ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଦ୍ଧିଲାଭର ସଦୁପଯୋଗ

       ଛଦ୍ମବେଶଧାରୀ ରାକ୍ଷସ କହିଲା, “ମହାଶୟ, ମୁଁ ଆପଣଙ୍କ ସାଥୀରେ ଯିବାକୁ କହୁ ନାହିଁ । ମୋତେ ଏକାଏକା ଯିବା କୌଶଳ ବତାଇଦିଅନ୍ତୁ ।”

       ଏବେ ବୁଦ୍ଧିଜୀବୀ କପଟ କରି କହିଲେ, “ନା, ମୁଁ ତୁମକୁ ଏକାକୀ ପଠାଇ ପାରିବି ନାହିଁ । ଏଭଳି କଲେ ଲୋକେ ମୋତେ କ’ଣ କହିବେ?”

       ଏଥର ଛଦ୍ମବେଶଧାରୀ ରାକ୍ଷସ କହିଲା, “ଏକାକୀ ମୁଁ ନିଶ୍ଚୟ ଯିବି । ଏହା କହି ସେ ତା’ର ଅସଲ ରାକ୍ଷସ ରୂପକୁ ଦେଖାଇ ଦେଲା । ଏହା ଦେଖି ବୁଦ୍ଧିଜୀବୀ ଡରରେ ଅନ୍ତରୀକ୍ଷ ଯିବାକୁ ମନ୍ତ୍ର ବତାଇ ଦେଲେ ।”

       ଏବେ ଖୁବ୍ ଜୋର୍ରେ ଅଟ୍ଟହାସ୍ୟ କରି ରାକ୍ଷସ କହିଲା, “ନଗରବାସୀ! ଏବେ ମୁଁ ଅନ୍ତରୀକ୍ଷ ଯାତ୍ରା କରୁଛି । ସେଠାରୁ ଫେରିଲା ପରେ ପରେ ପୁଣି ପୂର୍ବଭଳି ଉତ୍ପାତ କରିବି । ସେ ପର୍ଯ୍ୟନ୍ତ ଅପେକ୍ଷା କରିଥାଅ ।” ଏହା କହି ରାକ୍ଷସ ଆକାଶମାର୍ଗରେ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା ।

       ରାକ୍ଷସ ଆକାଶରେ ଅନ୍ତର୍ଦ୍ଧାନ ହୋଇଗଲାପରେ ବୁଦ୍ଧିଜୀବୀ ଖୁବ୍ ଆନନ୍ଦିତ ହୋଇ କହିଲେ, “ଭାଇମାନେ! ଆଜିଠାରୁ ଆମ୍ଭମାନଙ୍କ ଖୁସିର ଦିନ ଫେରି ଆସିଲା । ସେହି ଦୁଷ୍ଟ ରାକ୍ଷସ ଆଉ ଫେରିବ ନାହିଁ ।”

       ନଗରବାସୀ ପଚାରିଲେ, “କାହିଁକି ଫେରି ପାରିବ ନାହିଁ?”

       ତହୁଁ ବୁଦ୍ଧିଜୀବୀ କହିଲେ, “ମୁଁ ଜାଣି ଶୁଣି ତାକୁ ଯିବା ମନ୍ତ୍ରଟି ଶିଖାଇଛି । ସୁତରାଂ ସେ ଆଉ ନ ଫେରି ଅନ୍ତରୀକ୍ଷରେ ସବୁଦିନ ପାଇଁ ଘୂରି ବୁଲି ଲୀନ ହୋଇଯିବ ।

       ଏହା ଶୁଣି ନଗରବାସୀ ଖୁସିରେ ନାଚି ଉଠିଲେ । ସମସ୍ତେ ବୁଦ୍ଧିଜୀବୀଙ୍କର ଭୁରି ଭୁରି ପ୍ରଶଂସା କଲେ ।

       ଏଠାରେ କହିବାର କଥା ଯେ, ଯେତେ ଦିନ ଯାଏଁ ବୁଦ୍ଧିଜୀବୀ ନିଜ ସିଦ୍ଧିକୁ ଲୋକମାନଙ୍କୁ ଦେଖାଇ ଆତ୍ମବଡିମା ପ୍ରଚାର କରୁଥିଲେ ସେତେବେଳ ପର୍ଯ୍ୟନ୍ତ ସମାଜରେ ତାଙ୍କର ସମ୍ମାନ ବୃଦ୍ଧି ହୋଇ ନଥିଲା । ମାତ୍ର ଯେତେବେଳେ ତାଙ୍କର ସିଦ୍ଧି ଲାଭର ସଫଳତା ଜନହିତରେ ଲାଗିଗଲା ସେ ପୂଜ୍ୟ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ