ଅଭିନେତାଙ୍କ ଭିନ୍ନ ବିଚାର

       ରାଜା ଏବେ ଜାଣିଗଲେ ଯେ, ଗତକାଲି ଶଙ୍କରାଚାର୍ଯ୍ୟ ଭୂମିକାରେ ଅଭିନେତା ସୁନାମୋହର ଥାଳିଏ ନେବାପାଇଁ ମନା କରୁଥିବା ବେଳେ ଆଜି ନର୍ତ୍ତକୀ ଭୂମିକାରେ ଅଭିନୟକରି ଅଧିକ ସୁନାମୋହର ଦାବି କରୁଛନ୍ତି । ଏହାର କାରଣ କ’ଣ?”

     ଏଥର ରାଜା ନିଜର ସନ୍ଦେହ ମୋଚନ ଲାଗି ଅଭିନେତାଙ୍କୁ ପଚାରିବାରୁ ସେ ବୁଝାଇ କହିଲେ, “ସେ ଜଣେ ଜଗଦ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭଳି ସନ୍ନ୍ୟାସୀ ଭାବରେ ଅଭିନୟ କରି କିପରି ଉପହାର ଗ୍ରହଣ କରିଥାନ୍ତେ? କାରଣ ଜଣେ ସନ୍ନ୍ୟାସୀ ନିକଟରେ ଧନରତ୍ନ ର ମୂଲ୍ୟ ତୁଚ୍ଛ ଥାଏ । ମାତ୍ର ନର୍ତ୍ତକୀର ନୃତ୍ୟ ପରିବେଷଣ କେବଳ ଅର୍ଥ ଉପାର୍ଜନ ଉଦ୍ଧେଶ୍ୟରେ ହିଁ ହୋଇଥାଏ ।”

       ସୁତରାଂ ଯେଉଁମାନେ ସାଧୁସନ୍ଥ ଭାବରେ ସଂସାରରେ ବିଚରଣ କରନ୍ତି ସେମାନଙ୍କର ଧନରତ୍ନ ପ୍ରତି ଆଦୌ ଆସକ୍ତ ରହିବା ଉଚିତ୍ ନୁହେଁ । ଜଣେ ସନ୍ନ୍ୟାସୀ ଆସକ୍ତି ପ୍ରଦର୍ଶନ କଲେ ସେ ମାନବ ସମାଜକୁ କି ଶିକ୍ଷା ଦେବ? ସୁତରାଂ ଅଭିନେତା ଜଣକ କେତେବେଳେ ସନ୍ନ୍ୟାସୀ ଆଉ କେତେବେଳେ ନର୍ତ୍ତକୀର କର୍ତ୍ତବ୍ୟ ପାଳନ କରିବା ପାଇଁ ଏହା କରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ