ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ

ଏହିପରି କିଛି ବର୍ଷ ବିତିଗଲା । ଏଣେ ରାଜକୁମାରୀ ନନ୍ଦିନୀଙ୍କ ଅସୁନ୍ଦରୀ ଚେହେରା ଯୋଗୁଁ ତାଙ୍କୁ କେହିବି ବିବାହ ହେବାକୁ ଆଦୌ ରାଜି ହେଲେ ନାହିଁ । କିନ୍ତୁ ସେଥିପାଇଁ ସେ ରାଜକୁମାରୀଙ୍କ ମନରେ ମୋଟେ ଦୁଃଖ ନ ଥାଏ । କାହିଁକିନା ସେ ଜାଣିଥିଲେ କି ସୌନ୍ଦର୍ଯ୍ୟ କ୍ଷଣସ୍ଥାୟୀ । ପ୍ରକୃତ ସୁନ୍ଦରତା ତ ମଣିଷ ମନ ଭିତରେ ହିଁ ଥାଏ । ଯେଉଁ ଜିନିଷ ବାହାରୁ ଯେତେ ସୁନ୍ଦର ସେ ଦିନେ ନା ଦିନେ ନିଶ୍ଚୟ ଅସୁନ୍ଦର ହୋଇଯିବ । ତେଣୁ ସେ ରାଜକୁମାରୀ ଆଉ ଦୁଃଖିତ ନ ହୋଇ ସବୁଦିନ ପାବନୀ ହ୍ରଦର ମନଲୋଭା ଦୃଶ୍ୟକୁ ଖାଲି ଦେଖିବାକୁ ଲାଗିଲେ । ସେ ନାଗସାପ ରାଜକୁମାରୀଙ୍କ ଏପରି ଅବସ୍ଥା ଦେଖି ବହୁତ ଦୁଃଖ କଲା । ସେ ନାଗସାପଟି ଭାବିଲା ଆଜି କେବଳ ତାହାରି ଦଂଶନ ଯୋଗୁଁ ହିଁ ରାଜକୁମାରୀଙ୍କ ଏ ଅବସ୍ଥା । ଏହାପରେ ସେ ନାଗସାପ ମନରେ ଦୟା ଆସିଲା ମାତ୍ର ସେ ତ ଭୁଲ୍ କରିଛି । ଏବେ ତାକୁ ହିଁ କିଛି କରିବାକୁ ପଡିବ । ତେଣୁ ସେ ନାଗସାପ କହିଲା – ହେ ରାଜକୁମାରୀ, କେବଳ ମୋରି ଦଂଶନ ଯୋଗୁଁ ଆଜି ତୁମେ ଅସୁନ୍ଦରୀ ହୋଇଯାଇଛ । ତୁମ ଶରୀରରେ ମୋ ବିଷ ବି ଭରିଯାଇଛି । ଏକଥା ଶୁଣି ସେ ରାଜକୁମାରୀ କହିଲେ – ଏଥିପାଇଁ ତ ତୁମେ ଦାୟୀ ନୁହେଁ । ମୁଁ ତ ଜାଣିଶୁଣି ଏ ହ୍ରଦ ମଧ୍ୟକୁ ପ୍ରବେଶ କରିଥିଲି । ତେଣୁ ଏଥିପାଇଁ ସବୁ ଦୋଷ ମୋର ।

ଏତିକି କଥା କହୁ କହୁ କିଛି ସାପୁଆ କେଳା ଆସି ସେହି ବିଷାକ୍ତ ନାଗସାପକୁ ଧରିନେଲେ । ତାପରେ ସେ ନାଗସାପ ମଧ୍ୟ ବହୁତ କାନ୍ଦିଲା । କାନ୍ଦି କାନ୍ଦି ସେ ନାଗସାପ କହିଲା – ପାବନୀ ହ୍ରଦରେ ତ ମୋ ସ୍ତ୍ରୀ ପିଲାଛୁଆ ସମସ୍ତେ ଅଛନ୍ତି । ମୋ ବିନା ସେମାନେ ତ ଆଉ କିଛି ବି ଖାଇବାକୁ ପାଇବେ ନାହିଁ । ଫଳରେ ସେମାନେ ସମସ୍ତେ ତ ମରିଯିବେ । ଏକଥା ଶୁଣି ସେ ସାପୁଆ କେଳା କହିଲା – ତୁ ତ ଏ ପାବନୀ ହ୍ରଦକୁ ଅତ୍ୟନ୍ତ ବିଷାକ୍ତ କରି ରଖିଛୁ । ତତେ ଏଠାରୁ ନେଇ ଚାଲିଗଲେ ତୋ ବଂଶ ବି ଆପେ ଆପେ ନିପାତ ହୋଇଯିବ । ତଦ୍ୱାରା ତୋ ବିଷ ବିକି ଆମେ ଭଲ କରି ଦୁଇ ପଇସା ମଧ୍ୟ ରୋଜଗାର କରିପାରିବୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ