ବୃଦ୍ଧ ହୋଇ ମରିବା

                ଆଇନ୍ ଅନୁସାରେ ରାଜାଙ୍କୁ ହତ୍ୟା କରିବାକୁ ଯିଏ କୌଶଳ କରେ ଏବଂ ସେହି ବ୍ୟକ୍ତିକୁ ଯିଏ ଆଶ୍ରୟ ଦେଇଥାଏ, ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆାଏ । ସେହି ନ୍ୟାୟରେ ତେନାଲୀରାମାଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଗଲା । ରାଜା କହିଲେ, “ତେନାଲୀରାମା! ହୋଇପାର ତୁମେ ମୋର ଶୁଭ ଚିନ୍ତକ, ଯେହେତୁ ତୁମେ ଅପରାଧୀକୁ ନିଜ ଗୃହରେ ରଖିଥିଲ, ସେଥିପାଇଁ ତୁମେ ବି ଦଣ୍ଡ ପାଇବ । କିନ୍ତୁ ମୁଁ ତୁମର ଶେଷ ଇଚ୍ଛା ପୂରଣ କରିବାପାଇଁ ତୁମକୁ ପଚାରୁଛି, ତୁମେ କେଉଁ ପ୍ରକାର ମୃତ୍ୟୁ ଚାହୁଁଛ?” ତହୁଁ ସେ ତେନାଲୀରାମା କହିଲେ, “ମହାରାଜ୍! ମୁଁ ବୃଦ୍ଧ ହୋଇ ତା’ପରେ ମୃତ୍ୟୁବରଣ କରିବାକୁ ଚାହୁଁଛି ।” ତେନାଲୀରାମାଙ୍କ ଏପରି କଥା ଶୁଣି ରାଜା ଟିକେ ହସିଦେଲେ, ତାପରେ କହିଲେ ତେନାଲୀରାମା, ସବୁ ସମୟରେ ତୁମେ ନିଜ ବୁଦ୍ଧି ବଳରେ ସବୁ ସମସ୍ୟାର ସମାଧାନ କରିଦେଇ ପାରୁଛ । ମୁଁ କନକରାଜୁଙ୍କ ଠାରୁ ସମସ୍ତ ଘଟଣା ଶୁଣି ସାରିଛି । ତେଣୁ ତୁମେ ନିର୍ଦୋଷ, ବର୍ତ୍ତମାନ ଆଉ କୌଣସି କଥା ଚିନ୍ତା ନ କରି ତୁମେ ତୁମ ଘରକୁ ଯାଅ । ରାଜାଙ୍କ କଥା ଶୁଣି ତେନାଲୀରାମା ବି ଅତ୍ୟନ୍ତ ଖୁସି ମନରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ