ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଣ୍ଡରିକଙ୍କ ପିତୃମାତୃ ସେବା

ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର ଅଟକିଛି ଆଉ ମୁଁ ବି ସେମିତି ଛିଡା ହୋଇଛି ।’ ତାପରେ ସାଧୁ ଜଣକ କହିଲେ, ‘ଟ୍ରାଫିକ୍ ଗାଡି ଗୁଡିକର ଯାତାୟତକୁ ନିୟନ୍ତ୍ରଣ କରୁଛି ।’ ହେଲେ ମଣିଷକୁ ତ ନିୟନ୍ତ୍ରଣ କରୁନାହାଁନ୍ତି । ଏଥିରେ ଯୁବକ ଜଣକ ନିଜର ଭୁଲ୍ ବୁଝି ପାରି ଲଜ୍ଜିତ ହେଲେ ଏବଂ ସଙ୍ଗେ ସଙ୍ଗେ ସେ ସାଧୁଙ୍କୁ ପ୍ରଣାମ କଲେ । ତା’ପରେ ସାଧୁ ଜଣକ ପଚାରିଲେ, ‘ବାବୁ ! ତୁମେ କଅଣ କରୁଛ?’ ଯୁବକ ଜଣକ କହିଲେ, ‘ମୁଁ ବି.ଏ. ପାଶ କରିଛି ଏବଂ ଆଜି ଯାଉଛି ୟୁନିଭରସିଟିକୁ ଏମ୍.ଏ. ପଢିବି । ଏକଥା ଶୁଣି ସାଧୁ ପୁଣି କହିଲେ, ‘ମୋତେ ତୁମେ ପ୍ରଣାମ କଲ ଭଲ କଲ, ହେଲେ ଆସିଲା ବେଳେ ତୁମେ ତୁମର ପିତାମାତାଙ୍କୁ ପ୍ରଣାମ କରି ଆସିଛ ତ?’ ଏହାର ଉତ୍ତର ଦେବାକୁ ଯାଇ ଯୁବକଟି ଟିକିଏ ଲାଜେଇ ଯାଇ କହିଲେ, ‘ମହାରାଜ ! ପୂର୍ବେ ମୁଁ ସେମାନଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲି । ହେଲେ ଏବେ ଆଉ ପ୍ରଣାମ କରୁ ନାହିଁ ।’ ସାଧୁ ମହାରାଜ ହସି କହିଲେ, ‘ଓ ! ତୁମେ ଶିକ୍ଷା ପାଇ ଯାଇଛ ତ? ତେଣୁ ନମସ୍କାର କରିବା ଉଚିତ୍ ନୁହେଁ, – ଏଇୟା ତ?’ ଏଥିରେ ସେ ଯୁବକ ଜଣକ ଆହୁରି ଲାଜେଇ ଗଲେ । ସେ ସାଧୁ ପୁଣି କହିଲେ, ‘ତୁମେ ଯେଉଁ ଶିକ୍ଷା ପାଇଛ, ସେଥିରେ ପିତାମାତାଙ୍କୁ ବନ୍ଦନା କରିବାର ସଂକୋଚ ଭାବ ସୃଷ୍ଟି ହୋଇଛି । ମନେରଖ, ଯିଏ ପିତାମାତାଙ୍କର ସେବା କରିବାର ବ୍ରତୀ ଥାଏ, ସେ ଭଗବାନଙ୍କର ପ୍ରତ୍ୟକ୍ଷ ଆଶୀର୍ବାଦ ପାଇଥାଏ । ପିତାମାତାଙ୍କୁ ପ୍ରଣାମ କଲା ବେଳେ, ଯିଏ ତା’ର ମୁଣ୍ଡ ନତ କରି ସେମାନଙ୍କୁ ସମର୍ପଣ କରିଥାଏ ଏବଂ ସେମାନଙ୍କ ଇଚ୍ଛାକୁ ଆଜ୍ଞା ରୂପେ ପାଳନ କରିବାକୁ ଇଚ୍ଛା ପ୍ରକଟ କରିଥାଏ, ଭଗବାନ କେବଳ ତା’ ଉପରେ ହିଁ ସନ୍ତୁଷ୍ଟ ହୋଇ ତାକୁ ଚିରଦିନ ସୁଖରେ ରଖିଥାଆନ୍ତି । ଏ ସମ୍ପର୍କରେ ମୁଁ ତୁମକୁ ଗୋଟିଏ କ୍ଷୁଦ୍ର କାହାଣୀ କହୁଛି ମନଦେଇ ଶୁଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ