ଈଶ୍ୱର ପ୍ରାଥନାର ଚମତ୍କରିତା

       ପ୍ରକୃତ ପକ୍ଷରେ କହିବାକୁ ଗଲେ ସେହି ବ୍ୟକ୍ତି ଜଣକ ଅତ୍ୟନ୍ତ ଧର୍ମପରାୟଣ ଥିଲେ । ପାୟତଃ ସେ ସତ୍ସଙ୍ଗ ଶୁଣିବାକୁ ଯାଉଥିଲେ । ଭଗବାନଙ୍କ ଉପରେ ଦୃଢ ବିଶ୍ୱାସ ଥିବାରୁ ସେ ପ୍ରତ୍ୟହ ତାଙ୍କର ପ୍ରାର୍ଥନା କରୁଥିଲେ । ଯେତେବେଳେ ସେ ଇଟାଭାଟି ପାଖକୁ ଦୌଡୁଥିଲେ, ସେତେବେଳେ ମଧ୍ୟ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ । ଯେତେବେଳେ ଇଟାଭାଟି ଉପରୁ ଅକ୍ଷତ ଅବସ୍ଥାରେ ପକ୍ଷୀଶାବକଙ୍କୁ ଉଦ୍ଧାର କରିଦେଲେ, ତାଙ୍କର ମନରେ ବିଶ୍ୱାସ ଦୃଢିଭୂତ ହୋଇଗଲା ଯେ, ପ୍ରାର୍ଥନାର ଶକ୍ତି ଅମାପ । ସୁତରାଂ ତାଙ୍କର ମନ ଈଶ୍ୱରଙ୍କ ପ୍ରତି କୃତଜ୍ଞତାରେ ଭରିଗଲା । ସେ ଭାବିଲେ ସତରେ ପ୍ରାର୍ଥନା ବଳରେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇଯାଇପାରେ ।

       ଏହି କଥାଟି କେବଳ ଆଜିର ନୁହେଁ, କେଉଁ ପୁରାଣ ଯୁଗରୁ ମଧ୍ୟ ଈଶ୍ୱର ପ୍ରାର୍ଥନାର ମହତ୍ୱ ରହିଛି । ଆକୁଳ ପ୍ରାର୍ଥନାରେ ମୃଗୁଣୀ ତା’ର ଶିଶୁଶାବକଙ୍କ ସହିତ ରକ୍ଷା ପାଇ ପାରିଥିଲା । ପ୍ରାର୍ଥନା ବଳରେ ସଭାରେ ଦ୍ରୌପଦୀଙ୍କର ଲଜ୍ଜାନିବାରଣ କରିଥିଲେ ଶ୍ରୀକୃଷ୍ଣ । ଆଉ ଗଭୀର ଜଳରେ ଭଗବାନ ହସ୍ତୀକୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ ।ଈଶ୍ୱର ପ୍ରାର୍ଥନାର ଚମତ୍କରିତା ସବୁବେଳେ ରହିଛି । ସୁତରାଂ ସୁଖଶାନ୍ତିମୟ

ଜୀବନଯାପନ ପାଇଁ ଈଶ୍ୱର ପ୍ରାର୍ଥନା ନିହାତି ଦରକାର ।


ଗପ ସାରଣୀ

ତାଲିକାଭୁକ୍ତ ଗପ