ଶଶ ଜାତକ

       ଏହି ସମୟରେ ଇନ୍ଦ୍ରଦେବତା ନିଜ ରୂପରେ ଦେଖାଦେଲେ । ସେ ହସି ହସି କହିଲେ – “ହେ ବୋଧିସତ୍ୱ, ମୁଁ ହେଉଚି ଦେବତାମାନଙ୍କର ରାଜା ଇନ୍ଦ୍ର । ମୁଁ ତୁମକୁ ପରୀକ୍ଷା କରିବା ପାଇଁ ଆସିଥିଲି । ଦେଖିଲି ଯେ ତୁମେ ଧର୍ମର ସବୁ ନିୟମ ମାନି ଚଳୁଚ । ତୁମେ ଯାହା ସତ୍ୟ କରିଥିଲ ତାହା କରିଚ ।”

       ବୋଧିସତ୍ୱ କହିଲେ, “ହେ ଇନ୍ଦ୍ର ! ମୁଁ ଅତି ଖୁସି ମନରେ ଦାନ ଦେବାକୁ ଯାଉଥିଲି । ଏ ସଂସାରର ଯେ କେହି ଆସି ମତେ ପରୀକ୍ଷା କରିପାରନ୍ତି । ସେମାନେ ଜାଣିପାରିବେ ଯେ ଦେହର ମାଂସ ଦାନକରିବାରେ ମୋର ଟିକିଏ ହେଲେ ଦୁଃଖ ନଥିଲା ।”

       ଇନ୍ଦ୍ର କହିଲେ – “ତୁମେ ଯେଉଁ ଦାନ ଦେଲ ତାହାର ତୁଳନା ନାହିଁ । ଏ ସଂସାରର ସମସ୍ତେ ସେ କଥା ଜାଣନ୍ତୁ ।”

       ଇନ୍ଦ୍ର ଏହା କହି ଚନ୍ଦ୍ରଙ୍କ ଦେହରେ ଠେକୁଆର ଏକ ଚିତ୍ର ଆଙ୍କିଦେଲେ, ତା ପରେ ଉଭାନ୍ ହୋଇଗଲେ । ତା’ପରେ ଚାରିମିତ ବଣରେ ସୁଖରେ ରହିବାକୁ ଲାଗିଲେ । ସେମାନେ ଜୀବନସାରା ଧର୍ମ ବାଟରେ ଚଳିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ