ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା

                ଠିକ୍ ଏହି ସମୟରେ ସେ ପାହାଡ ଉପରେ ବହୁତ ବର୍ଷା ହେଲା । ଶୁଖିଲା ନଦୀରେ ପ୍ରବଳ ବନ୍ୟା ପାଣି ବି ଆସିଲା । ଫଳରେ ସୁଲତାନ ମୋଗସୁ ଓ ରାଜା ଉଗ୍ରସେନ ଏହି ଯୁଦ୍ଧକୁ ନଈ ଶୁଖିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କଲେ । ତାପରେ ଉଭୟପକ୍ଷର ସେନା ନିଜ ନିଜ ଦେଶକୁ ଫେରିଗଲେ । ମାତ୍ର ଏହିଠାରୁ ହିଁ ସେ ପ୍ରତାପଗଡ ରାଜ୍ୟର ସମସ୍ତ ଦୁଃଖ ଦୁର୍ଦ୍ଦଶା ଆରମ୍ଭ ହୋଇଗଲା । ବିଷାକ୍ତ ବାରୁଦ ଯୁଦ୍ଧରେ ଖଣ୍ଡିଆ ଖାବରା ତଥା କ୍ଷତାକ୍ତ ହୋଇଥିବା ସୈନିକମାନେ ମୃତ୍ୟୁବରଣ କଲେ । ଖାସ୍ ଏହି କାରଣରୁ ରାଜା ଉଗ୍ରସେନଙ୍କର ସେନାରେ ସୈନିକମାନେ ଦିନକୁ ଦିନ କମିବାରେ ଲାଗିଲେ । ଏପରିକି ସ୍ୱୟଂ ରାଜା ମଧ୍ୟ ଏହି ଯୁଦ୍ଧରେ ଖଣ୍ଡିଆ ଖାବରା ହୋଇ କ୍ଷତାକ୍ତ ହୋଇଥିବାରୁ ତାଙ୍କ ଦେହ ମଧ୍ୟ ଆସ୍ତେ ଆସ୍ତେ ଭୀଷଣ ଖରାପ ହେବାକୁ ଲାଗିଲା ।

                ବାରୁଦ ଯୁଦ୍ଧର ପରିଣାମ ସ୍ୱରୂପ ରାଜା ଉଗ୍ରସେନଙ୍କର ଚମଡା ସବୁ ଧିରେ ଧିରେ ଫାଟିବାକୁ ଲାଗିଲା । ଯେତେ ଯାହା ଚିକିତ୍ସା କଲେ ମଧ୍ୟ ସେସବୁ ଆଉ ଭଲ ହେଲାନି । ଚମଡା ଫାଟି ଘା’ରେ ପୋକ ହେବା ବି ଆରମ୍ଭ ହୋଇଗଲା । ଶେଷରେ ଦେହସାରା ସେ ପୋକମାନେ ଖାଲି ସାଲୁରୁ ବାଲୁରୁ ହୋଇ ବୁଲିଲେ । ସେ ରାଜାଙ୍କ ଏପରି ରୂପ ଦେଖି ତାଙ୍କୁ କେହି ବି ଆଉ ନିଜ ପାଖ ପୂରାଇଲେ ନାହିଁ । ଖୋଦ୍ ରାଜବୈଦ୍ୟଙ୍କୁ ମଧ୍ୟ ଏଭଳି ରୋଗର ଚିକିତ୍ସା ମୋଟେ ଜଣା ନଥିଲା ।

                ଦିନେ କଷ୍ଟ ଯନ୍ତ୍ରଣା ଅପମାନ ସହି ନପାରି ରାଜା ଉଗ୍ରସେନ ତାଙ୍କ ରାଜମହଲ ଛାଡି ଜଙ୍ଗଲକୁ ପଳାଇଗଲେ । ଜଙ୍ଗଲରେ ପହଁଚିବା କ୍ଷଣି ରାଜାଙ୍କ ଦେହରୁ ବାହାରୁଥିବା ଉତ୍କଟ ଗନ୍ଧରେ ସେ ବଣର ବଣୁଆ ପଶୁମାନେ ମଧ୍ୟ ତାଙ୍କ ପାଖ ଆଦୌ ମାଡିଲେ ନାହିଁ । ଶେଷରେ ରାଜା ଉଗ୍ରସେନ ଚିନ୍ତା କଲେ ଏଭଳି ଯନ୍ତ୍ରଣା କଷ୍ଟ ସହିବା ଅପେକ୍ଷା ବରଂ ମରିଯିବା ବହୁତ ଭଲ ।


ଗପ ସାରଣୀ

ତାଲିକାଭୁକ୍ତ ଗପ