସହିତ ବାସ କରୁଥିଲା । ଦୁଃର୍ଭାଗ୍ୟ ବଶତଃ ସେହି ଜଙ୍ଗଲରେ ବହୁଦିନ ଧରି ବର୍ଷା ହେଲା ନାହିଁ । ଫଳରେ ନଦୀ, ନାଳ, ହ୍ରଦ, ପୋଖରୀ ପ୍ରଭୃତି ଶୁଖିଗଲା । କେଉଁଠାରେ ମଧ୍ୟ ଟୋପାଏ ପାଣି ମିଳିଲା ନାହିଁ । ଜଂଗଲର ଜନ୍ତୁମାନେ ପାଣି ବିନା ଛଟପଟ ହେଲେ । ଦିନେ ଗୋଟିଏ...

Read More

ଠେକୁଆ ଏବଂ ଚୁଟିଆ ମୂଷା

ଅନେକ ଦିନ ତଳର କଥା । ଜଙ୍ଗଲର ଏକ ବୃକ୍ଷରେ ମୁଁ ବସା ବାନ୍ଧି ରହୁଥାଏ । ସେହି ବୃକ୍ଷର ଏକ କୋରଡରେ “କପିଞ୍ଜଳ” ନାମକ ଏକ ଚୁଟିଆ ମୂଷା ବାସ କରୁଥାଏ । କିଛିଦିନ ପରେ ଆମ୍ଭ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ପ୍ରତିଦିନ ସନ୍ଧ୍ୟା ହେଲେ ଆମେ ବସାକୁ ଫେରୁ । ଧର୍ମ ଆଲୋଚନା ଏବଂ ହସ ଖୁସିରେ ଆମର ସମୟ ଅତିବାହିତ ହୋଇଯାଉଥିଲା । ଦିନେ କପିଞ୍ଜଳର ଅନ୍ୟ କେତେକ...

Read More

ଶିକାରୀ ଏବଂ କପୋତ ପକ୍ଷୀ

ଦିନେ ଗୋଟିଏ ଶିକାରୀ ପକ୍ଷୀ ଶିକାର କରିବା ପାଇଁ ଘଂଚ ଜଙ୍ଗଲ ମଧ୍ୟକୁ ଆସିଲା । ଶିକାରୀଟିର କେହି ଆତ୍ମୀୟ ସ୍ୱଜନ ନଥାନ୍ତି । ତା’ର ରୁକ୍ଷ ବ୍ୟବହାର ପାଇଁ ସେ କାହାରି ପ୍ରିୟ ଭାଜନ ହୋଇପାରୁନଥାଏ । ଶିକାରୀ ଜଙ୍ଗଲରେ ବୁଲୁଥିବା ସମୟରେ ଏକ କପୋତ ପକ୍ଷୀକୁ ଧରି ବନ୍ଦୀ କଲା । ହଠାତ୍ ସେହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଚତୁର୍ଦ୍ଧିଗରୁ ପ୍ରବଳ...

Read More

ଏକ ବୃଦ୍ଧ ବଣିକର କାହାଣୀ

ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ‘କାମାତୁର’ ନାମକ ଏକ ବୃଦ୍ଧ ବଣିକ ବାସ କରୁଥିଲେ । ଦୁର୍ଭାଗ୍ୟକୁ ଅଳ୍ପଦିନ ମଧ୍ୟରେ ତାଙ୍କର ପତ୍ନୀ ବିୟୋଗ ଘଟିଲା । ଏହି ଦୁଃଖରେ କାମାତୁର ମ୍ରିୟମାଣ ହୋଇପଡିଲେ । ନିଜ ଜୀବନର ଉପାର୍ଜିତ ଅର୍ଥରୁ ଅଧାଅଧି ଏକ ଗରୀବ ବଣିକକୁ ଦାନ କରି ତାହାର ଯୁବତୀ କନ୍ୟାକୁ ପୁନର୍ବାର ବିବାହ କଲେ । କିନ୍ତୁ କନ୍ୟାଟି ବୁଢା କାମାତୁରକୁ...

Read More

ଦ୍ରୋଣଙ୍କର କାହାଣୀ

ବହୁ ପୁରା କାଳର କଥା । ଗୋଟିଏ ନଗରୀରେ ଦ୍ରୋଣ ନାମକ ଜଣେ ବ୍ରାହ୍ମଣ ବସବାସ କରୁଥିଲେ । ସେ ବଡ ଦରିଦ୍ର ଥିଲେ । ଦିନସାରା ଗାଁ ଗାଁ ବୁଲି ଭିକ୍ଷା କରି ଯାହା ସଂଗ୍ରହ କରୁଥିଲେ ସେହିଥିରେ ଚଳିଯାଉଥିଲେ । ସର୍ବଦା ଏକ ଚିରା ଗାମୁଛା ପରିଧାନ କରି ଭିକ୍ଷା କରୁଥିଲେ । ନିଜ ଦେହର ଯତ୍ନ ନେଇ ପାରୁନଥିଲେ । ହାତ, ଗୋଡରେ ନଖ ବଢି ଯାଇଥିଲା । ମୁହଁରେ ମଧ୍ୟ ନିଶ, ଦାଢି...

Read More

ସାପ ମାନଙ୍କର କାହାଣୀ

ଗୋଟିଏ ନଗରୀରେ ‘ଦେବଶକ୍ତି’ ନାମକ ଜଣେ ରାଜା ବାସ କରୁଥିଲେ । ରାଜାଙ୍କର ଏକମାତ୍ର ସନ୍ତାନ ଥାଏ । କିନ୍ତୁ ରାଜାଙ୍କ ମନରେ ସୁଖ ନଥାଏ । କାରଣ ରାଜକୁମାରଙ୍କ ପେଟରେ ଏକ ସାପ ଥାଏ । ରାଜ୍ୟରେ ଥିବା ବଡ ବଡ ଚିକିତ୍ସକ ମାନେ ଆସି ରାଜକୁମାରଙ୍କୁ ଚିକିତ୍ସା କଲେ ସତ, କିନ୍ତୁ ତନ୍ମଧ୍ୟରୁ କୌଣସିଟି କାର୍ଯ୍ୟ କଲାନାହିଁ । ଶେଷରେ ରାଜକୁମାର ବଂଚିବା ଆଶା ଛାଡିଦେଲେ ।...

Read More

ଶିକାରୀ ଏବଂ ପକ୍ଷୀ

ଗୋଟିଏ ପର୍ବତର ଅଗ୍ରଭାଗରେ ଏକ ବିରାଟ ବଡ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପକ୍ଷୀ ବସା ବାନ୍ଧି ରହିଥାଏ । ସେହି ପକ୍ଷୀର ନାମ ହେଉଛି ‘ସିନ୍ଧୁକ’ । ସେ ଯେତେବେଳେ ମଳତ୍ୟାଗ କରେ, ତା’ର ସେହି ମଳ ଭୂମିରେ ପଡିବା ମାତ୍ରକେ ସୁନା ପାଲଟି ଯାଏ । ଦିନେ ଗୋଟିଏ ଶିକାରୀ ସେହି ପକ୍ଷୀଟିକୁ ଧରିବାପାଇଁ ସେହି ସ୍ଥାନକୁ ଆସିଲା । ଶିକାରୀଟି ଯେତେବେଳେ ସେହି ସ୍ଥାନରେ...

Read More

କଥା କହୁଥିବା ଗୁମ୍ଫା

ଗୋଟିଏ ଜଙ୍ଗଲରେ ‘ଖର୍ଣ୍ଣଖର’ ନାମକ ଏକ ସିଂହ ବାସ କରୁଥିଲା । ଦିନେ ସେ କୌଣସି ଖାଦ୍ୟ ନପାଇ ଏଣେ ତେଣେ ବୁଲିବାକୁ ଲାଗିଲା । ତଥାପି ମଧ୍ୟ ସେ କୌଣସି ଖାଦ୍ୟ ପାଇଲା ନାହିଁ । ଦିନ ଗଡିଯାଇ ରାତି ହେବାକୁ ବସିଲା । ଖର୍ଣ୍ଣଖର ଏକ ବଡ ଗୁମ୍ଫା ନିକଟରେ ଯାଇ ପହଁଚିଲା, ଏବଂ ଭାବିଲା, ଏହି ଗୁମ୍ଫା ମଧ୍ୟକୁ ଯେଉଁ ପ୍ରାଣୀ ଆସିବ, ତାକୁ ଧରି ଖାଇବି । ଏହା ଚିନ୍ତା କରି...

Read More

ବେଙ୍ଗ ଏବଂ କଳାନାଗ କଥା

ବରୁଣ ପାହାଡ ନିକଟରେ ‘ମନ୍ଦଭିଷ୍ୟ’ ନାମକ ଏକ ନାଗସାପ ବସବାସ କରୁଥିଲା । ଦିନେ ସେ ଚିନ୍ତାକଲା, ମୁଁ ବୁଢା ହୋଇଯିବାରୁ ଆଉ ଶିକାର କରିପାରୁନାହିଁ । ତେଣୁ କିପରି ମୁଁ ଅଧିକ ପରିଶ୍ରମ ବିନା ଖାଦ୍ୟ ସଂଗ୍ରହ କରିପାରିବି ସେ କଥା ଚିନ୍ତା କଲା । ବହୁତ ସମୟ ଚିନ୍ତା କରିବାପରେ ତା’ର ମନକୁ ଏକ ଉପାୟ ଆସିଲା । ତହିଁ ଆରଦିନ ସକାଳୁ ନିକଟରେ ଥିବା ଏକ ପୋଖରୀ କୂଳରେ ଯାଇ...

Read More

କୁମ୍ଭୀର, ମାଙ୍କଡ କଥା

ସମୁଦ୍ର କୂଳରେ ଏକ ବଡ ଜାମୁ କୋଳି ଗଛ ଥିଲା । ସେହି ଗଛରେ ବର୍ଷସାରା ଜାମୁକୋଳି ଫଳିଥାଏ । ସେହି ଗଛରେ ରକ୍ତମୁଖ ନାମକ ମାଙ୍କଡ ବାସ କରୁଥାଏ । ଦିନକର କଥା, କରାଳମୁଖ ନାମକ ଏକ କୁମ୍ଭୀର ସମୁଦ୍ରର ଢେଉ କାଟି କାଟି ସେହି ଗଛ ମୂଳରେ ଆସି ପହଁଚିଲା । ମାଙ୍କଡଟି କୁମ୍ଭୀରକୁ ଦେଖି ମନେ ମନେ ବହୁତ ଖୁସି ହୋଇଗଲା । ସଂଗେ ସଂଗେ ତା’ ସହିତ ବନ୍ଧୁତା ଜମାଇ ଦେଲା । କିଛି...

Read More

ସାପ ଏବଂ ବେଙ୍ଗକଥା

ଗୋଟିଏ କୂପ ମଧ୍ୟରେ ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ’ ତା’ର ଅନୁଚର ବର୍ଗଙ୍କ ସହିତ ବାସ କରୁଥାଏ । ସେ ନିଜକୁ ନିଜେ ବେଙ୍ଗ ମାନଙ୍କର ରାଜା ବୋଲି କହୁଥାଏ । କିନ୍ତୁ ଅନ୍ୟ ବେଙ୍ଗମାନେ ତା’ର କଥାକୁ ଖାତିର୍ କରୁନଥାନ୍ତି । ଗଙ୍ଗଦତ ସବୁ ସମୟରେ ଚାହୁଁଥାଏ ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ । ଏହି ପରି ନିଜ ବନ୍ଧୁମାନଙ୍କୁ ଦଣ୍ଡ ଦେବା କଥା ଚିନ୍ତା କରୁଥିବା...

Read More

ସିଂହ ଏବଂ ଗଧ କଥା

ଗୋଟିଏ ଜଙ୍ଗଲରେ ‘କରାଳ କେଶର’ ନାମକ ଏକ ସିଂହ ବାସ କରୁଥାଏ । ଏହି ସିଂହ ନିକଟରେ ‘ଧୂସରକ’ ନାମକ ଏକ ଶୃଗାଳ ସେବକ ଭାବେ କାର୍ଯ୍ୟ କରୁଥାଏ । ଦିନେ କରାଳ କେଶରର ଏକ ହାତୀ ସହିତ ଭୀଷଣ ଲଢେଇ ହେଲା । ଏହି ଲଢେଇରେ ସିଂହଟି ଭୀଷଣ ଭାବରେ ଆଘାତପ୍ରାପ୍ତ ହୋଇଥାଏ । ଏତେ ଆଘାତ ପାଇଥାଏ ଯେ ସେ ଚାଲିବାକୁ ମଧ୍ୟ ଶକ୍ତି ପାଉନଥାଏ । ସିଂହଟି ଅସୁସ୍ଥ ହେବାରୁ ଖାଦ୍ୟ ସଂଗ୍ରହ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ