ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଣ୍ଡରିକଙ୍କ ପିତୃମାତୃ ସେବା

                ପୁଣ୍ଡରିକ ନାମକ ଜଣେ ବ୍ୟକ୍ତି ପ୍ରଭୁଙ୍କୁ କେବେ ବି ସେବାର୍ଚ୍ଚନା କରୁନଥାଏ । କିନ୍ତୁ, ସେ ମନେ ମନେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରୁଥାଏ ଏବଂ ପିତାମାତାଙ୍କ ସେବା କରୁଥାଏ । ସେ କେବେ ବି କୌଣସି ମନ୍ଦିର ଯାଇ ନାହିଁ କିମ୍ବା କୌଣସି ଦେବତାଙ୍କ ମୂର୍ତ୍ତି ମଧ୍ୟ ସେ ମୋଟେ ଦେଖି ନାହିଁ । ଦିନେ ଭଗବାନ ଶ୍ରୀକୃଷ୍ଣ ସେହି ପିତୃମାତୃ ଭକ୍ତ ପୁଣ୍ଡରିକକୁ ଦର୍ଶନ କରିବା ପାଇଁ ତାଙ୍କ ଘରେ ଆସି ଉପସ୍ଥିତ ହେଲେ । ଆଉ ସେ ଯେତେବେଳେ ଆସନ୍ତି, ସେତିକି ବେଳେ ପୁଣ୍ଡରିକ ତା’ର ପିତାମାତାଙ୍କର ସେବା କରିବାରେ ବ୍ୟସ୍ତ ଥାଏ । କ୍ରମେ ପ୍ରଭୁ ଶ୍ରୀକୃଷ୍ଣ ଏହା ଦେଖି ପୁଣ୍ଡରିକ ଘରର ଦ୍ୱାର ବନ୍ଧ ପାଖରେ ଛିଡା ହୋଇ କହିଲେ, ‘ପୁଣ୍ଡରିକ ! ମୁଁ ଘରକୁ ଆସିଛି ।’

                ତହୁଁ ସେ ପୁଣ୍ଡରିକ କହିଲା, ‘ପ୍ରଭୁ ! ଆପଣ ମୋ ଘରକୁ ଆସିଛନ୍ତି, ଖୁବ୍ ଭଲ ହୋଇଛି । ତେବେ ମୋର ବିନମ୍ର ଭକ୍ତି ଅର୍ଘ୍ୟ ଗ୍ରହଣ କରନ୍ତୁ । ମୁଁ ବର୍ତ୍ତମାନ ପିତାମାତାଙ୍କ ସେବା କର୍ମରେ ବ୍ୟସ୍ତ ଅଛି । ସେହି ସେବା ପୂଜା ପାଇଁ ଆପଣ ଯଦି ମୋ ଦୁଆରରେ ଉପସ୍ଥିତ । ଅତଏବ ବର୍ତ୍ତମାନ ମୋତେ ମୋ କର୍ତ୍ତବ୍ୟ କରିବାରୁ ବଂଚିତ କରନ୍ତୁ ନାହିଁ । ଦୟାକରି ଆପଣ ଟିକିଏ ଅପେକ୍ଷା କରନ୍ତୁ ।’ ଭକ୍ତ ବାନ୍ଧବ ଭଗବାନ ଭକ୍ତର ମନକଥା ବେଶ୍ ବୁଝି ପାରୁଥିଲେ । ତେଣୁ ସେ ଆଉ କିଛି ପରୀକ୍ଷା କରିବାକୁ ମନେ କଲେ । ତା’ପରେ ସେ କହିଲେ, ପୁଣ୍ଡରିକ, ‘ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧିନାୟକ ମୁଁ ଆଜି ତୋ ଦୁଆରରେ ଉରେ ଉପସ୍ଥିତ । ହେଲେ ତୁ ଏମିତି କଥା କଅଣ କହୁଛୁ, ବୁଝି ପାରୁଛୁ ତ?’

                ସେ କହିଲା, ‘ପ୍ରଭୁ ! ସବୁ ତ ଆପଣଙ୍କର କରୁଣା, ମାୟା, ମୋହ । ସେଇଥି ପାଇଁ ପ୍ରଥମରୁ ଏ ଯାଏଁ ମୁଁ ବାରମ୍ବାର ପ୍ରଣାମ କରି ଚାଲିଛି । ଆଉ ଆପଣ ମଧ୍ୟ ଦେଖୁଛନ୍ତି, ମୁଁ କେଉଁ କର୍ମରେ ବ୍ୟସ୍ତ । ସେଥିରେ ମୁଁ କର୍ମଛାଡି ଆପଣଙ୍କ ପାଖକୁ ଯିବି କିପରି?’ ଆପଣ ତ ଗୀତା’ରେ ହିଁ ଅର୍ଜ୍ଜୁନଙ୍କୁ କର୍ମଯୋଗ କଥା କହିଛନ୍ତି । ସେହି କର୍ମରେ ହିଁ ମୁଁ ଏବେ ବ୍ୟସ୍ତ । ତେଣୁ ଟିକିଏ ଅପେକ୍ଷା କରନ୍ତୁ ଏବଂ ଆପଣଙ୍କ କହିବା କଥା ଅନୁସାରେ ମୋତେ କର୍ମ କରିବାରେ ସାହାଯ୍ୟ କରନ୍ତୁ ପ୍ରଭୁ ।’

                ଶ୍ରୀକୃଷ୍ଣ କହିଲେ, ‘ତୁମେ ତ ମୋତେ ଆଦୌ ଗ୍ରହଣ କରୁନାହଁ । ତାହା ହେଲେ ମୁଁ କଅଣ ତୁମ ଦୁଆରୁ ଫେରି ଯିବି?’


ଗପ ସାରଣୀ

ତାଲିକାଭୁକ୍ତ ଗପ