ଶିକାରୀ ଏବଂ ପକ୍ଷୀ

ଗୋଟିଏ ପର୍ବତର ଅଗ୍ରଭାଗରେ ଏକ ବିରାଟ ବଡ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପକ୍ଷୀ ବସା ବାନ୍ଧି ରହିଥାଏ । ସେହି ପକ୍ଷୀର ନାମ ହେଉଛି ‘ସିନ୍ଧୁକ’ । ସେ ଯେତେବେଳେ ମଳତ୍ୟାଗ କରେ, ତା’ର ସେହି ମଳ ଭୂମିରେ ପଡିବା ମାତ୍ରକେ ସୁନା ପାଲଟି ଯାଏ । ଦିନେ ଗୋଟିଏ ଶିକାରୀ ସେହି ପକ୍ଷୀଟିକୁ ଧରିବାପାଇଁ ସେହି ସ୍ଥାନକୁ ଆସିଲା । ଶିକାରୀଟି ଯେତେବେଳେ ସେହି ସ୍ଥାନରେ ପହଁଚିଲା, ପକ୍ଷୀଟି ସଂଗେ ସଂଗେ ମଳତ୍ୟାଗ କରିଦେଲା ଓ ତା’ର...

Read More

ପିମ୍ପୁଡି ଓ ଝିଂଟିକା

ଖରାଦିନେ ଚାରିଆଡେ ସୁବିଧାରେ ଖାଇବାକୁ ମିଳୁଥାଏ । ପିମ୍ପୁଡି ଦିନଯାକ କାମ କରି ଯାହା ବି ପାଏ ସେଥିରୁ ଅଧା ଖାଏ ଓ ବାକି ଅଧା ବର୍ଷା ଦିନ ପାଇଁ ରଖିଦିଏ । କିନ୍ତୁ ଝିଂଟିକା ଏସବୁ ଆଦୌ ଭାବେ ନାହିଁ, ଯାହା ଖାଇବାକୁ ମିଳେ ତାକୁ ସେ ଖାଇଦିଏ ଏବଂ ବାକି ସମୟ ଗୀତ ଗାଇ କଟେଇ ଦିଏ । ଏପରିକି ସେ ଝିଂଟିକା ବର୍ଷାଦିନ ପାଇଁ ବି କିଛି ଜିନିଷ ସାଇତି ରଖେ ନାହିଁ ।                 ଯେମିତି ବର୍ଷାଦିନ ଆସିଲା, ଚାରିଆଡେ ଖାଲି...

Read More

ପରୋପକାରୀ

ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ କୁଟୁମ୍ବଙ୍କୁ ଚଳିଲା ଭଳି ଭିକ୍ଷା ସଂଗ୍ରହ କରି ଘରକୁ ଫେରିବା ବାଟରେ...

Read More

ବ୍ୟକ୍ତିର ଶ୍ରେଷ୍ଠତ୍ୱ

ଏକଦା ରାଜା ଶିକାର କରିବାକୁ ବାହାରିଲେ । ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ । ଜଙ୍ଗଲ ଟିକେ ଦୂରରେ ଥିଲା । ଭାରି ଶୋଷ ଲାଗିଲା ରାଜାଙ୍କୁ । ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡିଆ । କୁଡିଆ ବାହାରେ ଥିଲା ପାଣି ମାଠିଆ । ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ । ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ – “ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗିଆଣ ।”          ସୈନ୍ୟ ସୁରଦାସଙ୍କ ନିକଟକୁ ଯାଇ କହିଲା – ‘ହେ ଅନ୍ଧ ! ପାଣି...

Read More

ଘରର ଦାୟିତ୍ୱ

ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି ।                 ଭଦ୍ରାଙ୍କର ଏ ଚିନ୍ତା...

Read More

ସହଯୋଗରେ ସବୁ କାମ ଚାଲେ

ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ ଆଜି ଠାରୁ ତୁମ ରାସ୍ତା ଆମ ରାସ୍ତା ଅଲଗା ଅଲଗା ହେବ ।...

Read More

ବିଷ!

ଅମରପୁରୀ ରାଜ୍ୟର ତିନିଜଣ ପ୍ରହରୀ ରାଜ୍ୟ ସୀମାନ୍ତରେ ପ୍ରହରା ଦେଉଥିବା ବେଳେ ଜଣେ ଗୁପ୍ତଚରକୁ ଧରି ପକାଇଲେ । ସେ ପଡୋସୀ ଜୟନଗର ରାଜ୍ୟର ଚର । ସେତେବେଳେ ସେ ଦୁଇ ରାଜ୍ୟ ଭିତରେ ଭୀଷଣ ଶତ୍ରୁତା ଥାଏ ।                 ସେମାନେ ଗୁପ୍ତଚରକୁ ବାନ୍ଧି ପକାଇ ରାଜଧାନୀ ଅଭିମୁଖେ ଚାଲିଲେ । ରାଜଧାନୀ ବହୁତ ବାଟ । ସେମାନଙ୍କୁ ଥକ୍କା ଲାଗିଲା । ଗୋଟିଏ ବଣ କଡରେ ବିଶାଳ ଗଛଟିଏ ମୂଳରେ ସେମାନେ ବିଶ୍ରାମ ନେଲେ ଗୁପ୍ତଚରକୁ ଗଛ...

Read More

ସୁନାବୋହୂ

ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...

Read More

ମୂଲ୍ୟ

ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି ଖାଲି ଥାଏ । ହରିପୁରର ଜମିଦାର ବିଶ୍ୱବନ୍ଧୁ ରାସ୍ତାରେ ଏକେଲା ଠିଆ ହୋଇଥିଲେ । ଏ ଗାଡିଟିକୁ ଦେଖି ସେ ପଚାରିଲେ, “ମାଧବ, ତୁ ଗାଁକୁ ଫେରୁଛୁ ତ? ଭଲ ହେଲା ମୁଁ ଗାଡି ଖୋଜୁଥିଲି । ବହୁତ ବେଳୁ ଖାଲି ଗାଡିଟିଏର ଅପେକ୍ଷା...

Read More

ଚନ୍ଦ୍ରହାର

କମଳା ତା’ପିଲାଦିନରୁ ମାତୃହୀନା । ପିତାଙ୍କର ବିଶେଷ ରୋଜଗାର ନ ଥିଲେ ମଧ୍ୟ ଅତି ଆଦରରେ ଝିଅ କମଳାକୁ ସେ ଉଭୟ ପିତାମାତାଙ୍କ ସ୍ନେହ ଦେଇ ଲାଳନ ପାଳନ କରିଥାନ୍ତି । ଭଗବାନ ଧନ ସମ୍ପତ୍ତି ନ ଦେଇଥିଲେ ମଧ୍ୟ କମଳାକୁ ଅଶେଷ ସୌନ୍ଦର୍ଯ୍ୟ ଧନରେ ଧନୀ କରିଥାନ୍ତି । ସମସ୍ତେ କମଳାଙ୍କର ସୁନ୍ଦର ରୂପର ଭୁରିଭୁରି ପ୍ରଶଂସା କରନ୍ତି । କମଳା ଧୀରେ ଧୀରେ ଜାଣିପାରିଲେ, ସେ ପ୍ରକୃତରେ ଅପୂର୍ବ ସୁନ୍ଦରୀ । ତେଣୁ ମନ ତାଙ୍କର ସ୍ୱପ୍ନଲୋକରେ...

Read More

ପୂଣ୍ୟକର୍ମର ମୂଲ୍ୟ

ଗୋଟିଏ ଗ୍ରାମରେ ଶମ୍ଭୁ ନାମକ ଜଣେ ଦରିଦ୍ର ଓ ବଡ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲା । ତା’ର ସ୍ତ୍ରୀର ନାମ ସୁମତି । ଗ୍ରାମରେ ଅକାଳ ପଡିଲା, ଖାଇବାକୁ ମିଳିଲା ନାହିଁ, ଗୋରୁମହିଷି ସବୁ ମରିଗଲେ । କାମ କରିବାକୁ ଚାହିଁଲେ ମଧ୍ୟ ମିଳିଲା ନାହିଁ । ଦୁଇଚାରି ଦିନରେ ଥରେ କୌଣସି ମତେ ଖାଦ୍ୟ କପାଳରେ ଜୁଟେ । ଏପରି ଅବସ୍ଥାରେ ଦିନେ ସୁମତି ଶମ୍ଭୁକୁ କହିଲା, “ଏତେ କଷ୍ଟ ସହି ଏଠାରେ ପଡିବା ଅପେକ୍ଷା ତମେ ସହରକୁ ଯାଅ ସେଠାରେ ତମକୁ...

Read More

ବିଶ୍ୱାସଘାତକ ପିଜାରୋ

ଦକ୍ଷିଣ ଆମେରିକାର ପେରୁ ଦେଶ । ୧୪୦୦-୧୫୫୩ ଖ୍ରୀଷ୍ଟାବ୍ଦ ସମୟରେ ସେଠାରେ ବାସ କରୁଥିଲେ ଇନ୍କାମାନେ । ସେମାନେ ଥିଲେ ଲୋହିତ ଇଣ୍ଡିଆନ ସଂପ୍ରଦାୟା ଇନ୍କାମାନେ ଆଦିବାସୀମାନଙ୍କ ଭଳି ଜୀବନଯାପନ କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ସୁନା ହେଉଛି ଦେବତାମାନଙ୍କ ଭିତରେ ସବୁଠାରୁ ବଡ ସୂର୍ଯ୍ୟ ଦେବତାଙ୍କ ଦେହର ଝାଳ । ସେଥିପାଇଁ ସେମାନେ ପୂଜା ଉପାସନା କରୁଥିଲେ ସୂର୍ଯ୍ୟ ଦେବତାଙ୍କୁ । ସେମାନେ ସୁନାକୁ ଏକ ପବିତ୍ରଧାତୁ...

Read More

ରେବତୀ

‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’ କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ହିଁ ବସନ୍ତି ।...

Read More

ସମ୍ରାଟ ଅଶୋକ

(ବୃଦ୍ଧ ବିନ୍ଦୁସାର ଅସୁସ୍ଥ ହୋଇ ପଡିଥିଲେ । ଗ୍ରୀକ୍ଙ୍କ ଦ୍ୱାରା ପ୍ରରୋଚିତ ହୋଇ ତକ୍ଷଶିଳା ପ୍ରାନ୍ତରେ ବିଦ୍ରୋହ ସୃଷ୍ଟି ହୋଇଥିବାର ସମାଚାର ସେ ଜାଣିବାକୁ ପାଇଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ନିଜର ଛଅ ପୁତ୍ରଙ୍କୁ ପାଖକୁ ଡକାଇ ଜାଣିବାକୁ ଚାହିଁଲେ ତକ୍ଷଶିଳାରେ ବିଦ୍ରୋହ-ଦମନର ନେତୃତ୍ୱ କିଏ ନେଇ ପାରିବ? ପିତାଙ୍କ ଆଦେଶ ପାଳନ କରିବା ପାଇଁ ଅଶୋକ ଆଗଭର ହେଲେ । ଏହାପରେ ପଢନ୍ତୁ ।)                ...

Read More

ବିପରୀତ ଫଳ

ବହୁତ ଦିନ ପୂର୍ବେ ମିଥିଳା ଦେଶରେ ମନ୍ଦଭାଗ୍ୟ ନାମକ ଜଣେ ରାଜା ଶାସନ କରୁଥା’ନ୍ତି । ସେ ମୂର୍ଖ, କ୍ରୋଧୀ ଓ ଅହଂକାରୀ ମଧ୍ୟ ଥିଲେ । ତାଙ୍କ ମନକୁ ଯେତେବେଳେ ଯାହା କିଛି ବି ଆସିବ ତତ୍କ୍ଷଣାତ୍ ସେ ତା’ର ପରିଣାମ ଚିନ୍ତା ନକରି କାର୍ଯ୍ୟରେ ପରିଣତ କରିବେ ।                 ଦିନେ ସେ ରାଜା ତାଙ୍କ ପ୍ରାସାଦର ଛାତ ଉପରେ ବୁଲୁଥା’ନ୍ତି, ହଠାତ୍ ସେ ଦେଖିଲେ ରାସ୍ତାଘାଟ ବଜାର ଚାରିଆଡେ ବହୁତ ଲୋକ ନାନା ରଙ୍ଗର ପୋଷାକ ପିନ୍ଧି...

Read More

ବିଡାଏ କାଠ

                ଗୋଟିଏ ଚାଷୀର ଚାରୋଟି ପୁଅ ଥିଲେ । ହେଲେ ସେମାନଙ୍କ ଭିତରେ କାହାରି ବି କାହା ସାଙ୍ଗରେ ମୋଟେ ପଡୁନଥିଲା । ଓଲଟି ସେମାନେ ଖାଲି ସବୁବେଳେ ନିଜ ଭିତରେ ଝଗଡା କରୁଥାନ୍ତି ।                 ଦିନେ ଚାଷୀ ଚାରୋଟି କାଠିର ଗୋଟିଏ ବିଡାନେଇ ଘରକୁ ଫେରିଲା । ତା’ର ପୁଅମାନଙ୍କୁ ପାଖକୁ ଡାକି ସେ କାଠିର ବିଡାଟିକୁ ଭାଙ୍ଗିବା ପାଇଁ କହିଲା । ପୁଅମାନେ ଯେତେ ଚେଷ୍ଟା କଲେବି ସେ ବିଡାକୁ ମୋଟେ ଭାଙ୍ଗି ପାରିଲେ...

Read More

ଲକ୍ଷ୍ମୀଛଡା ରାଜା କଥା

ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ ।                 ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି...

Read More

ପରାଧୀନ ଜୀବନ

ବିଲୁଆଟିଏ କିଆବୁଦାରେ ବସା ବାନ୍ଧିଥାଏ । ସେ କେତେବେଳେ ଖାଇବାକୁ ପାଏ ତ କେତେବେଳେ ପାଏ ନାହିଁ । ଏବେ ସେ ରହୁଥିବା ଅଂଚଳରୁ ଖାଦ୍ୟ ସରିଆସିବାରୁ ତାକୁ ଖାଦ୍ୟ ପାଇବା କଷ୍ଟ ହେଲା । ତେଣୁ ସେ ଆଉ ଖାଦ୍ୟ ନ ଖୋଜି ଘରେ ଚୁପ୍ ହୋଇ ବସିଗଲା । ଦିନକୁ ଦିନ ତା’ର ଶରୀର କ୍ଷୀଣ ହେବାରେ ଲାଗିଲା ।        କିଛି ଦିନ ପରେ ବିଲୁଆ ବାଧ୍ୟହୋଇ ଅନ୍ୟ ଏକ ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ବାହାରିଥାଏ । ବାଟରେ ଦେଖିଲା ଗୋଟିଏ ଘର । ସେଠାରେ ଏକ...

Read More

ପାପ ଓ ପୁଣ୍ୟ

ଏକଦା ଗୋଟିଏ ଆଶ୍ରମରେ ଗୁରୁଙ୍କୁ ଜଣେ ମହିଳା ପଚାରିଲେ, ମହାଭାଗ ମୁଁ ସବୁଦିନ ପରିବା କାଟି ରୋଷେଇ କରୁଛି । ଜାଣୁଛି ପରିବା ଭିତରେ ପୋକ ଅଛନ୍ତି । କିନ୍ତୁ ସେମାନଙ୍କୁ ମାରିବାକୁ ପଡୁଛି । ଏଇଟା କ’ଣ ପାପ ପର୍ଯ୍ୟାୟରେ ଯିବ?          ଗୁରୁ ଏହା ଶୁଣି କହିଲେ, ତେବେ ଏ କଥାଟି ଶୁଣ । ଥରେ ସ୍ୱାମୀ ଯୋଗାନନ୍ଦ ପରମହଂସ ମହାରାଜ ଜର୍ମାନି ଯାଇଥିଲେ । ସେଠାରେ ତାଙ୍କ ଭକ୍ତମାନେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱାମୀଜୀଙ୍କୁ ଏକ...

Read More

ଏକତାର କରାମତି

ସୃଜନପୁର ନାମକ ଗୋଟିଏ ମଫସଲ ଗ୍ରାମ ଥିଲା । ସେହି ଗ୍ରାମରେ କାଳିଆ କୁମ୍ଭାରର ଘର । କୁମ୍ଭାର ମାଟିରେ ହାଣ୍ଡି ଗଢ଼ି ତାହାକୁ ପୋଡ଼ି ଗ୍ରାମକୁ ଗ୍ରାମ ନେଇ ବିକ୍ରୟ କରେ । ସେଥିରୁ ଯାହା ରୋଜଗାର ହୁଏ ସେହିଥିରେ ତାର ପରିବାର ପ୍ରତିପୋଷଣ କରେ । ତେବେ କୁମ୍ଭାର ଅନେକ ଗୁଡାଏ ତ ହାଣ୍ଡି ଗଢ଼େ । ସେ ହାଣ୍ଡି କ’ଣ ଗୋଟିଏ ଦିନରେ ବିକ୍ରି ହୋଇଯାଏ । ସେଥିପାଇଁ କୁମ୍ଭାର ତା’ର ବାରିପଟରେ ଗୋଟିଏ ଭାଡ଼ି କରିଥାଏ । ହାଣ୍ଡିଗୁଡ଼ିକ ପୋଡ଼ି...

Read More

ବିଫଳ କୌଶଳ

ଗୋଟିଏ ଗାଁରେ ଜଣେ ଧନୀଲୋକ ଥା’ନ୍ତି । ସେ ସମସ୍ତ ଗରିବ ଲୋକଙ୍କର ଦୁଃଖ ବୁଝୁଥା’ନ୍ତି । ସଦା ସର୍ବଦା ଦାନ ଧର୍ମରେ ତାଙ୍କର ସମସ୍ତ ଧନ ଖର୍ଚ୍ଚ ହୁଏ । ଏମିତିକି ତାଙ୍କ ଘରୁ କେହି କେବେବି ଖାଲି ହାତରେ ଫେରେ ନାହିଁ ।                 ପାଖ ଗାଁରେ ଆଉ ଜଣେ ଧନୀଲୋକ ଥା’ନ୍ତି । ସେ କିନ୍ତୁ ଖୁବ୍ କଞ୍ଜୁସ୍ । ତା’ଙ୍କର ଦାନାଟିଏ ନଷ୍ଟ ହୋଇଗଲେ ଦେହରେ କମ୍ପ ଆସେ । ତେଣୁ ଲୋକମାନେ ତାଙ୍କୁ ଖୁବ୍ ନିନ୍ଦା କରନ୍ତି । ଦିନେ ସେ...

Read More

କପଟୀ ଅନ୍ତର

ବଡ଼ ଘଞ୍ଚ ଅରଣ୍ୟ ଗୋଟିଏ । ସେହି ଅରଣ୍ୟ ମଧ୍ୟରେ ଥାଏ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀରେ ନାନା ଜାତିର ଛୋଟ ଛୋଟ ମାଛ ଥାଆନ୍ତି । ଆଉ ଅନେକ ପାଣି ଥିବାରୁ ମାଛମାନେ ଖୁବ୍ ମନ ଆନନ୍ଦରେ ଖେଳାବୁଲା କରନ୍ତି ।                 ଏହାରି ମଧ୍ୟରେ ଗୋଟିଏ କଳା ଜଟିଆ ବଗ ଆସି ସେହି ପୁଷ୍କରିଣୀ ତୁଠରେ ବସିଲା । କାହାରିକୁ କିଛି କହିଲା ନାହିଁ । ପ୍ରତିଦିନ ପୁଷ୍କରିଣୀ କୂଳକୁ ବଗ ଆସେ । କାହାକୁ କିଛି ନକହି ମଉନ ହୋଇ ବସେ । ସକାଳୁ...

Read More

ମନୋନୟନ

ଗୋଟିଏ ଗ୍ରାମରେ ରାମ ଓ ଶ୍ୟାମ ନାମକ ଦୁଇ ମିତ୍ର ଥିଲେ । ପରିଶ୍ରମ କରି ସେ ଦୁହେଁ ପେଟ ପୋଷୁଥା’ନ୍ତି । ଦିନେ ସେମାନେ ଶୁଣିଲେ ପାଖ ଗ୍ରାମର ଜମିଦାରଙ୍କ ପାଖରେ ଚାକିରୀ ପାଇଁ ଲୋକ ଦରକାର । ଦୁହେଁ ସେଠାକୁ ଗଲେ ।                 ସେଠାରେ ପହଁଚି ସେମାନେ ଜମିଦାରଙ୍କ ପାଖକୁ ଖବର ପଠାଇଲେ ଯେ ସେମାନେ ଚାକିରୀ କରିବାକୁ ଆସିଛନ୍ତି । କିନ୍ତୁ ଜମିଦାର ସେ ବିଷୟ ନିଜ କାନକୁ ମୋଟେ ନେଲେ ନାହିଁ; ବରଂ ତାକୁ ସେ ଉପେକ୍ଷା କଲେ ।...

Read More

ଅଦ୍ଭୁତ ଅସ୍ତ୍ର

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ଗଛଲତାମାନେ ସତେ ଅବା ଚପା କଣ୍ଠରେ ନିଜ ନିଜ ଭିତରେ କୌଣସି ଭାବର ଆଦାନ ପ୍ରଦାନ କରୁଥା’ନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...

Read More

ରାଣ୍ଡୀପୁଅ ଅନନ୍ତା

ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଂଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ...

Read More

ସୁଧଖୋର୍ ଓ ପିଶାଚ

ଗୋଟିଏ ଗ୍ରାମରେ ଜଣେ ଦୁଷ୍ଟ ସୁଧଖୋର୍ ଲୋକ ଥିଲା । ସେ ଭୂତପ୍ରେତଙ୍କୁ ମଧ୍ୟ ଭୟ କରେ ନାହିଁ । ସେହି ଗ୍ରାମର ଏକ ଦରିଦ୍ର ସ୍ତ୍ରୀକୁ ସେ କିଛି ଟଙ୍କା କରଜ ଦେଇଥିଲା । ସେ ସ୍ତ୍ରୀ ଲୋକଟିର ସ୍ୱାମୀ ମୃତ, ଛଅଟି ଛୁଆ । ସେମାନଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବ ବୋଲି ଘର ବନ୍ଧା ରଖି ମାତ୍ର ତିରିଶଟି ଟଙ୍କା କରଜ କରିଥିଲା । ପରବର୍ଷ ସେ କରଜ ତ ଶୁଝିପାରିଲା ନାହିଁ । ପୁଣି ଅଧିକ ପନ୍ଦରଟଙ୍କା କରଜ ନେଲା । ସୁଧଖୋର୍ ଲୋକଟି କରଜର...

Read More

ହାତ ଖର୍ଚ୍ଚ

ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ...

Read More

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଡର ନାମ ଡମପଡା । ସେ ରାଜ୍ୟ ଖଣ୍ଡିକ ଖୁବ୍ ବିଖ୍ୟାତ । ସେଠାକାର ରାଜାଙ୍କ ନାମ ମହାମର୍ଦ୍ଦରାଜ ସିଂହ । ତାଙ୍କର ଥିଲେ ଯୋଡିଏ ରାଣୀ । ଗୋଟିଏ ଥିଲେ ବାଙ୍କୀଗଡ ଝିଅ, ଆଉ ଗୋଟିଏ ଥିଲେ ସରଣ୍ଡା ଗଡ ଝିଅ । ବାଙ୍କି ଝିଅଙ୍କ ନାମ କୁସୁମବତୀ, ଆଉ ସେ ସରଣ୍ଡା ଗଡର ଝିଅର ନାମ ସରୋଜବତୀ । ଦିହେଁଯାକ ଦେଖିବାକୁ ଖୁବ୍ ସୁନ୍ଦରୀ । ରାଜା ବି ଉଭୟ ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ହେଲେ ସେମାନଙ୍କ ମଧ୍ୟରେ ଥାଏ ଅହି ନକୁଳ...

Read More

ସଦାଶୟୀ କୈପାଙ୍ଗ

ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା, କିମ୍ବା କେଉଁ ପିଲାର ଚିକିତ୍ସା ଦରକାର, କେଉଁ ଉଦ୍ୟାନରେ...

Read More

ଭାଗ୍ୟ ବୋଲିଭି କିଛି ଅଛି

କଥାରେ ଅଛି “ଭାଗ୍ୟରେ ଥିଲେ ଅବାଂଛିତ ଫଳ ମିଳେ” – ଏହି ଉକ୍ତିଟି ନିରାଟ ସତ୍ୟ । ଏହା ଡକ୍ଟର ହରେକୃଷ୍ଣଙ୍କ ଜୀବନରେ ବେଶ୍ ପ୍ରମାଣିତ ହୋଇଛି  ଯିଏ କି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିପାରିଥିଲେ । ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ବାଲେଶ୍ୱର ଜିଲ୍ଲା ଆଗରପଡା ଗାଁର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା କୃଷ୍ଣଚରଣ ଦାସ । ହେଲେ ଆଗରପଡା ଜମିଦାରଙ୍କର ସେ ପୋଷ୍ୟପୁତ୍ର...

Read More

ସାପ ଏବଂ ବେଙ୍ଗକଥା

ଗୋଟିଏ କୂପ ମଧ୍ୟରେ ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ’ ତା’ର ଅନୁଚର ବର୍ଗଙ୍କ ସହିତ ବାସ କରୁଥାଏ । ସେ ନିଜକୁ ନିଜେ ବେଙ୍ଗ ମାନଙ୍କର ରାଜା ବୋଲି କହୁଥାଏ । କିନ୍ତୁ ଅନ୍ୟ ବେଙ୍ଗମାନେ ତା’ର କଥାକୁ ଖାତିର୍ କରୁନଥାନ୍ତି । ଗଙ୍ଗଦତ ସବୁ ସମୟରେ ଚାହୁଁଥାଏ ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ । ଏହି ପରି ନିଜ ବନ୍ଧୁମାନଙ୍କୁ ଦଣ୍ଡ ଦେବା କଥା ଚିନ୍ତା କରୁଥିବା ସମୟରେ, ସେ ଦେଖିଲା ଏକ ବଡ କଳା ସାପ ତା’ର ଗାତଭିତରକୁ ପ୍ରବେଶ...

Read More

ରୋଜଗାର

ଶିବପୁରୀ ନାମକ ଏକ ଛୋଟ ସହରଟିରେ କିଷନ୍ ନାମକ ଯୁବକଟିଏ ଥାଏ । ସେ ନିଜକୁ ଖୁବ୍ ବୁଦ୍ଧିମାନ ମନେ କରେ । ତେଣୁ ସର୍ବଦା ସେ ଏଭଳି ଉପାୟ ଖୋଜୁଥାଏ ସେ କିପରି ଅଳ୍ପ ପରିଶ୍ରମ କରି ବେଶି ରୋଜଗାର କରିବ ।                 ଦିନେ ସେ ତା’ଘରର ଚାବି ହଜାଇ ଦେଲା । ତେଣୁ ବିନୋଦ ନାମକ ଜଣେ ଲୋକକୁ ସେ ତାଲା ଖୋଲିବାକୁ ଡାକିଲା । ତା’ପାଖରେ ପେନ୍ଥାଏ ଚାବି ଥାଏ, ସେଥିରେ ସେ ଖୋଲିଦିଏ । ଏବେ ମଧ୍ୟ ଅନାୟାସରେ ତାଲାଟି ଖୋଲି ଗଲା ।...

Read More

କଦମ୍ବ ଓ କାଦମ୍ବିନୀ

 ସତ୍ୟ ଯୁଗର କଥା । କଦମ୍ବ ଓ କାଦମ୍ବିନୀ ଥିଲେ ଭାଇଭଉଣୀ । ବାପା ମାଆ ଛେଉଣ୍ଡ । କଦମ୍ବକୁ ସାତବରଷ ଓ କାଦମ୍ବିନୀକୁ ନଅ ବରଷ ହୋଇଥାଏ । ବାପା ମା’ ଆର ପାରିକୁ ଚାଲିଗଲାପରେ ଦୁନିଆଁ ଏମାନଙ୍କୁ ଅନ୍ଧାର ଦିଶିଲା । କେହି ତାଙ୍କୁ ନିଜର କରିବାକୁ ଆଗେଇ ଆସିଲେ ନାହିଁ । ଭାରି କଷ୍ଟରେ ଏମାନେ ଦିନ କାଟିଲେ । ହେଲେ ଭିକ ମାଗିଲେନି । ସ୍ଥାନୀୟ ମନ୍ଦିରକୁ ଯାଇ ଦେବନୀତି ପାଇଁ ମନ ବଳାଇଲେ । କଦମ୍ବ ଦେବନୀତି ପାଇଁ ନୀତିଦିନ ଫୁଲ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ