ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶଶ ଜାତକ

ବୋଧିସତ୍ୱ ଥରେ ଗୋଟିଏ ଠେକୁଆ ରୂପରେ ଜନ୍ମ ହୋଇଥିଲେ । ସେ ଏକ ବଣରେ ରହୁଥିଲେ । ତାଙ୍କର ତିନିଜଣ ମିତ ଥିଲେ । ସେମାନେ ହେଲେ ଗୋଟିଏ ମାଙ୍କଡ, ବିଲୁଆ ଓ ଗୋଟିଏ ଓଧ । ଚାରିମିତ ଏକ ଜାଗାରେ ରହୁଥିଲେ । ସେମାନେ ଦିନବେଳେ ନିଜନିଜର ଖାଦ୍ୟ ଖୋଜିବାକୁ ଚାଲିଯାଉଥିଲେ । ସଞ୍ଜହେଲେ ଫେରିଆସୁଥିଲେ । ତା’ପରେ ସେମାନେ ଗୋଟିଏ ଜାଗାରେ ଏକାଠି ବସୁଥିଲେ । ସେମାନେ ସେତେବେଳେ ଧର୍ମକଥା ଆଲୋଚନାକରୁଥିଲେ ।

       ଚାରି ମିତଙ୍କ ଭିତରେ ଠେକୁଆର ଧର୍ମରେ ବେଶୀ ମନ ଥାଏ । ସେ ଅନ୍ୟ ତିନିଜଣଙ୍କୁ ଧର୍ମକଥା ଓ ଭଲ ବ୍ୟବହାର ବିଷୟରେ କହେ । ଠେକୁଆ କହେ “ଭାଇମାନେ, ସବୁବେଳେ ସତ କଥା କହିବ । ମାଗିବାକୁ ଆସୁଥିବା ଲୋକଙ୍କୁ ଦାନ ଦେବ । ଭଲଦିନମାନଙ୍କରେ ଧର୍ମ କାର୍ଯ୍ୟ କରିବ । ଧର୍ମର ବାଟ କଦାପି ହୁଡିବନାହିଁ ।”

       ଓଧ, ବିଲୁଆ ଓ ମାଙ୍କଡ ଠେକୁଆର କଥା ଆଗ୍ରହରେ ଶୁଣନ୍ତି । ସେମାନେ ଧର୍ମ ବାଟରେ ଚଳିବେ ବୋଲି କହନ୍ତି । ଧର୍ମକଥା ଆଲୋଚନା କରିବା ପରେ ନିଜନିଜର ବସାକୁ ଫେରିଯାଆନ୍ତି ।

       ସମୟ ଗଡିଚାଲିଥାଏ । ଦିନକର କଥା । ଆକାଶରେ ଚନ୍ଦ୍ର ଉଇଁଲେ । ବୋଧିସତ୍ୱ ଶଶକ ଚନ୍ଦ୍ରଙ୍କୁ ଚାହିଁ କହିଲେ – “ଭାଇମାନେ, କାଲି ଗୋଟିଏ ଭଲ ଦିନ ପଡିବ । ଆମେମାନେ କିଛି ଧର୍ମ କର୍ମ କରିବା । କେହି ଯଦି ମାଗିବାକୁ ଆସନ୍ତି ତେବେ ତାଙ୍କୁ ଦାନ ଦେବା । ଏଇ ହେଲା ଧର୍ମର ନିୟମ । ଏ ନିୟମ ମାନି ଚଳିଲେ ମାନବ ଜଗତର ମଂଗଳ ହେବ । କେହି ଗରିବ ବା ଦୁଃଖୀ ଯଦି ଭିକ ମାଗିବାକୁ ଆସିବ ତେବେ ତାକୁ ଖାଇବାକୁ ଦବ ।” ଓଧ, ବିଲୁଆ ଓ ମାଙ୍କଡ କହିଲେ – “ମିତ, ଆମେ ତୁମ କଥା ମାନି କାମ କରିବୁ ।” ତା’ପରେ ସେମାନେ ଶୋଇବା ପାଇଁ ନିଜନିଜ ଜାଗାକୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ