ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା

                ସମସ୍ତ ମନ୍ତ୍ରୀମାନଙ୍କର ମତାମତକୁ ଧ୍ୟାନ ପୂର୍ବକ ବାୟସରାଜ ଅରିମର୍ଦ୍ଧନ ଶୁଣି ସାରିଲା ସତ, ହେଲେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲା ନାହିଁ । ସେହି ସମୟରେ ସେ ସଭାରେ ସ୍ଥିରଜୀବି ନାମକ କାକ ଆରମ୍ଭରୁ ଶେଷଯାଏ ନୀରବରେ ବସିରହିଥିଲା । ସେ କିନ୍ତୁ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲା, କିନ୍ତୁ କାହାକୁ କିଛି ନକହି ସେ ଚୁପଚାପ୍ ହୋଇ ବସିଥିଲା କିନ୍ତୁ ଏଥର ନିଜର କିଛି ମତାମତ ପ୍ରକାଶ କରିବା ନିମନ୍ତେ ସଭାରେ ଅନୁପ୍ରାର୍ଥନା କରି ସାରି କହିଲା ଏପରି ଏକ ଶକ୍ତିଶାଳୀ ଶତ୍ରୁର ବିନାଶ କରିବାକୁ ହେଲେ ଆମକୁ ଅନେକଗୁଡ଼ିଏ ଛଳନାର ଆଶ୍ରୟ ନେବାକୁ ହେବ । ଏହା ବ୍ୟତୀତ ମୋତେ ଅନ୍ୟ କୌଣସି ପନ୍ଥା ଦେଖାଯାଉ ନାହିଁ ।

                ଏହାପରେ ସ୍ଥିରଜୀବିର ପରାମର୍ଶ ସମସ୍ତଙ୍କ ମନକୁ ପାଇଲା ନାହିଁ । ଏଥିଯୋଗୁଁ ସ୍ଥିରଜୀବିକୁ କ୍ଷତ ବିକ୍ଷତ କରି ବାୟସରାଜ ମେଘବର୍ଣ୍ଣ ସପରିବାର ପଳାୟନକଲେ ଏବଂ ସେମାନେ ଋଷ୍ୟମୁକ ପର୍ବତରେ ଆଶ୍ରୟ ନେଲେ । ନାନାପ୍ରକାର ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ସେହିଠାରେ ପଡ଼ି ରହିଲା । ଯେତେବେଳେ ସଂଧ୍ୟା ଆସି ଉପନୀତ ହେଲା, ସବୁଦିନପରି ସଦଳବଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନ ଆସି ସେହି ସ୍ଥାନରେ ପହଞ୍ଚିଲା । ସେ ପ୍ରଥମ କାକଶୂନ୍ୟ ବଟବୃକ୍ଷକୁ ଦେଖିଲା । ଏଥିରେ ସେ ବିସ୍ମିତ ହେଲା । ତା’ପରେ ତା’ ମନରେ ଅଧିକ ବିସ୍ମୟତା ବଢ଼ିଗଲା ଯେ, ସେ ଦେଖିଲା ସେହି ବଟବୃକ୍ଷ ମୂଳେ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ପଡ଼ିରହିଅଛି । ତା’ ମନରେ କୌତୂହଳ ଜାତ ହେଲା, କାରଣ ସ୍ଥିରଜୀବି ସେମାନଙ୍କ ମଧ୍ୟରେ ପ୍ରଖର ବୁଦ୍ଧିମନ୍ତ ଆଉ ସମସ୍ତ ଜ୍ଞାନରେ ପାରଦର୍ଶିତା ରହିଥିଲା । ତେଣୁ ଭଲ୍ଲୁକ ରାଜ ଅରିମର୍ଦ୍ଧନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥିରଜୀବିକୁ ଯାଇ ପଚାରିଲା – ଏପରି ଅବସ୍ଥା ତୁମର କାହିଁକି ହେଉଛି । ଛନ୍ଦ କପଟର ଆଶ୍ରୟ ନେବାପରେ ଶତ୍ରୁର ସମ୍ମୁଖ ହେବା ଉଚିତ୍ ମଣୁଥିବା ସ୍ଥିରଜୀବି ଜଣାଇଲା ଯେ ସେ ମେଘବର୍ଣ୍ଣର ମନ୍ତ୍ରୀ ସ୍ତରୀୟ ଭଲ୍ଲୁକ ରାଜ ଅରିମର୍ଦ୍ଧନ ବଶ୍ୟତା ସ୍ୱୀକାର କରିବାକୁ ପରାମର୍ଶ ଦେବାକୁ ଆଜି ତା’ର ଅବସ୍ଥା ଏହି ପ୍ରକାର ହୋଇଛି ।

                ସେତେବେଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନର ମଧ୍ୟ ପାଞ୍ଚଜଣ ମନ୍ତ୍ରଣାଦାତା ମନ୍ତ୍ରୀ ଥିଲେ । ସେମାନେ ହେଲେ ରକ୍ତାକ୍ଷ, କୁରାକ୍ଷ, ଦୀପ୍ତାକ୍ଷ, ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ