ମର୍ତ୍ତ୍ୟର ପରୀରାଣୀ

ଏହି ସମୟରେ ହଠାତ୍ ଶାନ୍ତିପ୍ରିୟାର ନିଦ ଭାଙ୍ଗିଗଲା । ତାପରେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା । ଏପରି ସ୍ୱପ୍ନ ସେ କାହିଁକି ଦେଖିଲା ବୋଲି ଭାବିଲା । ନିଶ୍ଚୟ କାଲି ବିଦ୍ୟାଳୟରେ ତାର ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ ସେ ଏସବୁ କହିବ ଓ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ କହିବ ।

ରାତି ପାହିଲା । ନିଜର ସମସ୍ତ ନିତ୍ୟକର୍ମ ସାରି ଶାନ୍ତିପ୍ରିୟା ତା ବିଦ୍ୟାଳୟକୁ ଗଲା । ସେଠାରେ ସେ ଯାହା ଦେଖିଲା ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲା ନାହିଁ । ଉଚ୍ଚକୋଟୀର ଜଣେ ମହିଳା ମହାଶୟା ଏବଂ ଚାରିପାଂଚ ଜଣ ଅଫିସର ସେହି ବିଦ୍ୟାଳୟର ଅଫିସ୍ ଘରେ ବସିଛନ୍ତି । ଶାନ୍ତିକୁ ଦେଖି ସେମାନେ କହିଲେ, ତୁମେ ଝିଅ ପ୍ରାର୍ଥନା ପରେ ଆସିଛ! ଆଉ କେବେ ଡେରି କରିବ ନାହିଁ ।

ଶାନ୍ତି ସେମାନଙ୍କୁ ନମସ୍କାର କରି ଜାଣିଲା ଯେ, ଏମାନେ ବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି । ସେମାନେ ସେଠାରୁ ଉଠି ରୋଷେଇ ଘରର ରୋଷେୟାଙ୍କୁ କହୁଥାଆନ୍ତି, ତୁମେ ସାବୁନରେ ହାତ ଧୋଇ ରୋଷେଇ କାମ କରୁଛ ତ? ପରିଷ୍କାର ପରିଚ୍ଛନ୍ନ ଭାବେ ରୋଷେଇ କର । ଯେମିତି ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ରୋଗ ବି ମୁକ୍ତ ହେବ । ବିଦ୍ୟାଳୟ ପରିଦର୍ଶନ କରି ଆଗନ୍ତୁକ କାର୍ରେ ବସି ଚାଲିଗଲେ । ପ୍ରଧାନଶିକ୍ଷକ ତାଙ୍କୁ ଗେଟ୍ ପାଖରେ ଛାଡି ବିଦ୍ୟାଳୟକୁ ଆସିଲେ । ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସେ କହିଲେ, ଆମେ ଉତ୍ତମ କାର୍ଯ୍ୟ କରୁଥିବାରୁ ଶିକ୍ଷା ସଚିବ ମହାଶୟା ଆମ ବିଦ୍ୟାଳୟକୁ ବହୁ ପ୍ରଶଂସା କରିଲେ । ଏମିତିକି ଆମ ବିଦ୍ୟାଳୟ ଉପରେ ବି ସେ ବହୁତ ଖୁସି ହୋଇଛନ୍ତି ।

ଶ୍ରେଣୀରେ ପହଁଚି ଶାନ୍ତିପ୍ରିୟା ତାର ଶ୍ରେଣୀ ଶିକ୍ଷୟତ୍ରୀଙ୍କ ଆଗରେ ସବୁ କଥା ଗୋଟି ଗୋଟି କରି କହିଲା, ଆଉ ଗୋଟିଏ ପିରିଅଡ୍ ପରେ ସେ ପ୍ରଧାନଶିକ୍ଷକଙ୍କୁ କହିଥିଲା । ସେମାନଙ୍କର ଏଭଳି ଖୁସି ଦେଖି ଶାନ୍ତି ଜାଣିଲା ଯେ, ପ୍ରକୃତରେ ଏଥିରେ କିଛି ରହସ୍ୟ ରହିଛି । କାହିଁ ସେମାନେ ତ କିଛି କରୁ ନାହାଁନ୍ତି । କିଛିଟା କଥା ବିଦ୍ୟାଳୟରେ ପ୍ରତିଫଳିତ ହୋଇଗଲା । ଏସବୁ ଦେଖି ଶାନ୍ତିପ୍ରିୟା ମର୍ମେ ମର୍ମେ ଅନୁଭବ କଲା । ସେ ନାଗ ନାଗୁଣୀ ଦୁଇଜଣ ସତରେ କ’ଣ ମର୍ତ୍ତ୍ୟର ପରୀ ଏବଂ ଈଶ୍ୱରଙ୍କ ପ୍ରେରିତ ଦୂତ । ଆଗତ ଘଟଣା ଏପରି ଘଟିବ ବୋଲି ସେମାନେ ତାକୁ କ’ଣ ସ୍ୱପ୍ନାଦେଶ କରିଥିଲେ କି?

ଏହି ଘଟଣା ସ୍ୱପ୍ନରେ ଦେଖିଲା ପରେ ରାତି ପାହିଲା ବେଳକୁ ଶାନ୍ତିକୁ ଜଣାପଡୁଥିଲା, କିଛି ଗୋଟାଏ ନିଶ୍ଚୟ ଘଟିବ ।

ତାପରେ ଶାନ୍ତି ମନ୍ଦିର ନନାଙ୍କୁ ଏହି କଥା କହିଲା, ସେ ନନାଙ୍କର ତ ବହୁ ଜ୍ଞାନ ଅଛି ଏ ସବୁ ଘଟଣାରେ । ତେଣୁ ସେ କହିଲେ, ନାଗ ନାଗୁଣୀ ଦୁଇଜଣ ନିଶ୍ଚୟ ମର୍ତ୍ତ୍ୟର ପରୀରାଣୀ ଓ ପ୍ରେରିତ ଦୂତ ।


ଗପ ସାରଣୀ

ତାଲିକାଭୁକ୍ତ ଗପ