ଧର୍ମ ସହିବ ନାହଁ

ଏତେ ଦିନ ପରେ ବଣିଜ ସାରି ଘରକୁ ଫେରି ଥିଲେ ସୌଦାଗର ଅନଙ୍ଗ ଉଦୟ ନିଜ ଘରକୁ ଆସି ଥିବାରୁ ମନରେ ଥିଲା କେତେ ଖୁସି, କିନ୍ତୁ ସ୍ତ୍ରୀଙ୍କ ଠାରୁ ଏପରି କଥା ଶୁଣି ସୌଦାଗର ତଟସ୍ଥ ହୋଇ ଗଲେ । କେଶରୀଙ୍କୁ ବୁଝାଇବାକୁ ଯାଇ ତାଙ୍କୁ କହିଲେ, ତୁମର ଏବେ କଣ ହୋଇଛି, ତାହାତ କହୁ ନହଁ । କଥାଟା ନକହି ଏପରି ପାଗଳିନୀଙ୍କ ପରି ହେଉଛ କାହିଁକି । ତମକୁ ମୋ ରାଣ, କ’ଣ ହୋଇଛି ସେହି ସତ କଥାକୁ ମୋତେ ଖୋଲି କରି କୁହ, ମୁଁ ତାହାର ପ୍ରତିକାର ତ କରିବି ।

ସୌଦାଗରଙ୍କ ଠାରୁ ଏ କଥା ଶୁଣିବା ପରେ କେଶରୀ ଭାବିଲା ସବୁ ପୁରୁଷ ସହଜରେ ନାରୀ ମାନଙ୍କ ପାଖରେ ମୋହିତ ହୋଇ ଯାଆନ୍ତି । ମୋର ଏହି ମିଛ ଅଭିନୟରେ ସୌଦାଗରଙ୍କ ମନର ଅବସ୍ଥା ମଧ୍ୟ ସେୟା ହୋଇଛି । ଏପରି ସୁଯୋଗ ଆଉ ଛାଡିବାର ଅଛି । ତହୁଁ କେଶରୀ ଛଳନା କରି କହିଲା – ହେ ମୋର ପ୍ରିୟତମ, ସେ କଥା ତୁମକୁ କିପରି କହିବି । କହିବା ଆଗରୁ ମୋର ମରିଯିବାର ଥିଲା । ସତ କହୁଛି ତୁମେ ମୋର ସ୍ୱାମୀ, ଏତେ କଥା ପରେ ତୁମକୁ ଆଉ ମୁହଁ ଦେଖାଇବାର ନଥାଆନ୍ତା । ଈଶ୍ୱରଙ୍କର ସିନା ଦୟା ଥିବାରୁ ଏତେ ବଡ ବିପଦରୁ ମୁଁ ଖସି ଆସିଲି, ତାହା ହୋଇ ନଥିଲେ ପୂଜାରୀ ମଦନ ସୁନ୍ଦର ମୋର ସବୁ ସାରି ଦେଇ ଥିଲା ।

ସୌଦାଗର ଏ କଥା ଶୁଣି ବିସ୍ମିତ ହୋଇ ଗଲେ – ସେ ପୁଣି କହିଲେ – କ’ଣ ହୋଇଛି ସତ କଥା ଖୋଲି ନକହିଲେ ମୁଁ ପୁଣି ବୁଝିବି କିପରି? ମଦନ ସୁନ୍ଦର କ’ଣ କରିଛି ସେ କଥା ମୋତେ କହୁ ନାହଁ କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ