ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି ନାହିଁ, କିଏବା ସେ ପିଲାଟାକୁ ସମ୍ଭାଳି ନେଉଛି? ଘରେ ବାରମାସିଆ ତିନିଜଣ ଥିଲେ ସତ; ହେଲେ, ସେମାନେ କ’ଣ ଜାଣନ୍ତି, କ’ଣ କରିବେ? ତେବେ କ’ଣ ସେ ବିରେଇ ଅନାଥ ହୋଇଯିବ? ନାହିଁ ନାହିଁ, ତିନି ପୁରୁଷର ଭିନ୍ନେ ହେଲା ଭାଇ, ଲେଖାରେ ବିରେଇର ଖୁଡୁତା ଜେଡୁତା ଆଉ ମଉସା ପିଉସାମାନେ ଏକଥା ଶୁଣି ଧାଇଁଆସିଲେ । ସେମାନଙ୍କର ଦୟାର ଶରୀର, ବିରେଇର ବିକଳ କାନ୍ଦଣା ଶୁଣି ସମସ୍ତେ ଧାଇଁଆସିଲେ, ତା’ପରେ ସମସ୍ତେ ଏକାବେଳକେ ମିଶି ସେ ପିଲାଟିକୁ ଝାଡିଝୁଡି ଦେଇ କାଖେଇ ନେବାଲାଗି ଟଣାଟଣି କଲେ । ଏହିଭଳି ଟଣାଓଟରାରେ ସେ ପିଲାକୁ ବହୁତ ବାଧିଲାଣି, ଫଳରେ ସେ ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ହେଲେ ସେକଥା ଶୁଣୁଛି ବା କିଏ? ଦାଦି ପିଉସା, ମଉସା ମଧ୍ୟରେ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, “ମୁଁ ଥାଉଁ ଥାଉଁ ଏ ପିଲାଟିକୁ ପାଳିବାର ଆଉ କାହାର ଅଧିକାର?” ଏମାନଙ୍କ ଗୋଳମାଳ ଶୁଣି ସେ ଗାଁ ଲୋକେ ବି ଆସି ସେଠାରେ ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କର ମୁହଁକୁ ଚାହୁଁଛି – ସମସ୍ତେ ତ ଅଛନ୍ତି, ହେଲେ ତା ମା’ ବାପା କାହାନ୍ତି? ଠିକ୍ ଏତିକିବେଳେ ସେଠାରେ ପହଁଚିଗଲେ ବିରେଇର ମାମୁ ପୀତେଇ ପାତ୍ରେ । ଖୁବ୍ ଧଇଁସଇଁ ହୋଇ ସେ ଧାଇଁଛନ୍ତି । ଦୂରରୁ ସେ ଡାକିଦେଲେ, ‘ଛାଡ, ଛାଡ, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ ବା କିଏ? ପାଳେ ତ ବାପର ମା ଆଉ ପାଳେ ତ ମାଆର ମା । ମାଆର ମା ଆଈ ନାହିଁ ସତ, ହେଲେ ମାଈଁ ତ ଅଛି! ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଈଁ । ତା ମାଈଁ ଆଜକୁ ତିନିଦିନ ହେଲା ଅନ୍ନଜଳ କିଛିବି ଛୁଇଁ ନାହିଁ । ପିଲାଟା ଲାଗି ସେ ଖାଲି ଡକା ପକାଇଛି । ଦୂତୀଅପା ଘଟକିବାବେଳେ ବାର ବାର ସେ କହିଯାଇଛି, ବିରେଇକୁ କେବଳ ତା ମାଈଁ ହିଁ ପାଳିବ । ଗୋଟାଏ କାମରେ ମୁଁ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି; ଏଣେ ଏତେ କଥା ହୋଇଗଲାଣି, ମୋତେ ତ ଏସବୁ କିଛି ବି ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି । ପଂଚୁଆତି ବସିଲା, ସମସ୍ତେ ରଫା କରିଦେଲେ! ପିଲାକୁ ପାଳିବା ମାମୁର ଅଧିକାର । ଲୋକଙ୍କ ମୁହଁରୁ ଏହି କଥା ବାହାରିଛି କି ନାହିଁ, ମାମୁ ତ ଚିଲ ପରି ଝାମ୍ପମାରି ସେ ପିଲାଟିକୁ କାଖେଇ ତାଙ୍କ ଘରକୁ ଧାଇଁଲେ ।’ ବିରେଇ ତ ତା’ମାମୁକୁ ଆଗରୁ କେବେବି ଦେଖି ନାହିଁ । ନୂଆ ମଣିଷଟା କାହିଁକି ତାକୁ ଘେନିଯିବ ବୋଲି ବିରେଇ ‘ମା ଲୋ’ ‘ମା ଲୋ’ କରି ଆହୁରି ଡକା ପାରୁଥାଏ । ମାମୁ ବିରେଇକୁ ଘେନିଯାଇ ମାଈଁ ଗୁରୁବାରୀ ଜିମା କରିଦେଲେ । ତା’ପରେ ମାମୁଁ ତୁନି ତୁନି ଢେର୍ଗୁଡାଏ କି କଥା ମାଈଁକୁ କହିଲେ । ତହୁଁ ମାଈଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବିରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।” ତା’ପରେ ଖଣ୍ଡିଏ ପୋଡପିଠା, ଚିମୁଟାଏ ଭଳି ଚିଟା ଗୁଡ ବିରେଇ ହାତକୁ ମାଈଁ ବଢାଇ ଦେଲେ । ଏଣେ ସେ ବିରେଇ ତ ଢେର୍ ବେଳୁ କିଛି ବି ଖାଇ ନ ଥିଲା, ତେଣୁ ସେ ବଡ ଭୋକିଲା ଥିଲା, ସେତିକି ଖାଇଦେଇ ବିରେଇ ଗୁଡାଏ ପାଣି ପିଇଦେଲା ।
ବିରେଇ ବିଶାଳ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଉତ୍ତମ ଗାଈ
- ଏକ କୁମ୍ଭାରର କାହାଣୀ
- ସାହସୀ ବିକ୍ରମ
- ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ
- ଚୋର ଅତିଥି
- କିଏ ଭଲ କିଏ ଅସଲ ଭେଲ?
- ବ୍ୟାକୁଳ ଭରତ
- ଅଭିନବ ପରୀକ୍ଷା
- ମାଙ୍କଡ ଏବଂ ଘରଚଟିଆ କଥା
- ଖରପୁତ ଜାତକ
- ତିଳୋତମା ବିବାହ
- ମନୋନୟନ
- ଗୁଣମଣି
- ଯେସାକୁ ତେସା
- ଶାଶୁଙ୍କ ଜୋଇଁ ଡାକରା
- ଅଦ୍ଭୁତ କବଚ
- ବିଶ୍ୱାସଘାତକ ପିଜାରୋ
- ରଙ୍ଗୀନ୍ ମୟୂର
- ସୁଦକ୍ଷ ବ୍ୟବସାୟୀ
- ମିଠା କଥାର ମହତ୍ୱ
- ସହଯୋଗରେ ସବୁ କାମ ଚାଲେ
- ଆଗେ ଘରର ପଛେ ଅନ୍ୟର
- ଯମଙ୍କ ମହିଷ
- ମୁଁ ଘାତକିନୀ ରାଜ ଜେମା
- ସୁନାକୁଣ୍ଡରେ ସ୍ନାନ
- ସଫଳତା ପାଇଁ ଉଦ୍ୟମ ଲୋଡା
- ନିର୍ଭୀକ ସଲମା
- ବ୍ରାହ୍ମଣ ପୁଅ ରାଜା ହେଲା
- ବିଚିତ୍ର ପୁଷ୍ପ
- କବିର ପରୀକ୍ଷା
- ଆତ୍ମାଭିମାନ
- ଦୁଃସାହସର ଫଳ
- ଧମ୍ମଦ୍ଧଜ ଜାତକ
- ଗୋପାଳଙ୍କ ରୋଷେଇ
- ପ୍ରତିଭା ପ୍ରତିଯୋଗିତା
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ଇଏତ ରାମଦାସ
- ଯେସାକୁ ତେସା
- ପ୍ରତ୍ୟେକ ଜିନିଷ କାମରେ ଆସେ
- ପକ୍ଷ ଅପସରା
- ମନ୍ତ୍ରୀ ନିର୍ବାଚନ
- ବେଦବର ଜାତକ
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- ବିଦ୍ୟା – ଦାନ
- ପ୍ରକୃତ ସନ୍ନ୍ୟାସୀ
- ପୋଖରୀର ଛୋଟ ମାଛ
- ବୈଦେହୀ କଥା
- ଆଦର୍ଶ ଗୁରୁ
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ଅଦ୍ଭୁତ ଅସ୍ତ୍ର
- ଅଙ୍ଗୁର ଖଟା
- ବହ୍ନି ଦ୍ୱୀପ
- ବୋକାମାନଙ୍କର ତାଲିକା
- ହିତୋପଦେଶ
- ପରୀକ୍ଷା
- ବିଡାଏ କାଠ
- ନାମ ବିକ୍ରି
- କୁ-ସଙ୍ଗରୁ ବୁଦ୍ଧି ନାଶ
- ଯାଦୁ ସିଢି
- ଚାରି ପ୍ରଶ୍ନ
- ଆଖି ଥାଇ ଅନ୍ଧ
- ସନ୍ନ୍ୟାସୀ ଏବଂ ମୂଷା
- ବୁଢୀଟି କାନ୍ଦୁଥିଲା କାହିଁକି?
- କର୍ମନିଷ୍ଠ ସିପାହୀ
- ସହନଶୀଳତା
- ପୁତ୍ରର କର୍ତ୍ତବ୍ୟ
- ବେଙ୍ଗ ଏବଂ କଳାନାଗ କଥା
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ସେନାପତି ନିର୍ବାଚନ
- କରୁଣାର ପ୍ରମାଣ
- ଛାଗଳର ଦୃଷ୍ଟାନ୍ତ
- କୃଷ୍ଣାବତାର
- ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।
- ଅଜବ ପଙ୍ଖା
- ବ୍ରହ୍ମା ଏବଂ ସରସ୍ବତୀ
- ମହାକପି ଜାତକ
- ରାଜକୁମାରୀ ଓ ଶିମ୍ବମଞ୍ଜି
- ଦୟାଳୁ ଈଶ୍ୱର, ଠକ ବଣିକ
- ପ୍ରକୃତ ପ୍ରତିନିଧି
- ମହାଭାରତ
- ମତ୍ସ୍ୟ ସୁନ୍ଦରୀ
- କଠିନ ସମସ୍ୟାର ମୁକାବିଲା କର
- ହଂସ ଓ ଡିମ୍ବକ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ଭାଲୁର ବୋକାମି
- ତିନି ତାନ୍ତ୍ରିକ
- ମାଡ
- ସତ୍ସଙ୍ଗର ଫଳ
- ଆତ୍ମ ସନ୍ତୋଷ
- ପ୍ରମାଣ
- କନକ ସୁନ୍ଦରୀ
- ସମାଧାନ
- ଛଦ୍ମକୁ ସାବଧାନ
- ବିନାମୂଲ୍ୟରେ ପ୍ରବେଶ
- ଭୁବନସୁନ୍ଦରୀ
- ବନଦେବୀଙ୍କ କୃପା
- ଶାଶୁ ବୋହୁ
- ମନ୍ଦିର ଅମରନାଥ
- ସଙ୍କେତର ଅର୍ଥ
- ବଳ ଓ ତେଜ
- ଯାଦୁ ମହଲ
- ମୂଲ୍ଲାଙ୍କ ଚତୁରତା
- ଭୀରୁର ଭୂମିକା
- ଗୋପନୀୟ କାରଣ
- ଫଳନ୍ତି ବୃକ୍ଷ
- ରାକ୍ଷସ ଓ ସାହସୀ ପିଲା
- ଦାନ
- ଦୋମୁହାଁ ବିଚାର
- ତିନି ତାନ୍ତ୍ରିକ
- ପ୍ରସନ୍ନତା
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ବୋକା ତୁମେ ନୁହେଁ ମୁଁ
- ସଭିଏଁ ନୁହଁନ୍ତି ମଣିଷ
- ଭାଗ୍ୟ – ଦୁର୍ଭାଗ୍ୟ
- ବର ନିର୍ବାଚନ
- ହେଟାର ଖରାପ ଉଦ୍ଧେଶ୍ୟ
- ଠକ ସହିତ ଠକାମୀ
- ପାଞ୍ଚ ପ୍ରଶ୍ନ
- ଭୂତୁଣୀର ସର୍ତ୍ତ
- କଲ୍ୟାଣୀର ପରିଣୟ
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ରୂପଧରଙ୍କ ଯାତ୍ରା
- ଅତି ଚାତୁରୀରେ ମୃତ୍ୟୁ
- ରାଣୀଙ୍କର ଯାତ୍ରା ଦେଖା
- ଆଜ୍ଞାକାରୀ କୁକୁର
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ଆଶୀର୍ବାଦ ବି ଅଭିଶାପ
- ବୁଦ୍ଧିମାନ ଭିକାରୀ
- ମୋହ
- ପ୍ରାର୍ଥୀ ମନୋନୟନ
- ଚନ୍ଦ୍ର ଜ୍ୟୋତି କଥା
- ସୁନା ସମ୍ପଦ
- କୃଷ୍ଣାବତାର
- କୌମୁଦୀ କଥା
- ଅଭିନେତାଙ୍କ ଭିନ୍ନ ବିଚାର
- ନିର୍ଭରତା ଶିଖ
- ଶାଶୁବୋହୁ
- ସୁଖଦୁଃଖର ସାଥୀ
- ଗୋ-ପାଳକର ପତ୍ନୀ
- ସୁଲତାନାଙ୍କ ଚାତୁରୀ
- ନ୍ୟାୟ
- ପିତୃଭକ୍ତିର ପରାକାଷ୍ଠା
- ଉପସ୍ଥିତ ବୁଦ୍ଧି
- ଅତିଲୋଭ ମୃତ୍ୟୁର କାରଣ
- ଜିତୁ-ମିତୁ
- ଦୁଇ ବିଦ୍ୟାର୍ଥୀ
- ସିଦ୍ଧିଲାଭର ସଦୁପଯୋଗ
- କୃଷ୍ଣାବତାର
- ବିଷ୍ଣୁଭଟ୍ଟ ବିରଚିତ
- ଲୀଳାବତୀ ସୂତ୍ର ରଚନା କଥା
- ଦୁର୍ଜ୍ଜନ ସଙ୍ଗର ଫଳ
- ଅଶୋକ ସୁନ୍ଦରୀ
- ଗାରୁଡି ମନ୍ତ୍ର
- ନେଳି ଟୋପି
- ନିୟମ
- “ମୁଁ – ଆମେ”
- ବୋକା ବ୍ରାହ୍ମଣ କଥା
- ପୁରସ୍କାର
- ମହାଭାରତ
- ଅମାବାସ୍ୟାର ପିଶାଚ
- କୀର୍ତ୍ତି!
- କଡମାଛ ଓ ରାଜକୁମାରୀ
- ହାର୍-ଜିତ୍
- ତାଳବେତାଳ ଓ କମଳିନୀ
- ଜାତକ
- ମାଆ କାନ୍ଦନ୍ତି କାହିଁକି
- ଘୋର୍ ଅପରାଧ
- କାକୁଡି କାବ୍ୟ
- ଚୋରର ଭାବାନ୍ତର
- ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା
- କୁହୁକ ଢୋଲ
- ମାଛଖିଆ ଭୂତ
- ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ
- ହୃଦୟ ପରିବର୍ତ୍ତନ
- ବୀର ହନୁମାନ
- ସ୍ୱାର୍ଥତ୍ୟାଗୀ ସେଇ ଝିଅଟି
- ସବୁଠାରୁ ବଡ ମୂର୍ଖ
- କାନ୍ଦୁରୀ ରିଙ୍କି
- ଉଗ୍ରସେନଙ୍କ ଜଡିବୁଟି
- ମନ୍ତ୍ରର ପ୍ରଭାବ
- ସୁନା ପାଇଁ କାହିଁକି ଲୋଭ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ସବୁ ମୁଖେ ପରିସ୍ରା କରେ
- କୋକୀର ସିଂହ ସହିତ ବନ୍ଧୁତା
- ଆଶାବାନ ଚୋର
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ଶୁଆ ପକ୍ଷୀର ଚାତୁରୀ
- ଫାଇଦା ଧାରୀର ଭଲ ହୁଏ ନାହିଁ
- ମା’ର ଋଣ
- ପରୀଦ୍ୱୀପ
- ବହ୍ନି ଦ୍ୱୀପ
- ଅସଲ ନେତାଟି କିଏ
- ଚିକିତ୍ସକଙ୍କର ସାଂସାରିକ ଜ୍ଞାନ
- ମହାଭାରତ
- ତାନ୍ତ୍ରିକ
- କୃଷ୍ଣାବତାର
- ଯାଦୁ ମହଲ
- ଚୋର ସାଧୁ ପାଲଟିଲା
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ