ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାତୃହନ୍ତା ପର୍ଶୁରାମ

କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ କିଛିଟି ସତ୍ୟତା ଥାଇ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ପୌରାଣିକ କାହାଣୀ ଅନୁଯାଇ ପର୍ଶୁରାମଙ୍କ ଚରିତ୍ରକୁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବରେ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ବିଚାର କରନ୍ତି । ବୈଦିକ ରୀତିରେ ଯେଉଁ ଆଦିବାସୀ ମୂର୍ତ୍ତି ପୂଜକ ଗୋଷ୍ଠୀ ନିଜକୁ ବ୍ରାହ୍ମଣ ଭାବେ ମନୋନୀତ କରିଆସୁଛନ୍ତି ଏବଂ ସଂସ୍କୃତ ଭାଷାକୁ ନିଜ ମୂଳ ଭାଷାରୂପେ ହୃଦୟଙ୍ଗମ କରନ୍ତି ସେମାନେ ପର୍ଶୁରାମଙ୍କୁ ନିଜର ପ୍ରେରଣାର ଉତ୍ସ ରୂପେ ସ୍ୱୀକାର କରନ୍ତି । ପର୍ଶୁରାମଙ୍କ କାହାଣୀଟିର ଅନେକ ରୂପାନ୍ତର ଥିଲେ ମଧ୍ୟ ସବୁ ରୂପାନ୍ତରରେ ପର୍ଶୁରାମ ନିଜ ମାତାକୁ ହତ୍ୟା କରିଥିବା କଥା ଲିଖିତ ହୋଇଛି । ପର୍ଶୁରାମଙ୍କ ପିତା ଋଷି ଜମଦଗ୍ନିଙ୍କର ତାଙ୍କ ପତ୍ନୀଙ୍କ ଚରିତ୍ରରେ ସନ୍ଦେହ ହବାରୁ ପାଂଚଜଣ ପୁତ୍ରଙ୍କୁ ରେଣୁକା ଦେବୀଙ୍କୁ ମାରିବା ପାଇଁ ଆଦେଶ ଦେଇଥିଲେ, କିନ୍ତୁ  ପାଂଚଜଣ ପୁତ୍ରଙ୍କ ମଧ୍ୟରୁ ଚାରିଜଣ ମାତୃଙ୍କୁ ହତ୍ୟା କରିବା ପାଇଁ ମନା କରିଦେଇଥିଲେ; କିନ୍ତୁ କନିଷ୍ଠ ପୁତ୍ର ପର୍ଶୁରାମ ଋଷି ଜମଦଗ୍ନିଙ୍କର କଥାମାନି ମାତୃହନ୍ତା ହୋଇଥିଲେ ।

କିନ୍ତୁ ବିଷ୍ଣୁ ପୁରାଣ ଅନୁଯାଇ ଥରେ କାର୍ତବୀର୍ଯ୍ୟଙ୍କର ଏକହଜାର ପୁତ୍ର ପର୍ଶୁରାମଙ୍କ ଅନୁପସ୍ଥିତିରେ ତାଙ୍କ ପିତା ଜମଦଗ୍ନିଙ୍କ ଆଶ୍ରମ ଉପରେ ଆକ୍ରମଣ କଲେ । ସେମାନେ ଆସି ଯମଦଗ୍ନି ତପସ୍ୟା କରୁଥିବା ସମୟରେ ତାଙ୍କର ଶିରଛେଦନ କଲେ ଓ ସେହି କଟା ମୁଣ୍ଡକୁ ବହୁ ଦୂରକୁ ନେଇ ଫୋପାଡି ଦେଲେ । ଏସବୁ ଦେଖି ତାଙ୍କ ପତ୍ନୀ ରେଣୁକା ଦେବୀ ଏକୋଇଶବାର ଆର୍ତ୍ତ ଚିତ୍କାର କଲେ । ତପସ୍ୟାରତ ପର୍ଶୁରାମଙ୍କ କାନରେ ତାହା ବାରମ୍ବାର ଶୁଭିଲା । ଏଥିରେ ସେ ଖୁବ୍ ବିଚଳିତ ହୋଇ ପଡିଲେ ଓ ବୁଝିପାରିଲେ ଯେ, କିଛି ନା କିଛି ବିଘ୍ନ ନିଶ୍ଚୟ ଘଟିଛି । ଏହାପରେ ସେ ତପସ୍ୟା ଛାଡି ପର୍ଶୁ ଧରି ଆଶ୍ରମ ଆଡକୁ ଧାଇଁଲେ । ଆସି ଦେଖିଲେ ତାଙ୍କ ଆଶ୍ରମ ଘର ସବୁ ପୋଡି ଛାରଖାର ହୋଇଛି । ଆଶ୍ରମବାସୀ ଅଧିକାଂଶ ମୃତ । ଯମଦଗ୍ନି ଓ ରେଣୁକା ଦୁହେଁ ମୃତ ଓ ସେହି ଅଗ୍ନିରେ ହିଁ ଦୁହିଁଙ୍କ ଶରୀର ଜଳି ଯାଇଛି । ଅଦୂରରେ ଯମଦଗ୍ନିଙ୍କ ମୁଣ୍ଡଟି ଗଡି ଗଡି ଦୁଇଟି ପଥର ମଝିରେ ଅଟକି ଯାଇଥଲା । ତାକୁ ଦେଖି ତାଙ୍କର କ୍ରୋଧ ଦ୍ୱିଗୁଣିତ ହେଲା । ସେ ମୁଣ୍ଡଟିକୁ ହାତରେ ଧରି ପର୍ଶୁରାମ କହିଲେ, “ମୋର ହୃଦୟର ଜ୍ୱାଳାରେ ମୋ ଆଖିରୁ ଅଶ୍ରୁ ଶୁଖି ଯାଇଛି । ପିତା, କ୍ଷତ୍ରିୟ ରକ୍ତରେ ଆପଣଙ୍କ ଶରୀରକୁ ଡୁବାଇ ପାରିଲେ ଯାଇ ମୁଁ ଆପଣଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରିବି ।” ତା’ପରେ ସେ ଏକ ଉଚ୍ଚ ଶିଳା ଉପରକୁ ଉଠି, ପର୍ଶୁକୁ ଉତ୍ତୋଳନ କରି ସତ୍ୟ କଲେ କି, “ମୁଁ ଏଇ ପର୍ଶୁ ଦ୍ୱାରା ପୃଥିବୀକୁ ଏକୋଇଶବାର ନିକ୍ଷତ୍ରିୟ କରିବି ।” ପର୍ଶୁରାମ ତପସ୍ୟା ଦ୍ୱାରା ଶକ୍ତିଶାଳୀ ହୋଇ  ନାନା ଦିବ୍ୟାସ୍ତ୍ର ଓ ଦିବ୍ୟଶକ୍ତି ସମନ୍ୱିତ ହୋଇ କ୍ଷତ୍ରିୟସଂହାର ଆରମ୍ଭ କଲେ । ସେତେବେଳେ କ୍ଷତ୍ରିୟ ରାଜାମାନେ ଧର୍ମମାର୍ଗରୁ ଦୂରେଇ ଯାଇ ଗୋ, ବ୍ରାହ୍ମଣ, ସ୍ତ୍ରୀ ଓ ଦୁର୍ବଳ ବ୍ୟକ୍ତିଙ୍କ ଉପରେ ଯଥେଚ୍ଛା ଅତ୍ୟାଚାର କରି ନିଜର କର୍ତ୍ତବ୍ୟ ଓ ବିବେକ ଭୁଲି ଅଧର୍ମ ମାର୍ଗରେ ଚାଲିଥା’ନ୍ତି । ପର୍ଶୁରାମଙ୍କୁ ପାଇ ପ୍ରଜାମାନେ ଆନନ୍ଦିତ ହୋଇ ତାଙ୍କ ସହିତ ମିଳି ରାଜାମାନଙ୍କ ବିରୁଦ୍ଧରେ ଗଲେ । ଏସବୁ ଶୁଣି କାର୍ତବୀର୍ଯ୍ୟଙ୍କ ପୁତ୍ରଗଣ ଓ ଅନ୍ୟାନ୍ୟ ରାଜାମାନେ ରାଜ୍ୟ ଛାଡି ପଳାଇଲେ । ପର୍ଶୁରାମ ତାଙ୍କର ଆଗ୍ନେୟାସ୍ତ୍ର ନିକ୍ଷେପ କରି ମହେଷ୍ମତୀ ନଗର ଗଲେ ଓ ରାଜାମାନଙ୍କର ଅନୁଧାବନ କଲେ । ଅବଶେଷରେ ସେମାନଙ୍କୁ ସେ ବଧ ବି କଲେ । ସେମାନଙ୍କ ରକ୍ତରେ ପିତା ଯମଦଗ୍ନିଙ୍କର ଶିର ଧୌତ କରି ଶେଷ ତର୍ପଣ କଲେ ଓ ତାଙ୍କର ଅଗ୍ନିସଂସ୍କାର ପୂର୍ଣ୍ଣ କଲେ ।

ଯେଉଁଠାରେ ପିତାଙ୍କର ତର୍ପଣ ପାଇଁ ସେ ପାଂଚକୁଣ୍ଡ ରକ୍ତ ସଂଗ୍ରହ କରିଥିଲେ  ସେ ସ୍ଥାନ ମହାଭାରତରେ ସମନ୍ତପଂଚକ ନାମରେ ଉଲ୍ଲେଖ କରାଯାଇଛି । ସେହି ସ୍ଥାନ ପରେ କୁରୁକ୍ଷେତ୍ର ଭାବରେ ପରିଚିତ ହେଲା । ପୁଣି ସେହି ସ୍ଥାନରେ ମହାଭାରତ ଯୁଦ୍ଧରେ ରକ୍ତର ନଦୀ ସୃଷ୍ଟି ହୋଇଥିଲା । ପିତାଙ୍କର ଶ୍ରାଦ୍ଧ କରିବା ପରେ ସେ ପୁଣି କ୍ଷତ୍ରିୟ ସଂହାର ପାଇଁ ବାହାରି ପଡିଲେ । କ୍ଷତ୍ରିୟ ନାରୀମାନେ ନିଜ ନିଜ ଶିଶୁଙ୍କୁ ବ୍ରାହ୍ମଣ ଘରମାନଙ୍କରେ ଲୁଚାଇ ଦେଉଥିଲେ । ପରେ ସେହି ଶିଶୁମାନେ ବଡ ହୋଇ ପୁଣି ନିଜ ରାଜ୍ୟ ସବୁ ଶାସନ କଲେ । ପର୍ଶୁରାମ ପୁଣି ଖୋଜି ଖୋଜି ସେମାନଙ୍କୁ ମାରିଲେ । ଏହିପରି ଭାବେ ସେ ପୃଥିବୀକୁ ଏକୋଇଶବାର ନିକ୍ଷତ୍ରିୟ କଲେ ଓ ସବୁ ରାଜ୍ୟ କଶ୍ୟପଙ୍କୁ ଦାନ ଦେଇ ଦକ୍ଷିଣ ସାଗରସ୍ଥିତ ମହେନ୍ଦ୍ର ପର୍ବତକୁ ଯାଇ ସେଠାରେ ସେ ତପସ୍ୟା କଲେ । କଶ୍ୟପ ବଂଚିରହିଥିବା କ୍ଷତ୍ରିୟ ଯୁବକମାନଙ୍କୁ ସେମାନଙ୍କ ରାଜ୍ୟ ସମର୍ପଣ କଲେ ।

କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ  ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ । ଧର୍ମ ଅର୍ଥାତ୍ ସତ୍ ଗୁଣ; ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି । ଧର୍ମର ଅନ୍ୟନାମ ସତ୍ କର୍ମ; ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦୋଶକୁ ଜଳାଇ ଦେଇପାରେ ଏଠାରେ ଦୋଷ ନିଆଁର  ନୁହେଁ ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର; ତେଣୁ ମନ୍ଦ ଉଦ୍ଧେଶ୍ୟ ହେଉଛି ପାପ ବା କୁକର୍ମ । ଯଦି ଧର୍ମ ନାମରେ କୁକର୍ମ କରଯାଏ ତାହା ଧର୍ମ ନୁହେଁ ତାହା ମଧ୍ୟ କୁକର୍ମ । ଧର୍ମନାମରେ କିଛିଲୋକ ନିଜ ନିଜ ଧାର୍ମିକ ବେପାର ଖୋଲି ବସିଛନ୍ତି । ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି; ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ, କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି ତାହା ଧର୍ମ ନୁହେଁ, ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ । ଯଦି ସତ୍ କର୍ମ ହିଁ ଧର୍ମ ହୁଏ ତେବେ ସତ୍ କର୍ମ କରିବା ପାଇଁ କୌଣସି ଧର୍ମର ଆଳ ନେବାର କୌଣସି ଅବଶକ୍ୟତା ନାହିଁ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ