ମାରୁତି କବି

ରତ୍ନପୁର ପ୍ରଦେଶର ସୀମାବର୍ତ୍ତୀ କିଛି ଗ୍ରାମ ସମୁଦ୍ର ନିକଟରେ ଅବସ୍ଥିତ ଥିଲା । ତେଣୁ ବହୁ ସମୟରେ ଏହି ଗ୍ରାମଗୁଡିକ ସାମୁଦ୍ରିକ ଝଡତୋଫାନର ଶିକାର ହେଉଥିଲେ । ପାଶ୍ୱବର୍ତ୍ତୀ କ୍ଷୁଦ୍ର ଜଙ୍ଗଲରେ ନିଆଁଲାଗି ସେହି ଗ୍ରାମର ବହୁତ କ୍ଷତି ଘଟୁଥିଲା । ଏହି ବିପଦରୁ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବରେ ତ୍ରାହି ପାଇଛନ୍ତି କି ନାହିଁ, ପ୍ରଚଣ୍ଡ ବର୍ଷା ଓ ପବନ ଆରମ୍ଭ ହେଲା । କ୍ରମଶଃ ତାହା ସାମୁଦ୍ରିକ ତୋଫାନର ରୂପ ନେଲା ।...

Read More

ସୁନାପାଇଁ ବନ୍ଦିଶାଳା

ଆମେରିକା ସରକାରଙ୍କ ସୁନା ଗଚ୍ଛିତ ହୋଇ ରହିଛି ଏକ ଦୁର୍ଗ ଭିତରେ । ଆଉ ସେ ଦୁର୍ଗଟିର ନାଁ ଫୋର୍ଟ ନକ୍ସ । ସେଇଠି ଭୂଇଁତଳେ ଏକ ସୁଦୃଢ ଅଟ୍ଟାଳିକା ହିଁ ତା’ କୋଳରେ ଧରିଛି ଆମେରିକା ସରକାରଙ୍କ ସୁନାତକ । ସେଠାରେ କେବଳ ସୁନା ରଖାଯାଇନି, ସୁନା ସମେତ ସଂରକ୍ଷିତ ହୋଇ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ । ଫୋର୍ଟ ନକ୍ସକୁ ଛାଡିଦେଲେ ନିୟୁୟର୍କସ୍ଥିତ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ୍ର ଭୂଇଁ ତଳର ଏକ କୋଠରି ଭିତରେ ମଧ୍ୟ ସାଇତା...

Read More

ମହାଶିଳ୍ପୀ

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...

Read More

ଅନୁମତି ପତ୍ର

ହୋଲାପୁରୀ ଜଙ୍ଗଲରେ ଶିକାରୀମାନଙ୍କ ସଂଖ୍ୟା କ୍ରମେ ବଢି ଚାଲିଲା ଓ ପଶୁଙ୍କ ସଂଖ୍ୟା କ୍ରମେ କମିଗଲା । ତେଣୁ ରାଜା ବିଦ୍ୟାଧର ଏହା ଘୋଷଣା କଲେ ଯେ ତାଙ୍କ ଅନୁମତି ପତ୍ର ବିନା କେହି ଯେପରି ଶିକାର କରିବାକୁ ଯିବେ ନାହିଁ, ଆଉ ଗଲେ କଠିନ ଦଣ୍ଡ ପାଇବେ ।                 ଥରେ ଦୁଇଜଣ ଶିକାରୀ ଜଙ୍ଗଲରେ ଶିକାର କରୁଥା’ନ୍ତି । ରାଜାଙ୍କ ଲୋକ ସେଠାରେ ପହଁଚି ସେମାନଙ୍କୁ ରାଜାଙ୍କ ମୋହର ଥିବା ଅନୁମତି ପତ୍ର ମାଗିଲେ । ଏକଥା ଶୁଣି...

Read More

ରାମନାଥଙ୍କ ବୁଦ୍ଧି

ଚଂଚଳପୁରରେ ଗୋଟିଏ ଲୁହାଖଣି ବାହାରିଲା । ତେଣୁ ଦୂରଦୂରାନ୍ତରରୁ ଅନେକ ଲୋକସବୁ ବ୍ୟବସାୟ ସୂତ୍ରରେ ଆସି ସେଠାରେ ବସବାସ କଲେ । ସେମାନଙ୍କ ମଧ୍ୟରେ ରାମନାଥ ଅନ୍ୟତମ ଥିଲେ । ବହୁଲୋକ ଅନ୍ୟ ଆଡୁ ଆସି ବସବାସ କରିବାରୁ ଘର ଭଡାକୁ ମିଳୁ ନଥାଏ ।                 ରାମନାଥ ଚାରିଆଡେ ଘର ଖୋଜି ବୁଲି ବୁଲି, ତାଙ୍କ ଚପଲ ଛିଡିଗଲା । ଶେଷକୁ ସେ ଗୋଟିଏ ଘରର ସନ୍ଧାନ ପାଇଲେ । ଘରର ମାଲିକ ଗୁରୁନାଥଙ୍କର ସର୍ତ୍ତ ଥିଲା କି ଘରର ଭଡା...

Read More

ଦୁଷ୍ଟ ଘୋଡା

ବିଜୟ ନଗର ରାଜ୍ୟର ପଡୋଶୀ ରାଜ୍ୟର ରାଜାଙ୍କର ଉନ୍ନତମାନର ସେନାବାହିନୀ ଥିଲା । ତେଣୁ ରାଜା କୃଷ୍ଣଦେବରାୟ ସର୍ବଦା ଚାହୁଁଥିଲେ ପଡୋଶୀ ରାଜ୍ୟ ପରି ତାଙ୍କ ରାଜ୍ୟର ଘୋଡା ଚାଳକ ସୈନ୍ୟମାନେ ଏପରି କୌଶଳୀ ହୁଅନ୍ତୁ ଯେମିତି, ଶତ୍ରୁ ଆକ୍ରମଣ କରିବା ମାତ୍ରକେ ସେମାନେ ତାର ମୁକାବିଲା ତୁରନ୍ତ କରି ପାରିବେ । ସେଥିପାଇଁ ରାଜା ବହୁତ ଗୁଡିଏ ଘୋଡା ଆରବ ରାଷ୍ଟ୍ରରୁ କିଣି ଆଣିଲେ । ଏତେ ଗୁଡିଏ ଉନ୍ନତମାନର ଘୋଡାମାନଙ୍କୁ ଏକ ସଂଗରେ...

Read More

ଧୂସର ଦୁର୍ଗ

ଶିବପୁର ସୀମାନ୍ତରେ ଗୋଟିଏ ପାହାଡିଆ ଘାଟିରେ ଚନ୍ଦ୍ରବର୍ମା ଓ ସେନାପତି ଧୀରମଲ୍ଲଙ୍କ ସହ ସର୍ପକେତୁର ମୁକାବିଲା ହେଲା । ଯେତେବେଳେ ବିଜୟର ଆଶା ନାହିଁ, ସେତେବେଳେ ଚନ୍ଦ୍ରବର୍ମା ହଠାତ୍ ପାହାଡ ଉପରୁ ମହିଷ୍ମତୀ ଓ ବୀରପୁରର ସୈନିକମାନଙ୍କ ଆଗରେ ନିଜ ପରିଚୟ ଦେଲେ । ତତ୍କ୍ଷଣାତ୍ ଅବସ୍ଥା ବଦଳିଗଲା । ସର୍ପକେତୁର ଅଧିକାଂଶ ସୈନ୍ୟ ଚନ୍ଦ୍ରବର୍ମାଙ୍କ ଆଡକୁ ଢଳିଲେ । ବାକି ସୈନ୍ୟଦଳ ଧରି ସର୍ପକେତୁ ପୃଷ୍ଠଭଙ୍ଗ ଦେଲା ।...

Read More

କୁଆ ଏବଂ କଳାନାଗ

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତ୍ତି କ’ଣ କରିବେ କିଛି...

Read More

ଯୋଗ୍ୟତା ଓ ଯଶ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତା’ପରେ...

Read More

ମାତୃହନ୍ତା ପର୍ଶୁରାମ

କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ କିଛିଟି ସତ୍ୟତା ଥାଇ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ...

Read More

ଚିକିତ୍ସକଙ୍କର ସାଂସାରିକ ଜ୍ଞାନ

ପଶ୍ଚିମ ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାରରେ ପରିପୂର୍ଣ୍ଣ ଛୋଟିଆ ଗାଁଟିଏ ଥିଲା । ସେହି ଗାଁର ନାମ ଆନନ୍ଦଗିରି ଥିଲା । ଏହି ଗ୍ରାମରେ ପ୍ରକୃତିର ଅପରୂପ ଶୋଭା ସହିତ କେତେକ ବିରଳ ଔଷଧୀୟ ବୃକ୍ଷ ଓ ଚେରମୂଳି ରହିଥିଲା । ଚରକନ୍ଥ ନାମକ ଜଣେ ଚିକିତ୍ସକ ଏହି ଗ୍ରାମରେ ବାସ କରିବାକୁ ମନସ୍ଥ କଲେ । ତାଙ୍କର ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଅନେକ ଉପାଦାନ ସେ ସହଜରେ ପାଇପାରୁଥିଲେ । ଏଠାରେ ମଧ୍ୟ ଚିକିତ୍ସାର ସୁବିଧା ନ ଥିଲା...

Read More

ପାର୍ଥକ୍ୟ

ଜଣେ ରାଜାଥିଲେ ତାଙ୍କର ଶାସନ ଆଦର୍ଶ ଶାସନ ଥିଲା; ଦିନେ ସେ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ଶିକାର କରୁ କରୁ ସେ ନିଜ ଲୋକଙ୍କଠାରୁ ବିଚ୍ଛିନ୍ନ ହୋଇ ବହୁ ଦୂରକୁ ଚାଲିଯାଇଥିଲେ । ସଚେତନ ହୋଇ ସେ ଦେଖିଲେ ସେ ରାସ୍ତା ମଧ୍ୟ ଭୁଲିଯାଇଛନ୍ତି; ସେ କ୍ଷୁଧାତୃଷ୍ଣାରେ ଆତୁର ହୋଇ ବୁଲୁବୁଲୁ ଜଣେ ମୁନିଙ୍କର ଆଶ୍ରମରେ ଯାଇ ପହଁଚିଲେ ।                 ସେ ଦେଖିଲେ ମୁନି ଧ୍ୟାନସ୍ଥ । ତଥାପି ମଧ୍ୟ ସେ ଅତ୍ୟନ୍ତ ବ୍ୟସ୍ତ ହୋଇ...

Read More

ପ୍ରକୃତ ଧନୀ କିଏ?

       ଗୋଟିଏ ଜଙ୍ଗଲର ପାଦଦେଶରେ ଜଣେ ସାଧୁବାବା ରହୁଥିଲେ । ତାଙ୍କ ପାଖରେ ଧନ ସମ୍ପତ୍ତି ବୋଲି କିଛି ନଥିଲା । ଗେରୁଆ ପିନ୍ଧାବସ୍ତ୍ର ବି ଖଣ୍ଡିକରୁ ଦିଖଣ୍ଡ ନ ଥିଲା, ଅନ୍ୟବସ୍ତୁ କଥା ପଚାରେ କିଏ?        ଦିନକର କଥା, ରାତି ଅଧରେ ଚୋରଟିଏ ଆଶ୍ରମରେ ପହଁଚିଲା । ସେ ଆଶ୍ରମସାରା ଯେତେ ଖୋଜାଲୋଡା କଲେ ବି କିଛି ପାଇଲା ନାହିଁ । ସେ ଫେରି ଯିବାକୁ ବିଚାର କରୁଥିଲା ବେଳେ ସାଧୁବାବା ନିଦରୁ ଉଠିପଡିଲେ । ଚୋରର ମନ ଭାବ ଜାଣି...

Read More

ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି

ପ୍ରତିଦିନ ବିରବଲଙ୍କୁ ନାନାଦି ଅଜବ ପ୍ରଶ୍ନ ପଚାରି ଉତ୍ତର ଆଦାୟ କରିବା ଆକବରଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ଦିନେ ବିରବଲ ଭାବିଲେ, ମହାରାଜ ତ’ ସବୁଦିନ ମୋତେ ପ୍ରଶ୍ନ ପଚାରୁଛନ୍ତି । ଦିନେ ମୁଁ ତାଙ୍କୁ ପ୍ରଶ୍ନ ପଚାରିବି । ଦେଖିବା ମହାରାଜ କେମିତି ଉତ୍ତର ଦେଉଛନ୍ତି । ଏହା ଭାବି ବିରବଲ ଦିନେ ଦରବାର ବସିଥିବା ସମୟରେ ମହାରାଜାଙ୍କୁ ପଚାରିଲେ, “ମହାରାଜ! ଆଜି ଗୋଟାଏ ଅଦ୍ଭୁତ କଥା ମୋ ମନକୁ ବାରମ୍ବାର ଗ୍ରାସ କରୁଛି ।...

Read More

ଶୁଣା କଥାକୁ ବି ବିଶ୍ୱାସ କରାଯାଏ

 ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – “ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।” ଏକଥା ଶୁଣି ପଣ୍ଡିତେ କହିଲେ – “ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର କହିବା ଠିକ୍ ନୁହେଁ ।” ଶାସ୍ତ୍ରରେ ପରା ଲେଖାଅଛି – “ଯାହା...

Read More

ମୂଷା ମାନଙ୍କର ଉତ୍ପାତ

ତେନାଲୀରାମାଙ୍କ ଘରେ ମୂଷାମାନେ ତ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ତେନାଲୀରାମାଙ୍କର ପତ୍ନୀଙ୍କ ଏକ ସୁନ୍ଦର ଶାଢୀ ମୂଷାମାନେ କାଟି ଦେଲେ । ମୂଷା ମାନଙ୍କର ଏ ପ୍ରକାର କାର୍ଯ୍ୟ ଦେଖି ତେନାଲୀରାମା ପ୍ରଚଣ୍ଡ ରାଗିଗଲେ । କେମିତି ସେ ମୂଷା ମାନଙ୍କୁ ନିପାତ କରିବେ ତେନାଲୀରାମା କେବଳ ସେହି କଥା ହିଁ ଚିନ୍ତା କଲେ । ଯେତେ ଚେଷ୍ଟା କଲେ ମଧ୍ୟ ମୂଷାମାନଙ୍କୁ ସେ ମୋଟେ ମାରିପାରୁନଥାନ୍ତି । ତେନାଲୀରାମା ଯେତେବେଳେ...

Read More

ତତ୍କଳ ଜାତକ

କାଶୀ ରାଜ୍ୟର ଗୋଟିଏ ଗ୍ରାମରେ ଜଣେ ଲୋକର ବଶିଷ୍ଠକ ନାମରେ ଏକମାତ୍ର ପୁତ୍ର ଥିଲା । ବଶିଷ୍ଠକ ତାହାର ପିତାମାତାଙ୍କୁ ପୋଷଣ କରୁଥିଲା । କିଛିକାଳ ପରେ ମାତା’ର ମୃତ୍ୟୁ ହେଲା ଓ ସେ ବିବାହ କଲା । ସେ ଏବେ ବୃଦ୍ଧ ପିତା ଓ ପତ୍ନୀକୁ ପୋଷଣ କଲା । ତା’ର ଗୋଟିଏ ପୁଅ ମଧ୍ୟ ହେଲା; କିନ୍ତୁ ପୂର୍ବପରି ତାହାର ଘରେ ଶାନ୍ତି ରହିଲାନାହିଁ । ପ୍ରତିଦିନ ସ୍ତ୍ରୀ ତାକୁ କହିବାକୁ ଲାଗିଲା, “ତୁମର ଏ ବୁଢାବାପ ଯୋଗୁଁ ମୁଁ ଏ ଘରେ ରହିପାରିବି...

Read More

ଉଦାରତା

ବହୁ ଦିନର ତଳର କଥା, ଶ୍ରୀବସ୍ତିପୁରମ୍ ସହରରେ ନିଲା ବର୍ମା ଏବଂ ଲୁବ୍ଧ ବର୍ମା ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ ।                 ସେମାନେ ସ୍ଥାନୀୟ ଅଂଚଳରେ ଉପଲବ୍ଧ ମସଲା, ମୁକ୍ତା, ରଂଗିନ୍ ପଥର ଏବଂ ଔଷଧୀୟ ବୃକ୍ଷଲତା ଓ ଜଡିବୁଟି ସଂଗ୍ରହ କରୁଥିଲେ । ସେମାନେ ସେ ସବୁ ନେଇ ବିଦେଶକୁ ଯାଉଥିଲେ ଏବଂ ସେଠାରେ ବିକ୍ରି କରୁଥିଲେ ।  ଏହି ବାଣିଜ୍ୟ କାରବାରରେ ସେମାନେ ପ୍ରଚୁର ଲାଭ କଲେ ଏବଂ ଖୁବ୍ ଶୀଘ୍ର ବହୁତ ଧନୀ ମଧ୍ୟ...

Read More

ବସଣୀ ଚୋରି

ଜଣେ ଲୋକର କଟକରେ ଘର । ଲୁହା କାରଖାନାରେ ସେ କାମ କରନ୍ତି । ମୋଟା ଦରମା ପାଆନ୍ତି । ତାଙ୍କର କେହିବି ପୁଅଝିଅ ନଥିଲେ । ସେ ଆଉ ତାଙ୍କର ସ୍ତ୍ରୀଙ୍କୁ ନେଇ ଛୋଟ ପରିବାରଟି ଗଢା । ସ୍ତ୍ରୀଙ୍କ ମନରେ କେବେବି ଦୁଃଖ ନ ଥାଏ । ସେ କହନ୍ତି, ମୋ’ପୁଅ ଜଗାକାଳିଆ । ସେ ନୀଳାଚଳରେ ଅଛି । ତାରି ମୁହଁକୁ ଚାହିଁ ମୁଁ ମୋ ଜୀବନର ଶେଷକାଳ କାଟିବି ।                 ଲୋକଟି ଚାକିରିରୁ ଅବସର ନେଲାପରେ ବୁଢା ବୟସରେ କେଉଁଠି ରହିବେ ବୋଲି...

Read More

ପିଲାମାନେ ଓ ବେଙ୍ଗ

ଗୋଟିଏ ପୋଖରୀରେ ବହୁତ ବେଙ୍ଗ ଥିଲେ । ସେମାନେ ସବୁ ପୋଖରୀରେ ଭାଷି ଭାଷି ଖେଳୁଥିଲେ । ଦିନେ ପାଖରୁ କିଛି ପିଲା ବେଙ୍ଗ ମାନଙ୍କୁ ଢେଲା ମାଡ କଲେ ଫଳରେ କେତେ ଗୁଡିଏ ବେଙ୍ଗ ମରିଗଲେ । ଏହା ଦେଖି ପିଲାମାନେ ଭାରି ଖୁସି ହେଲେ । ତାପରେ ସେ ପିଲାମାନେ ସବୁବେଳେ ଏପରି ପୋଖରୀକୁ ଢେଲାମାରି ବେଙ୍ଗମାନଙ୍କୁ ମାରିବା ଆରମ୍ଭ କଲେ ।                 ଦିନେ ସେ ବାଟରେ ଜଣେ ସନ୍ୟାସୀ ଯାଉଥିଲେ । ଏହା ଦେଖି ପିଲାମାନଙ୍କୁ ସେ ସନ୍ୟାସୀ...

Read More

ବଙ୍କୁଲୀ ବାଡି ପ୍ରତି ଭୟ

ଗୋଟିଏ ଗ୍ରାମରେ ଜଣେ ସ୍ତ୍ରୀ ଲୋକ ବାସ କରୁଥିଲା । ସେ ପ୍ରତିଦିନ ଅପରାହ୍ନରେ ତା’ର ସ୍ୱାମୀକୁ ଦଶଥର ଜୋତାରେ ମାରୁଥିଲା ।                 ସେହି ସ୍ତ୍ରୀଲୋକର ଏକ ଝିଅ ମଧ୍ୟ ଥିଲା । ସେ ବିବାହ ଯୋଗ୍ୟା ହେବା ପରେ ତା’ପାଇଁ ବରପାତ୍ର ଖୋଜା ଚାଲିଲା । ସେ ଝିଅଟି ରୂପରେ ଖୁବ୍ ସୁନ୍ଦର ଥିଲା । କିନ୍ତୁ ମା’ ଯେମିତି ଜୋତା ପ୍ରହାର କରେ ସେ ମଧ୍ୟ ଠିକ୍ ସେମିତି କରିପାରେ ବୋଲି ସେଥିପାଇଁ ଯେତେ ପ୍ରସ୍ତାବ ଆସିଲେ ମଧ୍ୟ କେହି...

Read More

ସନ୍ଦେହ

ହରିପୁର ଗ୍ରାମର ମୁଖିଆ ଦିନେ ସହରରୁ ତାଙ୍କ କାମସାରି ଗ୍ରାମକୁ ଫେରୁଥା’ନ୍ତି । ବାଟରେ ଘୋଡାରୁ ଓହ୍ଲାଇ ନିକଟସ୍ଥ ପୁଷ୍କରିଣୀରେ ଘୋଡାକୁ ପାଣି ପିଆଇ ବୃକ୍ଷଛାୟାରେ କିଛି ସମୟ ସେ ବିଶ୍ରାମ କଲେ । ତା’ପରେ ଘୋଡା ଚଢି ବାହାରିବା ବେଳକୁ ତାଙ୍କ ଗ୍ରାମର ଧାନ ବେପାରୀ ନଟପାତ୍ର ମଧ୍ୟ ଘୋଡା ଚଢି ତାଙ୍କ ସଙ୍ଗରେ ଗ୍ରାମକୁ ଫେରିଲା ।                 ମୁଖିଆ ଅତ୍ୟନ୍ତ ଶାନ୍ତ ଓ ଭଦ୍ର, ମାତ୍ର ନଟିଆ ବାଚାଳ । ଆରମ୍ଭରୁ ଗଡଗଡ କରି...

Read More

ଶିବ କୃପା

ନନ୍ଦୀପୁର ଗ୍ରାମରେ ନୃସିଂହ ନାମକ ଜଣେ ନଡିଆ ବ୍ୟବସାୟୀ ତା’ର ନବବିବାହିତା ପତ୍ନୀ ନର୍ମଦା ସହିତ ରହୁଥାଏ । ତା’ର ଏକ ଅଜବ ଧାରଣା ଥାଏ ଯେ ସ୍ତ୍ରୀକୁ ସେ କେବେବି କୋମଳ ବ୍ୟବହାର କରିବ ନାହିଁ କାହିଁକିନା କଲେ ସେ ଆରମ୍ଭରୁ ତା’ ମୁଣ୍ଡ ଉପରେ ବସିବ ।       ଦିନେ ନର୍ମଦା ତା’ ସ୍ୱାମୀକୁ କହିଲା, “ଶୁଣ, ଆଜି ସଂଧ୍ୟାରେ ଟିକିଏ ଶିଘ୍ର ଆସିଯିବ । ଆମେ ଶିବ ମନ୍ଦିରକୁ ଯାଇ ପୂଜା ଦେଇ ଫେରି ଆସିବା ।”       ବାସ୍ ଏତିକି କଥା...

Read More

ନ୍ୟାୟ

ପୁରୁଣାକାଳର କଥା । ବାଗ୍ଦାଦ୍ରେ ଅଲି ନାମକ ଜଣେ ବାରିକ ଥାଏ । ସେ ତା’ ନିଜ ବୃତିରେ ଏତେ ପାରଙ୍ଗମ ଥିଲା ଯେ ନଗରୀର ସମସ୍ତ ବଡ ବଡ ଲୋକ ତାରି ପାଖକୁ ହିଁ ଆସନ୍ତି ।                 ଦିନେ ଅଲିର ଘରେ ଜାଳେଣୀ କାଠ ସରି ଯାଇଥାଏ । ବାହାରେ ସେ ଅପେକ୍ଷା କରିଥାଏ କେହି କାଠୁରିଆ ଯାଉଥିଲେ ତାକୁ ସେ ଡାକିବ ବୋଲି । କିଛି ସମୟ ପରେ ସେ ଦେଖିଲା ସେଇବାଟେ ବୁଢା କାଠୁରିଆଟିଏ ଗଧ ଉପରେ କିଛି ଜାଳେଣୀ କାଠ ଲଦି ବିକିବାକୁ ଯାଉଛି ।...

Read More

ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି

ଇଣ୍ଡିଆରେ ଗୋରା ଶାସନକାଳର କଥା । ସେତେବେଳେ ଇଂରେଜ ସରକାର ଇଣ୍ଡିଆନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେମାନେ ଯେ କେବଳ ଇଣ୍ଡିଆର ସ୍ୱାଧୀନତା ଅପହରଣ କରିନଥିଲେ, ତା ନୁହେଁ ବରଂ ସେମାନେ ପ୍ରତିଭାବାନ୍ ଇଣ୍ଡିଆନଙ୍କ ପ୍ରତିଭା, ବିଦ୍ବତା ଓ ବାଗ୍ମୀତାକୁ ମଧ୍ୟ ହୀନ ଦୃଷ୍ଟିରେ ଦେଖୁଥିଲେ । ମୋଟ ଉପରେ କହିବାକୁ ଗଲେ ସେମାନେ କଳା ଇଣ୍ଡିଆନମାନଙ୍କୁ ହୀନଦୃଷ୍ଟିରେ ଦେଖୁଥିଲେ । ଚାକିରି କ୍ଷେତ୍ରରେ ମଧ୍ୟ ସମାନ...

Read More

ଚାରି ପ୍ରଶ୍ନ

ଭୁବନଗିରିର ରାଜା ତାଙ୍କ ଉପଦେଷ୍ଟା ମଣ୍ଡଳିରେ ଜଣେ ନୂତନ ସଦସ୍ୟ ଗ୍ରହଣ କରିବାକୁ ସ୍ଥିର କଲେ । ଏଭଳି ସଦସ୍ୟ ବୋଇଲେ ମନ୍ତ୍ରୀ । ସେ ନିଜ ଅମାତ୍ୟ ବର୍ଗଙ୍କ ଭିତରୁ କାହାକୁ ନ ନେଇ ଜନସାଧାରଣଙ୍କ ଭିତରୁ ଜଣକୁ ବାଛିବାକୁ ମନସ୍ଥ କଲେ ।                 “ଆମ ରାଜ୍ୟର ଅନେକ ଯୁବକ ବାରାଣସୀ ଓ ପୁରୀ ଇତ୍ୟାଦି ସ୍ଥାନକୁ ଯାଇ ଶିକ୍ଷା ଓ ଜ୍ଞାନର ବିକାଶ କରୁଛନ୍ତି । ସେମାନଙ୍କ ପ୍ରତିଭାରୁ ଆମେ କାହିଁକି ଲାଭବାନ ନହେବା? ଖାଲି...

Read More

ଶୁଆର ମୃତ୍ୟୁ

 ଦିନେ ଗୋଟିଏ ଶିକାରୀ ଏକ ଶୁଆକୁ ଧରି ଆଣି ରାଜ ଦରବାରରେ  ପହଁଚିଲା । ଶୁଆଟି ବେଶ୍ କଉତୁକିଆ ହୋଇଥାଏ । ମିଠା ମିଠା କଥା ମଧ୍ୟ କହୁଥାଏ । ଶୁଆଟିର ମଧୁର କଥା ଶୁଣି ରାଜା ବିମୋହିତ ହୋଇଗଲେ । ଶିକାରୀକୁ କିଛି ଟଙ୍କା ଦେଇ ରାଜା ଦରବାରରୁ ବିଦାୟ ଦେଲେ ।          ଏହାପରେ ରାଜା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ଶୁଆର ଦାୟିତ୍ୱ ଦେଇ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ମୁଁ ତୁମ ଉପରେ ତା’ର ରକ୍ଷଣା ବେକ୍ଷଣ ଦାୟିତ୍ୱ...

Read More

ତୃତୀୟ ପ୍ରଶ୍ନ

ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ ପ୍ରତି ରାଜାଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ତାଙ୍କ ଭଣଜା...

Read More

ଇଏତ ରାମଦାସ

ବହୁତ ଦିନ ପୁରୁଣା କଥା । ସମ୍ରାଟ୍ ଆକବରଙ୍କ ସାମ୍ରାଜ୍ୟ ମଧ୍ୟରେ ଦୁଇଜଣ ବନ୍ଧୁ ବାସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଖୁବ୍ ମିତ୍ରତା ଥିଲା । ସେହି ଦୁଇଜଣଙ୍କ ମଧ୍ୟରୁ ମୋତିଲାଲ୍ ଥିଲେ ବ୍ୟବସାୟୀ । ସେହିପରି ରାମଦାସ ମଧ୍ୟ ସାମାନ୍ୟ ନଥିଲେ, ତାଙ୍କର ମଧ୍ୟ ଅମାପ ଧନ ଥିଲା । ସେଥିଲାଗି ଏହି ଦୁଇ ମିତ୍ରଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା ।          ଏମିତି ଏକ ସମୟ ଆସିଲା କି ରାମଦାସ ଓ ତାଙ୍କ ସ୍ତ୍ରୀଙ୍କର ଇଚ୍ଛା...

Read More

ମତ୍ସ୍ୟ ସୁନ୍ଦରୀ

ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ କରିବନି ଯେ, ଏ ଜଣେ ବାବା ବୋଲି । ବାବା ଗମ୍ଭୀର କଣ୍ଠରେ...

Read More

ମୂର୍ଖତାର ଫଳ

                ସୁନାମୀ ନାମକ ଗୋଟିଏ ସହର ଥିଲା । ସେହି ସହରରେ ଗରୀବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା । ତାର ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ସମ ସେ ମଧ୍ୟ ଗରୀବ ହୋଇଗଲା । ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା । ଏପରି ଦୁଃଖ ଭୋଗ ହେବାରୁ ସେଦିନେ ଚିନ୍ତା କରିଲା ଯେ ତାହାର ଏପରି ଦରିଦ୍ରତାର ଜୀବନ ରଖି ଲାଭ କ’ଣ? ବରଂ ଏପରି ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା...

Read More

ରାଜା ଏବଂ ବୋକା ମାଙ୍କଡ କଥା

       ପ୍ରାଚୀନ କାଳର କଥା । ଗୋଟିଏ ଦେଶରେ ରାଜା ଏକ ମାଙ୍କଡ ପାଳି ଥିଲେ । ମାଙ୍କଡଟିକୁ ରାଜା ଏତେ ପରିମାଣରେ ଭଲ ପାଉଥିଲେ ଯେ ମାଙ୍କଡଟି ରାଜ ଦରବାର ମଧ୍ୟକୁ ଅବାଧରେ ପ୍ରବେଶ କରିପାରୁଥିଲା । ଏପରିକି ରାଜାଙ୍କ କକ୍ଷକୁ କୌଣସି ଜଗୁଆଳି ଜଗି ନଥିଲେ । ରାଜା ଜଗୁଆଳି ମାନଙ୍କ ଉପରେ ଭରସା ନରଖି ମାଙ୍କଡଟି ଉପରେ ଯଥେଷ୍ଟ ଭରସା ରଖିଥିଲେ ।        ଦିନେ ରାଜା ତାଙ୍କ ଶୟନ କକ୍ଷରେ ଗଭୀର ନିଦ୍ରାରେ ଶୋଇଛନ୍ତି । ମାଙ୍କଡଟି...

Read More

ନିର୍ଦ୍ଦୟରୁ ସଦୟ

ପୁରା କାଳରେ ଗୋଟିଏ ବଣ ପାଖରେ ଜଣେ ଶିକାରୀ ରହୁଥାଏ । ସେ ସବୁଦିନ ବଣରେ ବୁଲି ବୁଲି ହରିଣ ଶିକାର କରେ । ସାଧାରଣତଃ ତା’ ତୀର ଅବ୍ୟର୍ଥ । ସେ କେବେହେଲେ ଖାଲି ହାତରେ ଘରକୁ ଫେରିବାର ଗାଁ ଲୋକେ ଜାଣି ନଥିଲେ । ସବୁଦିନ ସେ ହରିଣ ମାରୁଥିବାରୁ ଲୋକେ ତାକୁ ନିଜ ନିଜ ଭିତରେ “ନିର୍ଦ୍ଦୟ” ବୋଲି ଡାକୁଥିଲେ । ଦିନେ ଶିକାରୀ ଅନେକ ସମୟ ଧରି ବଣରେ ବୁଲାବୁଲି କଲା; କିନ୍ତୁ କୌଣସି ଶିକାର ପାଇଲା ନାହିଁ । ତା’ ଆଖିରେ ହଠାତ୍ ଗୋଟିଏ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ