ବିଚିତ୍ର ବେଣୁ

                ଏକଥା ଶୁଣି ମୁଖିଆ କହିଲେ, “ଲୁଗା ଦେବାର କଥା ତ ନଥିଲା । ଯେତିକି ଦେଇଛି ତାହା ଯଥେଷ୍ଟ ।”

                ଆନନ୍ଦ ସେହି ତିନିଟି ମୁଦ୍ରା ନେଇ ସହରକୁ ଗଲା । ବାଟରେ ପାହାଡି ରାସ୍ତା ଦେଇ ଯାଉ ଯାଉ ସେ ଏକ ଭିକାରୀକୁ ଦେଖିଲା । ତା’ର ଉଚ୍ଚତା ବହୁତ ବଡ । ତାକୁ ଦେଖି ସେ ପାଟିକଲା । ଭିକାରୀ କହିଲା, “ମୁଁ ତୋର କିଛି ମଧ୍ୟ କ୍ଷତି କରିବି ନାହିଁ । ମୋତେ ଗୋଟିଏ ରୂପା ମୋହର ଦେଇ ଦେ ।”

                ଆନନ୍ଦ କହିଲା “ମୋ ପାଖରେ ତ ମାତ୍ର ତିନିଟି ମୋହର ଅଛି । ମୁଁ ସେଥିରେ ଲୁଗା କିଣିବି ।”

                ଭିକାରୀ କହିଲା “ତେବେ ତିନିଟିରୁ ମୋତେ ଗୋଟିଏ ଦେ, ତୁ ନିଜେ ଦୁଇଟି ରଖ । ମୋ ଲୁଗା ତ ତୋ ଲୁଗାଠାରୁ ମଧ୍ୟ ବେଶି ଚିରା ।”

                ଆନନ୍ଦର ଆଉ କିଛି ଚାରା ନଥିଲା । ଶେଷରେ ସେ ବାଧ୍ୟ ହୋଇ ତାକୁ ମୋହରଟିଏ ଦେଇ ଆଗକୁ ଚାଲିଲା । କିଛିବାଟ ଯିବା ପରେ ସେ ଆଉ ଗୋଟିଏ ଭିକାରୀକୁ ଦେଖିଲା । ସେ ପ୍ରଥମ ଭିକାରୀଠାରୁ ଆହୁରି ଡେଙ୍ଗା । ସେ ମଧ୍ୟ ପ୍ରଥମ ଜଣକ ପରି ତା’ଠାରୁ ମୋହରଟିଏ ନେଲା । ଆଉ କିଛି ଦୂର ଯିବା ପରେ ଆନନ୍ଦ ତୃତୀୟ ଭିକାରୀକୁ ଭେଟିଲା । ସେ ବଡ ଅନୁନୟ ବିନୟ ହୋଇ ନିଜର ଦରିଦ୍ରାବସ୍ଥା ଦେଖାଇ, ଆନନ୍ଦର ତୃତୀୟ ମୋହରଟି ବି ହସ୍ତଗତ କଲା ।

                ମୋହରଟି ନେଇ ସେ କହିଲା, “ତୁମେ ତୁମର ତିନିଟି ମୋହର ତିନିଜଣ ଭିକାରୀଙ୍କୁ ଦେଲ । ପ୍ରତ୍ୟେକ ମୋହର ପାଇଁ ତମେ ଗୋଟିଏ ଗୋଟିଏ ବର ମାଗ । କୁହ, ସବୁଠାରୁ ତୁମକୁ କ’ଣ ଭଲ ଲାଗେ?”

                ଭିକାରୀର ଏଭଳି କଥା ଶୁଣି ଆନନ୍ଦ କିଛି ସମୟ ଭାବିବା ପରେ କହିଲା, “ଶୁଣିଛି ଶ୍ରୀକୃଷ୍ଣ ଯେତେବେଳେ ବେଣୁ ବଜାଉଥିଲେ, ସେତେବେଳେ ଗୋପୀମାନେ ତନ୍ମୟ ହୋଇ ନାଚୁଥିଲେ । ମୋତେ ବି ଠିକ୍ ସେହିପରି ବେଣୁଟିଏ ଲୋଡା ।”

                ଭିକାରୀ କହିଲା “ଏଥର ତା’ଠାରୁ ମଧ୍ୟ ଭଲବର ମାଗିନିଅ ।”

                ଆନନ୍ଦ କହିଲା “ଯେତେ ଦୂର ହେଉନା କାହିଁକି ନିଶ୍ଚିତ ଲକ୍ଷ୍ୟ ଭେଦ କରୁଥିବା ଗୁଲେଲ୍ଟିଏ ମୋର ଲୋଡା ।”

                ଭିକାରୀ ପୁଣି କହିଲା, “ଆଚ୍ଛା, ତେବେ ତୃତୀୟ ବର?”

                “ମୁଁ ଯାହାକୁ ଯାହା ମାଗିବି ସେ ତାହା ମୋତେ ନିଶ୍ଚୟ ହିଁ ଦେବ । କାହିଁକିନା ଏପର୍ଯ୍ୟନ୍ତ ସମସ୍ତେ ମୋଠାରୁ ଖାଲି ନେଇଛନ୍ତି, କିନ୍ତୁ କେହି କେବେ କିଛି ବି ଦେଇ ନାହାଁନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ