ବୁଦ୍ଧିମାନ ବୃଦ୍ଧ

ବୁଢା କହିଲା “ହଁ, ବରାବର ତ ସେ ଏକାମ କରେ । ଆଚ୍ଛା ପରୀକ୍ଷା କରିବା ପାଇଁ ଆଜି ତମେମାନେ ମୋ ସହିତ ଆସ ।”

ଏହାପରେ ତିନିଜଣଯାକ ସେ ବୁଢା ସହିତ ଚାଲିଲେ । ଘରେ ପହଁଚି ବୁଢା ବୁଢୀକୁ ପଚାରିଲା, “ଆଜି କ’ଣ କ’ଣ ରନ୍ଧା ହୋଇଛି?”

ବୁଢୀ କହିଲା “ଠେକୁଆ ହାତରେ ଯେଉଁ ସବୁ ଖାଦ୍ୟ ବିଷୟରେ ଖବର ପଠାଇଥିଲ, ସେ ସବୁ ମୁଁ କରିଛି ।”

ଏହାପରେ ସେ ବୁଢା ଓ ଚୋର ତିନିଜଣ ଖାଇ ବସିଲେ । ବୁଢା ଠେକୁଆକୁ ଯାହା ଯାହା କହିଥିଲା ସେସବୁ ତ ରନ୍ଧା ହୋଇଛି । ତା’ପରେ ସେ ଚୋରମାନେ ନିଜ ଭିତରେ କଥାବାର୍ତ୍ତା ହୋଇ ସେ ବୁଢାକୁ ଅନୁରୋଧ କଲେ ସେହି ଠେକୁଆଟି ସେମାନଙ୍କୁ ବିକି ଦେବାକୁ । ବୁଢା କହିଲା “ମୋର ଅତି ପ୍ରିୟ ଠେକୁଆଟିକୁ ମୁଁ କାହିଁକି ବିକିବି? ନାହିଁ, ନାହିଁ, ଏପରି କାମ ମୁଁ କଦାପି ବି କରିବି ନାହିଁ ।”

ସେତେବେଳକୁ ତ ସେ ଚୋରମାନଙ୍କର ନିଶା ଛାଡି ନଥାଏ । ସେମାନେ ଠେକୁଆର ଦାମ୍ ଏକ ହଜାର ଦେବାକୁ କହିଲେ, ତଥାପି ସେ ବୁଢା ମନା କରୁଥାଏ । ବୁଢୀ କହିଲା, “ଦେଖ, ପିଲାମାନଙ୍କର ଠେକୁଆ ଉପରେ ସଉକ୍ ହୋଇଛି, ସେମାନଙ୍କୁ ବିକିଦିଅ । ତୁମର ବି ତ ପଇସାର ଦରକାର ଥିଲା ।”

ବୁଢା ତା’ପରେ ସେ ତିନି ଚୋରଙ୍କଠାରୁ ହଜାର ଟଙ୍କା ରଖି ସେମାନଙ୍କୁ ନିଜ ଠେକୁଆଟି ବିକିଲା । ଏ ଠେକୁଆଟିକୁ ସେ ଯିବାବେଳେ ପିଞ୍ଜରାରେ ରଖି ଯାଇଥିଲା । ଠେକୁଆକୁ ଧରି ଚୋରମାନେ ଗ୍ରାମକୁ ଗଲେ । ବାଟରେ ତିନି ଚୋର ଠେକୁଆକୁ କହିଲେ ସେମାନଙ୍କ ପତ୍ନୀମାନଙ୍କୁ କ’ଣ କ’ଣ ଆଜି ରୋଷେଇ କରିବାକୁ ହେବ ଯାଇ ଖବର ଦେବାକୁ । ଠେକୁଆଟି ନାଚିକୁଦି ଡେଇଁ ଆନନ୍ଦରେ ଜଙ୍ଗଲ ଭିତରକୁ ଚାଲିଗଲା ।

ତା’ପରେ ଚୋରମାନେ ଘରକୁ ଆସି ଦେଖିଲେ ଠେକୁଆ କିଛି ବି ଖବର ଦେଇନାହିଁ । ସେତେବେଳକୁ ନିଶା ଅଳ୍ପ ଛାଡି ଆସିଲାଣି ତେଣୁ ଏ ତିନିହେଁ ଦୌଡିଲେ ସେ ବୁଢା ପାଖକୁ ।

ବୁଢା ସବୁ ଶୁଣି କହିଲା, “ଠେକୁଆ ମନରେ ସଉକ୍ ହୋଇଥିବ ପକ୍ଷୀ ହୋଇ ଉଡି ଯିବାକୁ ।”

ଚୋରମାନେ କହିଲେ “କ’ଣ କହିଲ? ଠେକୁଆ ପକ୍ଷୀ ହୋଇ ଉଡିଯିବ?”

ବୁଢା କହିଲା “କାହିଁକି ନୁହେଁ? ଏ ଯୁଗରେ ତ ସବୁ ସମ୍ଭବ । ଏତେବଡ ଗାଈଟା ଯଦି ଛେଳି ହୋଇଗଲା ଆଉ ଏ ଠେକୁଆ କାହିଁକି ପକ୍ଷୀ ହେବ ନାହିଁ?”

ଚୋରମାନଙ୍କର ସେତେବେଳକୁ ସମ୍ପୂର୍ଣ୍ଣ ନିଶା ଛାଡି ଯାଇଥାଏ । ବୁଢାକୁ ସେମାନଙ୍କର ଆଉ କିଛି କହିବାର ନଥିଲା । କାନମୁଣ୍ଡ ଆଉଁସୀ ନିଜ ନିଜ ଘରକୁ ସେମାନେ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ